Kapil Nayak Murder Case: କପିଳ ନାଏକ ହତ୍ୟା ମାମଲା: ଅଭିଯୁକ୍ତ ଗିରଫ
"କଣ୍ଟାମାଳ (ସୁଶୀଳ ମିଶ୍ର): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଡିଗି ଗ୍ରାମ ନିକଟରେ ଶୁକ୍ରବାର ରାତିରେ ଋଷିବନ୍ଧ ଗାଁର କପିଳ ନାୟକଙ୍କୁ ହତ୍ୟା କରାଯାଇଥିଲା।
ଏହି ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି।
Advertisment ଆଜି (ରବିବାର) ମନମୁଣ୍ଡା ଥାନାରେ ଏସ୍ପି କୁଳଦୀପ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସହିତ ଏସଡିପିଓ ଲରେନ୍ସ ରାଉତରାୟ ଓ ମନମୁଣ୍ଡା ଥାନାଧିକାରୀ ଚିରଞ୍ଜିବୀ ବେହେରା ଉପସ୍ଥିତ ଥିଲେ।
ମିଳିଥିବା ସୂଚନାନୁସାରେ, ଅଭିଯୁକ୍ତ ଶୁଆପାବୁଲି ଗ୍ରାମର ବାଲ୍ମୀକ ପୋଢ଼(୧୯)କୁ ଗିରଫ ହୋଇଛି।
ଗୁରୁବାର ବିଳମ୍ବିତ ରାତିରେ ମହୁଲି - ଡିଗି ରାସ୍ତାର ମୁହାଣୀ ନିକଟରେ ଥିବା ଏକ ଫାଷ୍ଟଫୁଡ୍ ସେଣ୍ଟର ଠାରେ କପିଳଙ୍କ ହତ୍ୟା ହୋଇଥିଲା।
ସକାଳୁ ଲୋକେ ଉକ୍ତ ସ୍ଥାନରେ ମୃତ ଦେହକୁ ପଡ଼ିଥିବା ଦେଖି ପରିବାର ଲୋକ ଓ ମନମୁଣ୍ଡା ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଚିହ୍ନଟ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା।
Robbery in Boudh: ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି, ଘରେ ପଶିଲେ ୧୦ରୁ ଉର୍ଦ୍ଧ୍ବ ଡକାୟତ କପିଳ ପେଶାରେ ଜଣେ ଟ୍ରାକ୍ଟର ଚାଳକ ଥିଲେ।
ମାଲିକ ପାଖରେ ଥିବା ବକେୟା ଟଙ୍କା ମାଗିବାକୁ ଯାଇଥିଲେ।
ଟଙ୍କା ମାଗି ଫେରିବା ବେଳକୁ ଉକ୍ତ ଫାଷ୍ଟ ଫୁଡ୍ ସେଣ୍ଟର ନିକଟରେ ବାଲ୍ମୀକଙ୍କ ସମେତ କିଛି ସାଙ୍ଗଙ୍କ ସହ ବଚସା ବଚସାରୁ ହତାହତି ସମୟରେ ବାଲ୍ମୀକି ତାଙ୍କୁ ହତ୍ୟା କରିଥିଲେ।
ପାଖପଡ଼ୋଶୀଙ୍କ ସୂତ୍ରରୁ ଜଣାଯାଇଚି, କପିଳଙ୍କ ପରିବାର ସଦସ୍ୟଙ୍କ ସହିତ ଅଭିଯୁକ୍ତର ପ୍ରେମ ସମ୍ପର୍କ ଥିଲା।
ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା।
ଉକ୍ତ ପ୍ରେମ ସମ୍ପର୍କରେ କଣ୍ଟା ସାଜି ଥିବାରୁ କପିଳକୁ ଏଭଳି ଜଘନ୍ୟ କରିଥିଲେ।
ବିୟର ବୋତଲ ଭାଙ୍ଗି ତଣ୍ଟିରେ ଭୁଷିବା ସହିତ କାଠ ଫାଳିଆରେ ମାଡ଼ ମାରି ପଥରରେ ମୁଣ୍ଡକୁ ଛେଚିଥିଲେ।
ଏସପିଙ୍କ ନିର୍ଦ୍ଦେଶକ୍ରମେ ଏସଡ଼ିପିଓ ଏବଂ ଆଇଆଇସିଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।
ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ସୋମବାର ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷଣ ପରେ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
"