Horoscope 2026 June 29: ଜାଣନ୍ତୁ ଆଜିର ରାଶିଫଳ
୨୯ ଜୁନ୍ ୨୦୨୬, ସୋମବାର। ତିଥି: ଜ୍ୟେଷ୍ଠ ପୂର୍ଣ୍ଣିମା। ନକ୍ଷତ୍ର: ମୂଳା। ଚନ୍ଦ୍ର: ଧନୁ। ଦେବସ୍ନାନ ପୂର୍ଣ୍ଣିମା ଓ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ, ଅଣସର ଆରମ୍ଭ, ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଶ୍ରାଦ୍ଧ। ସୂର୍ଯ୍ୟୋଦୟ: ୫ଟା୧୪, ସୂର୍ଯ୍ୟାସ୍ତ: ୬ଟା୨୫। ଘାତଚନ୍ଦ୍ର: ତୁଳା ଓ କୁମ୍ଭ। ଘାତବାର: ମିଥୁନ। ଶୁଭବେଳା: ଦିବା ୮ଟା୪୫ରୁ ୧୦ଟା୩୦, ରାତ୍ରି ୯ଟା୧୮ରୁ ୧୦ଟା୨୯, ରାତ୍ରି ୧୧ଟା୫୦ରୁ ୧୨ଟା୧୧, ରାତ୍ରି ୧ଟା୩୮ରୁ ୩ଟା୪, ରାତ୍ରି ୩ଟା୪୮ରୁ ୪ଟା୩୧ ପର୍ଯ୍ୟନ୍ତ।
ମେଷ: ଅଫିସ କାମରେ ଦୂରକୁ ଯାଇପାରନ୍ତି। ଘରର ଅଧିକାଂଶ କାମ ପୂରା କରିବାରେ ସଫଳ ହେବେ। ଦୈନନ୍ଦିନ ଜୀବନରେ କିଛି ନୂତନତ୍ବ ଆସିପାରେ।
ବୃଷ: ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ତରବରିଆ ଭାବରେ ନିଷ୍ପତ୍ତି ନିଅନ୍ତୁ ନାହିଁ। ମାତାପିତାଙ୍କ ଆଶୀର୍ବାଦ ଆପଣଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ।
ମିଥୁନ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ନିଜର ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବେ। ଆପଣଙ୍କର କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ।
କର୍କଟ: ପରିବାରରେ ସବୁ କିଛି ଭଲ ରହିବ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ। ସାମାଜିକ କାର୍ଯ୍ୟରେ ଆପଣଙ୍କ ରୁଚି ରହିବ। ବ୍ୟବସାୟରେ କିଛି ପରିବର୍ତ୍ତନ କରିପାରନ୍ତି।
ସିଂହ: କାରବାର ବଢ଼ାଇବା ପାଇଁ ମଉକା ପାଇବେ। ଅନ୍ତରଙ୍ଗ ବନ୍ଧୁ ଆପଣଙ୍କୁ ଭେଟିବାକୁ ଆସିପାରନ୍ତି। ଛାତ୍ରଛାତ୍ରୀଙ୍କର ପାଠପଢ଼ା ଦିଗରେ ଥିବା ବାଧା ଦୂର ହେବ।
କନ୍ୟା: ଯେଉଁ କାମ ହାତକୁ ନେବେ ତାହା ସଂପୂର୍ଣ୍ଣ ହୋଇଯିବ। ଅଫିସରେ କୌଣସି ବୈଠକରେ ଯୋଗ ଦେବେ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।
ତୁଳା: ଲୋକେ ଆପଣଙ୍କ କଥା ଉପରେ ପୂରା ଧ୍ୟାନ ଦେବେ। ଆର୍ଥିକ ଚିନ୍ତା ଦୂର ହେବ। ଅଫିସରେ ଆପଣଙ୍କ କାମକୁ ଉଚ୍ଚଅଧିକାରୀ ପ୍ରଶଂସା କରିବେ।
ବିଛା: କ୍ୟାରିଅର ପାଇଁ ଆପଣଙ୍କୁ ବଡ଼ ଫଇସଲା ନେବାକୁ ପଡ଼ିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ।
ଧନୁ: ସମ୍ବନ୍ଧ ଓ କାର୍ଯ୍ୟ ମଧ୍ୟରେ ତାଳମେଳ ବଜାୟ ରହିବ। ଜୀବନସାଥୀ ଖୁସି ଖବର ଦେବେ। ଛାତ୍ରଛାତ୍ରୀ ଗୁରୁଜନଙ୍କର ସାହାଯ୍ୟ ପାଇବେ। ବାହାରେ ମସଲାଯୁକ୍ତ ଖାଦ୍ୟ ବର୍ଜନ କରନ୍ତୁ।
ମକର: ସହକର୍ମୀଙ୍କ ସାହାଯ୍ୟ ମିଳିବା ଯୋଗୁଁ ନିର୍ଦ୍ଧାରିତ ସମୟରେ କାମ ପୂରା କରିଦେବେ। ଆପଣଙ୍କ ସକାରାତ୍ମକ ବିଚାର କାହାରିକୁ ପ୍ରଭାବିତ କରିପାରେ।
କୁମ୍ଭ: କୌଣସି କାମରେ ମାତାପିତାଙ୍କ ପରାମର୍ଶ ଲାଭପ୍ରଦ ସାବ୍ୟସ୍ତ ହେବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଧନ ସଂପତ୍ତି ବୃଦ୍ଧି ହେବ। ନିଜକୁ ସୁସ୍ଥସବଳ ଅନୁଭବ କରିବେ।
ମୀନ: ଅଫିସରେ ଏଭଳି କାମ ଦିଆଯିବ ଯାହା ସହଜରେ ପୂରା କରିଦେବେ। ବ୍ୟବସାୟରେ ନୂଆ ଅନୁଭବ ହାସଲ କରିବେ। ବକେୟା ଅର୍ଥ ମିଳିବା ଯୋଗୁଁ ଆର୍ଥିକ ପକ୍ଷ ସାମାନ୍ୟ ରହିବ।