Shinde: ଫଡନାଭିସ୍-ଉଦ୍ଧବଙ୍କ ବିମାନ ଯାତ୍ରାକୁ ନେଇ ସିନ୍ଦେଙ୍କ କଟାକ୍ଷ
"ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍ରେ ଶୁକ୍ରବାର ଗୋଟିଏ ବିମାନରେ ମୁମ୍ବାଇରୁ ନାଗପୁର ଯାତ୍ରା କରିବା ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।
ଫଡନାଭିସ୍ଙ୍କ ସହିତ ତାଙ୍କ ଗସ୍ତ ବିଷୟରେ ପଚରାଯିବାରୁ ଉଦ୍ଧବ ଠାକରେ କହିଥିଲେ ଯେ, ଉଭୟଙ୍କ ମଧ୍ୟରେ ଅତ୍ୟନ୍ତ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି।
ଆଗାମୀ ଦିନରେ ଏହାର ପ୍ରଭାବ ଦୃଶ୍ୟମାନ ହେବ।
ଉଦ୍ଧବଙ୍କ ବୟାନକୁ ମହାରାଷ୍ଟ୍ରରେ ରାଜନୀତି ତୀବ୍ର ହୋଇଛି।
ରାଜ୍ୟର ଏହି ଦୁଇ ପ୍ରମୁଖ ନେତାଙ୍କ କଥାବାର୍ତ୍ତାକୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରତିକ୍ରିୟା ରଖିଛନ୍ତି।
ସିନ୍ଦେ ଉଦ୍ଧବଙ୍କୁ ପରୋକ୍ଷରେ କଠୋର ସମାଲୋଚନା କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଜଣେ ବହୁତ ଚତୁର ବ୍ୟକ୍ତି ଓ ସେ ଭଲ ଭାବରେ ଜାଣନ୍ତି ଯେ ଜଣେ "ଧୂର୍ତ୍ତ ବନ୍ଧୁ" କେତେ ବିପଜ୍ଜନକ ହୋଇପାରେ।Advertisment ଆହୁରି ପଢ଼ନ୍ତୁ: Accident: ଛିଡ଼ା ହୋଇଥିବା ଟ୍ରକ୍କୁ ପିଟିଲା ବାଇକ୍; ଜଣେ ମୃତ ସିନ୍ଦେ କହିଛନ୍ତି, ୨୦୧୯ରେ ବିଜେପି ଓ ଅବିଭକ୍ତ ଶିବସେନା ଗୋଟିଏ ବିମାନରେ ଯାତ୍ରା କରିଥିଲେ, କିନ୍ତୁ ପରେ ଉଦ୍ଧବ ଠାକରେ ଅନ୍ୟ ଏକ ବିମାନରେ ଚଢ଼ି କଂଗ୍ରେସ ସହିତ ମେଣ୍ଟ ଗଠନ କରିଥିଲେ।
ସେ ଫଡନାଭିସଙ୍କୁ ପ୍ରଶଂସା କରି କହିଥିଲେ ଯେ, ସେ ଚତୁର ଥିଲେ ଓ ଜାଣିଥିଲେ ଯେ ଜଣେ ଠକ ବନ୍ଧୁ କେତେ ବିପଦପୂର୍ଣ୍ଣ ହୋଇପାରେ।
ସିନ୍ଦେଙ୍କ ବୟାନ ମହାରାଷ୍ଟ୍ରର ଶାସକ ମହାୟୁତି ମେଣ୍ଟ ଓ ଶିବସେନା (ୟୁବିଟି) ମଧ୍ୟରେ ପୁଣି ବିବାଦକୁ ତୀବ୍ର କରିଛି।
ରାଜନୈତିକ ବିଶ୍ଳେଷକ କହିଛନ୍ତି, ଫଡନାଭିସ୍ ଓ ଠାକରେ ଏକାସାଙ୍ଗରେ ଯାତ୍ରା କରିବା ସାମାନ୍ୟ ହୋଇଥାଇପାରେ କିନ୍ତୁ ସିନ୍ଦେଙ୍କ କଠୋର ବୟାନ ଏହାକୁ ରାଜନୈତିକ ରଙ୍ଗ ଦେଇଛି।
ଆହୁରି ପଢ଼ନ୍ତୁ: BJP : ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ସମ୍ଭାବନା, ବିଜେପି ସାଂଗଠନିକ ପୁନର୍ଗଠନ ଆସନ୍ନ ଅନ୍ୟପକ୍ଷରେ ଶନିବାର ଏକ ରାଲିକୁ ସମ୍ବୋଧନ କରି ଉଦ୍ଧବ କହିଥିଲେ, "ଅପରେସନ ଟାଇଗର" ପ୍ରକୃତରେ "ଅପରେସନ ଦେବେନ୍ଦ୍ର" ଥିଲା।
ଉଦ୍ଧବ କହିଥିଲେ, ଫଡନାଭିସ୍ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦୁର୍ବଳ କରିବା ଓ ତାଙ୍କ ଡେଣା କାଟିବା ଲକ୍ଷ୍ୟରେ କରାଯାଇଛି, ଯେପରି ସେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଭବିଷ୍ୟତ ଦୌଡ଼ରେ ରହିବେ ନାହିଁ।
ତେବେ ଫଡନାଭିସ୍ ରବିବାର ଉଦ୍ଧବଙ୍କ ମନ୍ତବ୍ୟର ଜବାବରେ କୌଣସି ରାଜନୈତିକ କଳ୍ପନାଜଳ୍ପନାକୁ ଖାରଜ କରି କହିଛନ୍ତି ଯେ, ତାଙ୍କ ପ୍ରତି ରାଜ୍ୟର ୧୪ କୋଟି ଜନତା ଓ ବରିଷ୍ଠ ବିଜେପି ନେତାଙ୍କର ସମର୍ଥନ ରହିଛି।
ଏହାସହିତ ସେ ଜଣେ ମଣିଷ, ତାଙ୍କର ଡେଣା ନାହିଁ, ତେଣୁ କେହି ତାଙ୍କ ଡେଣା କାଟିପାରିବେ ନାହିଁ ବୋଲି ଫଡନାଭିସ୍ କହିଛନ୍ତି।
ଉଦ୍ଧବଙ୍କ ସହିତ ଏକାସାଙ୍ଗରେ ବିମାନ ଯାତ୍ରାକୁ ସେ ଏକ ସଂଯୋଗ ବୋଲି କହିଛନ୍ତି।
ସେହିପରି ବିଜେପି ମଧ୍ୟ ବିମାନ ଯାତ୍ରା ଘଟଣାର ରାଜନୈତିକ ଗୁରୁତ୍ୱକୁ ଖାରଜ କରି କହିଛି ଯେ, ଗୋଟିଏ ଦଳର ନେତାମାନେ ଅନ୍ୟ ଦଳର ନେତାମାନଙ୍କ ସହିତ ଏହିପରି ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟକ୍ତିଗତ ସମ୍ପର୍କ ବଜାୟ ରଖନ୍ତି।
"