Jindal: ଶାଲୁ ଜିନ୍ଦଲଙ୍କୁ ‘ସିଏସ୍ଆର୍ ଭିଜନାରି ଲିଡର୍ ଅଫ୍ ଦି ଇୟର୍’ ସମ୍ମାନ
"ନୂଆଦିଲ୍ଲୀ: ସାମାଜିକ ପ୍ରଗତିରେ ଅଗ୍ରଣୀ ନେତୃତ୍ୱ ଓ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କୁ ସମ୍ମାନଜନକ "ସିଏସ୍ଆର୍ ଭିଜନାରି ଲିଡର୍ ଅଫ ଦି ଇୟର୍- ୨୦୨୬" ସମ୍ମାନ ମିଳିଛି।
ଦି ବ୍ରେନାଲିଟିକ୍ସ ପକ୍ଷରୁ ନୂଆଦିଲ୍ଲୀ ପ୍ରାଇଡ ପ୍ଲାଜା ହୋଟେଲ, ଏରୋସିଟିରେ ଆୟୋଜିତ "ଭାରତ ସିଏସ୍ଆର୍ ଏଣ୍ଡ୍ ସଷ୍ଟେନେବିଲିଟି ସମିଟ୍ ଏଣ୍ଡ୍ ଆଓ୍ୱାର୍ଡ" ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି।
Advertisment ଦେଶର ବିଭିନ୍ନ ସମୁଦାୟର ଜୀବନଶୈଳୀରେ ଉନ୍ନତି ପାଇଁ ଜିନ୍ଦଲ ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଶ୍ରୀମତୀ ଜିନ୍ଦଲଙ୍କ ନେତୃତ୍ୱକୁ ଏହି ସମ୍ମାନ ସ୍ୱୀକୃତି ପ୍ରଦାନ କରୁଛି।
ତାଙ୍କ ନେତୃତ୍ୱରେ ଫାଉଣ୍ଡେସନ ଏହାର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିଛି।
ଜିନ୍ଦଲ ଫାଉଣ୍ଡେସନ ଯେଉଁ ସମୁଦାୟଗୁଡ଼ିକର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଏବଂ ସମାବେଶୀ ସମାଜ ଗଠନ ଦିଗରେ ନିୟୋଜିତ ସହଯୋଗୀ ଓ କର୍ମୀମାନଙ୍କୁ ଶ୍ରୀମତୀ ଜିନ୍ଦଲ ଏହି ସମ୍ମାନ ଓ ସ୍ୱୀକୃତିକୁ ସମର୍ପିତ କରିଛନ୍ତି।
Second Day RCCL ରେଡିଓ ଚକଲେଟ୍ କ୍ରିକେଟ୍ ଲିଗର ୨ୟ ଦିବସ: ଜିନ୍ଦଲକୁ ହରାଇଲା ଓ୍ବିପ୍ରୋ "