Kandhamal Road Accident: ଅର୍ଣ୍ଣବ ବାତ୍ୟାରେ ଧୋଇଯାଇଥିଲା ରାସ୍ତା, ହେଲାନି ମରାମତି, ନେଇଗଲା ଜୀବନ
ଘୁ.
ଉଦୟଗିରି(ସମୀର ପାଢ଼ୀ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଧୋଇଯାଇଥିବା ହିଡ଼ ରାସ୍ତା ସମ୍ପ୍ରତି ମରଣଜନ୍ତା ପାଲଟିଛି।
ଅଞ୍ଚଳକୁ ଆସୁଥିବା ଅନେକ ନୂତନ ଯାତ୍ରୀ ସେହି ରାସ୍ତାରେ ଯାଇ ଛୋଟବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି, ଆଜି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି।
ଏଭଳି ଘଟଣା କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ରଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଧାଙ୍ଗାଡ଼ାମା ନିକଟ ମଧୁଝରି ଘାଇ ନିକଟରେ ଘଟିଛି।
Advertisment Fuel shortage ଯୋଗାଣ ମନ୍ତ୍ରୀଙ୍କ ଦାବି ଘୁ ଉଦୟଗିରିରେ ମିଛ ପ୍ରମାଣିତ: ତେଲ ଅଭାବରୁ ବନ୍ଦ ପଡ଼ିଛି ପେଟ୍ରୋଲ୍ ପମ୍ପ ଘୁ.
ଉଦୟଗିରି-ରଟିଙ୍ଗିଆ ଯୋଗାଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ଅଞ୍ଚଳର ଏକ ପ୍ରମୁଖ ରାସ୍ତା ଅଟେ।
ବାତ୍ୟା ଯୋଗୁଁ ଏହି ରାସ୍ତାରେ ମଧୁଝରି ଘାଇର ହିଡ଼ ଭାଙ୍ଗିଯାଇଥିଲା।
ରାସ୍ତାର ଅବସ୍ଥା ଯାତାୟାତ ନିମନ୍ତେ ଅନୁପଯୋଗ ରହିଥିବାରୁ ସେହି ରାସ୍ତା ଦେଇ ଚଳାଚଳକୁ ବନ୍ଦ କରାଯାଇଛି।
Cold Wave: ତଳମୁହାଁ ତାପମାତ୍ରା: ଘୁ ଉଦୟଗିରିରେ ତାପାମାତ୍ରା ୫.୪ ଡିଗ୍ରି ରେକର୍ଡ ସୂଚନାନୁସାରେ, ଝିମାଙ୍ଗିଆ ଗାଁରେ କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରି ଗାଁର ଅଶୋକ କହଁରଙ୍କ ଝିଅ ବିବାହ କରିଛନ୍ତି।
ଗତକାଲି (ମଙ୍ଗଳବାର) ଅଶୋକ ଓ ରାମ୍ବୁ ଦିଗାଲ ଏକ ମୋଟରସାଇକଲ୍ରେ ଝିମାଙ୍ଗିଆ ଯାଇଥିଲେ।
ରାତି ପ୍ରାୟ ୧୦ଟାରେ ସେଠାରୁ ଫେରିବା ସମୟରେ ମଧୁଝରି ଘାଇ ରାସ୍ତା ଦେଇ ଆସିଥିଲେ।
ସେହି ରାସ୍ତାରେ ଯାତାୟତ ବନ୍ଦ ରହିଥିବା ଜାଣିନପାରିନଥିଲେ।
ଅନ୍ଧାରରେ ଘାଇର ୪୦ଫୁଟ ତଳକୁ ଖସିପଡ଼ିଥିଲେ।
ଏଥିରେ ଅଶୋକଙ୍କ ମୁଣ୍ଡକୁ ଗଭୀର ଆଘାତ ଲାଗିଥିଲା।
ତାଙ୍କୁ ଉଦ୍ଧାର କରି ରାମ୍ବୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।
ତେବେ ରାତି ୨ଟାରେ ଆମ୍ବୁଲାନ୍ସ ପହଞ୍ଚି ସେମାନଙ୍କୁ ଭୋର ୩ଟାରେ ଘୁ ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରଙ୍କୁ ଆଣିଥିଲା।
ତିନି ମାସ ହେଲା ଟୋପାଏ ପାଣି ପାଇଁ ଡହଳବିକଳ ଘୁ ଉଦୟଗିରି ଏନଏସିର ୮ ନମ୍ବର ୱାର୍ଡ ବାସିନ୍ଦା ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା, ତେବେ ସ୍ବାସ୍ଥ୍ୟାବସ୍ଥାର ସୁଧାର ନଆସିବାରୁ ଅଧିକ ଚିକିତ୍ସା ପାଇଁ ପରିବାରକୁ ଖବର ଦେଇ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯାଇଥିଲା।
ମାତ୍ର ଆମ୍ବୁଲାନ୍ସକୁ ନେବା ପାଇଁ ଷ୍ଟ୍ରେଚର ଆଣିବା ସମୟରେ ଅଶୋକଙ୍କ ମୃତ୍ୟୁ ଘଟିଥିଲା।
ଖବର ପାଇ ଘୁ.
ଉଦୟଗିରି ପୁଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା।
ମୃତକଙ୍କ ଝିଅ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଶେଷ କରି ଶବ ବ୍ୟବଚ୍ଛେଦ କରାଇଥିଲା।
ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ବାତ୍ୟାରେ ଭାଙ୍ଗିଯାଇଥିବା ରାସ୍ତାରେ ଯାତାୟାତ ନିଷେଧ ସମ୍ପର୍କରେ ଯଥେଷ୍ଟ ସତର୍କତା ସୂଚନା ନଥିବା ଏବଂ ରାସ୍ତାର ମରାମତି ହୋଇନଥିବା ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
