Shooting: ହରିଦ୍ବାରରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଫିସରଙ୍କୁ ଦେଶୀ ବନ୍ଧୁକରୁ ଗୁଳି କଲା ଡ୍ରାଇଭର

Nov 21, 2026 - 20:26
Shooting: ହରିଦ୍ବାରରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଫିସରଙ୍କୁ ଦେଶୀ ବନ୍ଧୁକରୁ ଗୁଳି କଲା ଡ୍ରାଇଭର

ହରିଦ୍ବାର: ଉତ୍ତରାଖଣ୍ଡର ହରିଦ୍ବାରରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଇଣ୍ଟେଲିଜେନ୍ସ ବ୍ୟୁରୋ ( ଆଇବି )ରେ ପୁଲିସ ଅଧୀକ୍ଷକ ( ଏସ୍‌ପି ) ଭାବେ କାର୍ଯ୍ୟରତ ଜଣେ ଅଫିସରଙ୍କୁ ତାଙ୍କ ଡ୍ରାଇଭର ଗୁଳି କରିଛନ୍ତି।

ଗୁଳିମାଡ଼ର ଶିକାର ଅଧିକାରୀ ସିପି ନୌଟିୟାଲ ବୋଲି ଜଣାପଡ଼ିଛି।

ହରିଦ୍ବାର ଆଇବିରେ କାର୍ଯ୍ୟରତ ଅଧିକାରୀ ତାଙ୍କ ଗାଡ଼ିରେ ବସିଥିବାବେଳେ ଡ୍ରାଇଭର ଏକ ଦେଶୀ ବନ୍ଧୁକରୁ ତାଙ୍କ ଉପରକୁ ଗୁଳି କରିଥିଲା।

Advertisment ଗୁଳିମାଡ଼ର ଶିକାର ପୁଲିସ ଅଧୀକ୍ଷକ (ଏସ୍‌ପି) ଗୁଳିଟି ନୌଟିୟାଲଙ୍କ କପାଳ ପାଖରେ ବାଜିଛି ଓ ତାଙ୍କୁ ସାମାନ୍ୟ ଆଘାତ ଲାଗିଛି।

ଋଷିକେଶ ଏମ୍ସରେ ଚିକିତ୍ସା ପରେ ସେ ବିପଦ ମୁକ୍ତ ଥିବା ଜଣାପଡ଼ିଛି।

ଗୁଳିକାଣ୍ଡ ଘଟଣା ହରିଦ୍ବାରର କନଖଲ ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।

ଅଭିଯୁକ୍ତ ଡ୍ରାଇଭର ବିନୋଦ ନେଗୀକୁ ଗିରଫ କରାଯାଇଛି।

ସେ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିଲା।

ଆଧିକାରିକ ଭାବେ ଗୁଳିକାଣ୍ଡ ର କାରଣ ଜଣାପଡ଼ି ନଥିଲେ ମଧ୍ୟ ଡ୍ରାଇଭର କାମ ଚାପରେ ଥିବା କେତେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି।

ଭାରତରେ ସୀମାପାର୍ ଆତଙ୍କବାଦ ବିଷୟରେ ପଚରାଯାଇଥିବା ପ୍ରଶ୍ନକୁ ଏଡ଼ାଇ ଦେଲେ ପାକିସ୍ତାନୀ ମନ୍ତ୍ରୀ ନୌଟିୟାଲଙ୍କ ସହିତ ବିବାଦ ପାଇଁ ଗୁଳିକାଣ୍ଡ ଘଟିଥିବା କୁହାଯାଉଛି।

ତେବେ ଗୁଳିକାଣ୍ଡରେ ବ୍ୟବହୃତ ବେଆଇନ ବନ୍ଧୁକ ସେ କେଉଁଠାରୁ ପାଇଥିଲା ପୁଲିସ ତା'ର ତଦନ୍ତ କରୁଛି।

ହରିଦ୍ୱାର ବରିଷ୍ଠ ପୁଲିସ ଅଧୀକ୍ଷକ ନବନୀତ ସିଂ ଭୁଲାର କହିଛନ୍ତି, ପୁଲିସ ଡ୍ରାଇଭରଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରୁଛି ଓ ପଚରାଉଚରା ସମୟରେ ଯାହା ଜଣାପଡ଼ିବ ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗୁଳିକାଣ୍ଡ ଖବରକୁ ନେଇ ପୁଲିସ ବିଭାଗ ଓ ସୁରକ୍ଷା ଏଜେନ୍ସି ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)