Lightning: ମୌସୁମୀର ଆଗମନରେ ବଜ୍ରାଘାତ; ମଧ୍ୟପ୍ରଦେଶରେ ୪, ଝାଡ଼ଖଣ୍ଡରେ ୧୦ ମୃତ
"ଭୋପାଳ: ଦେଶର ୨୨ଟି ରାଜ୍ୟକୁ ମୌସୁମୀ ଛୁଇଁସାରିଛି।
ଆସନ୍ତା ଜୁଲାଇ ୫ ତାରିଖ ସୁଦ୍ଧା ବାକି ରାଜ୍ୟଗୁଡ଼ିକୁ ଛୁଇଁପାରେ।
ଉତ୍ତର ପ୍ରଦେଶରେ ମୌସୁମୀ ନଅ ଦିନ ବିଳମ୍ବରେ ପହଞ୍ଚି ଥିଲ।
ବର୍ତ୍ତମାନ ଉତ୍ତର ପ୍ରଦେଶ, ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀର ଅନେକ ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି।
ମୌସୁମୀ ଆଗମନ ସତ୍ତ୍ବେ ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ହରିୟାଣାର ତାପମାତ୍ରା ୪୩° ସେଲସିୟସ ଅତିକ୍ରମ କରିଛି।
ରାଜସ୍ଥାନର ଫଲୋଦିରେ ତାପମାତ୍ରା ୪୩.୮ ଡିଗ୍ରି ରେକର୍ଡ଼ କରାଯାଇଛି।Advertisment ଶୁକ୍ରବାର ମଧ୍ୟପ୍ରଦେଶରେ ପ୍ରବଳ ଝଡ଼ବର୍ଷା ହୋଇଛି।
ଛିନ୍ଦୱାଡ଼ା ଜିଲ୍ଲାରେ ଦୁଇଟି ପୃଥକ୍ ଘଟଣାରେ ବଜ୍ରାଘାତରେ ୪ ଜଣ ଲୋକଙ୍କର ମୃତ୍ୟୁ ଓ ୮ ଜଣ ଆହତ ହୋଇଛନ୍ତି।
ଶିବପୁରୀର ଅନେକ ଅଞ୍ଚଳରେ ପ୍ରବଳ ପବନ ଯୋଗୁଁ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି।
ଏକ ରେଷ୍ଟୁରାଣ୍ଟ ଓ ଏକ ଘର ଭୁଶୁଡ଼ି ପଡ଼ିଛି।
କାର, ବାଇକ୍ ଓ ଏକ ପେଟ୍ରୋଲ ପମ୍ପ କ୍ଷତିଗ୍ରସ୍ତ ହୋଇଛି।
Lightning: କୁସୁମ କୋଳି ତୋଳିବା ସମୟରେ ବଜ୍ରପାତ, ଆଖି ବୁଜିଲେ ମା"-ଝିଅ ଝାଡ଼ଖଣ୍ଡରେ ବଜ୍ରପାତରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛତିଶଗଡ଼ରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି।
ରତଲାମରେ ବର୍ଷା ଯୋଗୁଁ ରାସ୍ତା ଓ ଅଣ୍ଡରବ୍ରିଜ ପାଣିରେ ବୁଡ଼ିଯାଇଛି।
ଉତ୍ତର ପ୍ରଦେଶର ହମିରପୁରରେ ମଧ୍ୟ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି।
ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ, ମଣିପୁର ଓ ଆସାମରେ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।
"