Street light scam: ଷ୍ଟ୍ରିଟ୍‌ ଲାଇଟ୍‌ କେଳେଙ୍କାରୀ: ଫସିଲେ ପୂର୍ବତନ ପିଇଓ, କନିଷ୍ଠ ଯନ୍ତ୍ରୀ

Nov 21, 2026 - 20:26
Street light scam: ଷ୍ଟ୍ରିଟ୍‌ ଲାଇଟ୍‌ କେଳେଙ୍କାରୀ: ଫସିଲେ ପୂର୍ବତନ ପିଇଓ, କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ବର: ଷ୍ଟ୍ରିଟ୍‌ ଲାଇଟ୍‌ ଦୁର୍ନୀତିରେ ଫସିଲେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଏବଂ ଏକ କମ୍ପାନିର କର୍ମଚାରୀ।

୧୨୨ଟି ଷ୍ଟ୍ରିଟ ଲାଇଟ୍‌ ସ୍ଥାନରେ ୨୦ଟି ଲାଇଟ୍‌ ଲଗାଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Advertisment ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଗଂଜାମ ଜିଲ୍ଲା ରଂଗେଇଲୁଣ୍ଡା ବ୍ଲକ ଅଧୀନ ବାଲ୍ୟସାର ପଞ୍ଚାୟତର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ରାମା ରାଓ, କବିସୂର୍ଯ୍ୟନଗର କନିଷ୍ଠ ଯନ୍ତ୍ରୀ ସବ୍ୟସାଚୀ ଗନ୍ତାୟତ ଏବଂ ପୁରୁଷୋତ୍ତମପୁର ଅଞ୍ଚଳର ମା ତାରା ତାରିଣୀ କଷ୍ଟ୍ରକସନ କମ୍ପାନିର ମାଲିକ କୃଷ୍ଣଚନ୍ଦ୍ର ବେହେରାଙ୍କୁ ଗିରଫ କରିଛି।

ଏମାନେ ଷ୍ଟ୍ରିଟ ଲାଇଟ୍‌ ଲଗାଇବା ନାଁରେ ୭,୨୪,୯୫୯ ଟଙ୍କାର ସରକାରୀ ଟଙ୍କା ତୋଷରପାତକରିଥିବା ଅଭିଯୋଗ ହୋଇଛି।

ଦୁର୍ନୀତି ନେଇ ଅଭିଯୋଗ ଆସିଲା ପରେ ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରିଥିଲା।

ତଦନ୍ତରେ ଜଣାପଡ଼ିଥିଲା ଯେ, ୧୨୦ଟି ଷ୍ଟ୍ରିଟ ଲଗାଇବା ବଦଳରେ ୨୦ଟି ସ୍ଥାପନ କରିଥିଲେ।

ଅର୍ଥାତ ୧୦୨ଟି ଲାଇଟ ପ୍ରତିଷ୍ଠା କରାଯାଇ ନଥିଲା।

Vigilance: ପୁଣି ଲାଞ୍ଚ ନେବାବେଳେ ଧରାପଡ଼ିଲେ ଯୁବ ଅଫିସର: ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ତେବେ ଚତୁରାତର ସହିତ ଏହି ତିନି ଜଣ ୭,୭୫,୯୩୯ ଟଙ୍କାର ବିଲ୍‌ କରିଥିଲେ।

ଆର୍ଥିକ ବର୍ଷ ୨୦୨୧-୨୨ରେ ଶ୍ରୀ ବେହେରାଙ୍କ ନାମରେ ଏହି ବିଲ୍‌ ହୋଇଥିଲା।

ତେବେ ୧୦୨ଟି ଷ୍ଟ୍ରିଟ ଲାଇଟ ପାଇଁ ଏଥିରୁ ୬,୮୩,୪୬୫ ଟଙ୍କା ଅଛି।

ତେବେ ରକ୍ଷଣାବେକ୍ଷଣ ପାଇଁ ପରେ ଜେ ରାମା ରାଓଙ୍କ ନାମରେ ୯୭,୫୦୦ ଟଙ୍କା ଜମା କରାଯାଇଥିଲା।

ତେବେ ଯାଞ୍ଚ ସମୟରେ ଜଣାପଡ଼ିଲା ଯେ, ରକ୍ଷଣାବେକ୍ଷଣ ପାଇଁ ୪୧,୪୯୩ ଟଙ୍କା ଦିଆଯିବାର କଥା।

ତେବେ ଯାଞ୍ଚ ସମୟରେ ଜଣାପଡ଼ିଛି ଯେ, ମୋଟ ୭,୨୪,୯୫୮ ଟଙ୍କା ତୋଷରପାତ ହୋଇଛି।

ଭିଜିଲାନ୍ସ ବିଭାଗ ମାମଲାର ଅଧିକ ତଦନ୍ତ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)