Russia: ରୁଷ୍‌ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍‌ର ଭୟଙ୍କର ଡ୍ରୋନ୍‌ ଆକ୍ରମଣ, ୨ ମୃତ

Jun 28, 2026 - 21:37
Russia: ରୁଷ୍‌ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍‌ର ଭୟଙ୍କର ଡ୍ରୋନ୍‌ ଆକ୍ରମଣ, ୨ ମୃତ

"କିବ୍‌: ୟୁକ୍ରେନ୍‌ ଓ ରୁଷ୍‌ ପୁଣି ଥରେ ପରସ୍ପର ଉପ‌ରେ ଭୟଙ୍କର ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି।

ଗତରାତିରେ ୟୁକ୍ରେନ ରୁଷ୍‌ର ତୈଳ ବିଶୋଧନାଗାର ଓ ସୀମାନ୍ତ ଅଞ୍ଚଳ ଉପରେ ଘନ ଘନ ଡ୍ରୋନ୍‌ ଆକ୍ରମଣ କରି ଯୁଦ୍ଧକୁ ଅଧିକ ବ୍ୟାପକ କରିଛି।

ରୁଷ୍‌ର ଦକ୍ଷିଣରେ ଥିବା ସମସ୍ତ ବଡ଼ ବଡ଼ ତୈଳ ବିଶୋଧନାଗାରକୁ ଟାର୍ଗେଟ କରିଛି।

ୟୁକ୍ରେନ ରାତି ସାରା ଆକ୍ରମଣ କରିଥିବାବେଳେ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ରବିବାର ରୁଷ୍‌ କର୍ତ୍ତୃପକ୍ଷ କହିଛନ୍ତି।

ରୁଷ୍‌ର ସାମରିକ ଶିଳ୍ପ ଓ ଶକ୍ତି କେନ୍ଦ୍ର ଉପରେ ଦୀର୍ଘ ଦୂରଗାମୀ ଆକ୍ରମଣକୁ ତୀବ୍ର କରିବା ପାଇଁ କିବ୍‌ ଏହି ପଦକ୍ଷେପ ଗ୍ରହଣ କରିଛି।Advertisment ୟୁକ୍ରେନ କହିଛି ଯେ, ରୁଷ୍‌ ପଞ୍ଚମ ବର୍ଷ ପାଇଁ ଯୁଦ୍ଧ ଜାରି ରଖିଥିବାବେଳେ କିବ୍‌ ଏହାର ଯୁଦ୍ଧ ଖର୍ଚ୍ଚକୁ ବାଧା ଦେବା ପାଇଁ ଏହି ଆକ୍ରମଣ କରିଛି।

ପାଶ୍ଚାତ୍ୟ ଦେଶର ବିଶ୍ଳେଷକମାନେ କହିଛନ୍ତି ଯେ, ଏହି ଆକ୍ରମଣ ରୁଷ୍‌ ଇନ୍ଧନ ଯୋଗାଣ ଓ ସାମରିକ ଯୋଗାଣକୁ ଶକ୍ତ ଧକ୍କା ଦେଇଛି।

ଏହାଦ୍ବାରା ମସ୍କୋର ଯୁଦ୍ଧ ପ୍ରସ୍ତୁତିକୁ ମନ୍ଥର କରିବା ଓ ଆଲୋଚନା ପାଇଁ କ୍ରେମଲିନ ଉପରେ ଚାପ ବୃଦ୍ଧି କରିଛି।

ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର୍‌ ଜେଲେନସ୍କି କହିଛନ୍ତି, ରାତି ସାରା ଅପେରସନରେ ରୁଷ୍‌ର ଦୁଇଟି ତୈଳ ବିଶୋଧନାଗାରକୁ ଟାର୍ଗେଟ କରାଯାଇଥିଲା।

ଆହୁରି ପଢ଼ନ୍ତୁ: Odisha journalists ଖୁବ ଶୀଘ୍ର ପୂରଣ ହେବ ସାମ୍ବାଦିକଙ୍କ ଦାବି: ମନ୍ତ୍ରୀ ରୁଷ୍‌ର କ୍ରାସନୋଡାର୍‌ ଅଞ୍ଚଳରେ ୟୁକ୍ରେନ ଡ୍ରୋନର ଭଗ୍ନାବଶେଷ ଯୋଗୁ ସ୍ଲାଭିଆନସ୍କ-ନା-କୁବାନିରେ ଥିବା ତୈଳ ବିଶୋଧନାଗାରରେ ନିଆଁ ଲାଗି ଯାଇଥିଲା।

ରୁଷ୍‌ର ଆଞ୍ଚଳିକ କର୍ତ୍ତୃପକ୍ଷ କହିଛନ୍ତି ଯେ, ଭଗ୍ନାବଶେଷ ଖସିପଡ଼ିବା ଫଳରେ ସ୍ଲୋଭିଆନସ୍କରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଓ ନିକଟବର୍ତ୍ତୀ ଏକ ଗ୍ରାମରେ ଅନ୍ୟ ଜଣେ ଆହତ ହୋଇଛନ୍ତି।

ବେଲଗୋରଡରେ ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଜଣେ ଆହତ ହୋଇଛନ୍ତି।

ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହାର ସେନା ରାତିରେ ରୁଷ୍‌ ଅଧିକୃତ କ୍ରିମିଆ ଓ ବ୍ଲାକ ସି ଓ ଆଜୋଭ ସାଗର ଉପରେ ୟୁକ୍ରେନର ୨୧୩ଟି ଡ୍ରୋନକୁ ଖସାଇ ଦେଇଛି।

ଏହିସହିତ ରୁଷ୍‌ ଜବାବରେ ୧୪୨ଟି ଦୂରଗାମୀ ଷ୍ଟ୍ରାଇକ୍ ଡ୍ରୋନ ଓ ଆଠଟି କ୍ଷେପଣାସ୍ତ୍ର ନିକ୍ଷେପ କରି ୟୁକ୍ରେନକୁ କଡ଼ା ଜବାବ ଦେଇଥିଲା।

ୟୁକ୍ରେନୀୟ ବାୟୁସେନା ମଧ୍ୟ ୧୨୫ଟି ଡ୍ରୋନ ଓ ସାତଟି କ୍ଷେପଣାସ୍ତ୍ର ଖସାଇ ଦେଇଥିବା କହିଛି।

ଆହୁରି ପଢ଼ନ୍ତୁ: BJP : ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ସମ୍ଭାବନା, ବିଜେପି ସାଂଗଠନିକ ପୁନର୍ଗଠନ ଆସନ୍ନ ଅନ୍ୟପଟେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ୱୀକାର କରିଛନ୍ତି ଯେ, ୟୁକ୍ରେନ ଋଷ୍‌ର ଆଭ୍ୟନ୍ତରୀଣ ଅଞ୍ଚଳ ଭିତରେ ଏହାର ଦୂରଗାମୀ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣକୁ ତୀବ୍ର କରୁଥିବାରୁ ମସ୍କୋ "ସମସ୍ୟା"ର ସମ୍ମୁଖୀନ ହେଉଛି।

ତେବେ ରୁଷ୍‌ ତାର ସୀମାକୁ ସୁରକ୍ଷିତ ରଖିବ ଓ ବଢ଼ୁଥିବା ଚ୍ୟାଲେଞ୍ଜଗୁଡ଼ିକୁ ଦୂର କରିବ ବୋଲି ପୁଟିନ୍‌ ଜୋର ଦେଇ କହିଛନ୍ତି।ରବିବାର ୟୁନାଇଟେଡ୍ ରୁଷିଆ ପାର୍ଟି କଂଗ୍ରେସରେ ପୁଟିନ୍‌ କହିଛନ୍ତି‌ ଯେ, ରୁଷ୍‌ର ଭିତ୍ତିଭୂମି ଓ ଶକ୍ତି ସୁବିଧା ଉପରେ ୟୁକ୍ରେନର ଆକ୍ରମଣ ଦ୍ୱାରା ଚାପ ବଢ଼ୁଛି।

କିନ୍ତୁ ପୁଟିନ୍‌ ଜନସାଧାରଣଙ୍କୁ ଆଶ୍ୱସ୍ତ କରି କହିଛନ୍ତି ଯେ, କ୍ରେମଲିନ୍ ନିୟନ୍ତ୍ରଣରେ ସବୁକିଛି ରହିଛି।

ପୁଟିନ୍‌ କହିଛନ୍ତି, ଉଭୟ ରୁଷ୍‌ ଓ ଏହାର ନାଗରିକଙ୍କ ସୁରକ୍ଷା ଏବଂ ରୁଷ୍‌ ସୀମାର ଅଲଘଂନୀୟତା ଆମର ଗୁରୁତ୍ବ।

ଏହାସହିତ ପୁଟିନ୍‌ କହିଛନ୍ତି ଯେ, ଆଜି ଆସିଥିବା ସମସ୍ୟା ଆମେ ଦୂର କରିବୁ ଓ ରୁଷ୍‌ର ଆଞ୍ଚଳିକ ତଥା ଭିତ୍ତିଭୂମି ସୁବିଧା ଉପରେ ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବୁ।

"