Accident: ଛିଡ଼ା ହୋଇଥିବା ଟ୍ରକ୍କୁ ପିଟିଲା ବାଇକ୍; ଜଣେ ମୃତ
ବେତନଟୀ (ଦୀପକ କୁମାର ସିଂହ): ମୟୂରଭଂଜ ଜିଲ୍ଲା ବେତନଟୀ ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପୁରୁଣାପାଣି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଟ୍ରକ୍କୁ ବାଇକ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ଅଛନ୍ତି। ମୃତ ବାଇକ୍ ଆରୋହୀ ହେଲେ ଗମ୍ଭାରିଆ ଗ୍ରାମର ସଂଜୀବ କୁମାର ଦେ।
ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ବଡ଼ସାହି ଥାନା ଅଧୀନ ଗମ୍ଭାରୀଆ ଗ୍ରାମର ସଞ୍ଜୀବ କୁମାର ଦେ ନିଜ ସହଯୋଗୀଙ୍କ ସହିତ ବାରିପଦା ପଟରୁ ଏକ ବିବାହ କାର୍ଯ୍ୟକ୍ରମରେ ରୋଷେଇ କାମ ସାରି ନିଜ ଘରକୁ ଫେରୁଥିଲେl ଅନ୍ୟପଟେ ବେତନଟୀ ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପୁରୁଣାପାଣି ଛକ ନିକଟରେ ଆନ୍ଧ୍ରପ୍ରଦେଶର ଏକ ଟ୍ରକ୍ ଯାନ୍ତ୍ରିକ ତ୍ରୁଟି ପାଇଁ ଗତ ୨ଦିନ ହେବ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିଲାl
Plane Crash: ସାଉଦି ଆରବରେ ହେଲିକପ୍ଟର ଦୁର୍ଘଟଣାରେ ୧୪ ମୃତ
ତେବେ କୌଣସି କାରଣ ବଶତଃ ଦ୍ରୁତ ଗତିରେ ଥିବା ନିଜ ବାଇକ ଉପରୁ ନିୟନ୍ତ୍ରଣ ହରାଇ ସଞ୍ଜୀବ ପୂର୍ବରୁ ଛିଡ଼ା ହୋଇଥିବା ଟ୍ରକ ପଛରେ ଶକ୍ତ ଧକ୍କା ଦେଇଥିଲାl ଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି l ତାଙ୍କ ସହଯୋଗୀ ମଧ୍ୟ ଭୁରୁତର ଆହତ ହୋଇଛନ୍ତିl ସ୍ଥାନୀୟ ଲୋକ ଉଭୟଙ୍କୁ ବେତନଟୀ ଡାକ୍ତରଖାନାକୁ ଆଣିଥିବାବେଳେ ବେତନଟୀ ଥାନା ଅଧିକାରୀ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତିl