Shashi Tharoor: ଥରୁର୍ଙ୍କ ଜମ୍ମୁ କଶ୍ମୀର ସ୍ଥିତିରେ ଉନ୍ନତି ମନ୍ତବ୍ୟକୁ କଂଗ୍ରେସର ତୀବ୍ର ସମାଲୋଚନା
"ଶ୍ରୀନଗର: କଂଗ୍ରେସ ସାଂସଦ ଶଶି ଥରୁର୍ ପୁଣି ଥରେ ନିଜ ବୟାନକୁ ନେଇ ନିଜ ଦଳର ଟାର୍ଗେଟ ହୋଇଛନ୍ତି।
ସୂଚନାଯୋଗ୍ୟ, ଥରୁର ରବିବାର ଜମ୍ମୁ- କାଶ୍ମୀର ଗସ୍ତରେ ଯାଇ ଶ୍ରୀନଗରରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟିଥିଲେ।
ଏହାପରେ ଥରୁର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ "ଏକ୍ସ"ରେ ଲେଖିଥିଲେ, ଆମେ ଜମ୍ମୁ କଶ୍ମୀର ପରିସ୍ଥିତି ଓ ଏଥିରେ ହେଉଥିବା ଉନ୍ନତି ବିଷୟରେ ଆଲୋଚନା କରିଛୁ।
ଚ୍ୟାଲେଞ୍ଜ ଏବେବି ରହିଛି, କିନ୍ତୁ ଏହି ଗସ୍ତ ପରେ ମୁଁ ଅଧିକ ସକାରାତ୍ମକ ଅନୁଭବ କରୁଛି।
ଥରୁର୍ଙ୍କ ଏହି ପୋଷ୍ଟକୁ ଜମ୍ମୁ ଓ କାଶ୍ମୀର କଂଗ୍ରେସ ଓ ଯୁବ କଂଗ୍ରେସ ତୀବ୍ର ସମାଲୋଚନା କରିଛି।
ଜମ୍ମୁ-କାଶ୍ମୀର କଂଗ୍ରେସର ମୁଖ୍ୟ ପ୍ରବକ୍ତା ରବିନ୍ଦର ଶର୍ମା କହିଛନ୍ତି, ଥରୁର୍ଙ୍କୁ କାଶ୍ମୀରର ଲୋକଙ୍କୁ ମଧ୍ୟ ଭେଟିବାର ଥିଲା, ଯଦ୍ବାରା ସେ ବାସ୍ତବ ସ୍ଥିତିକୁ ଭଲ ଭାବରେ ଜାଣିପାରିଥାନ୍ତେ।Advertisment ଯୁବ ନେତା ତଥା ଜମ୍ମୁ କଶ୍ମୀର ଛାତ୍ର ସଂଘର ଜାତୀୟ ସଂଯୋଜକ ନାସିର ଖୁଏହାମି ମଧ୍ୟ କଂଗ୍ରେସ ସାଂସଦଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଥରୁରଙ୍କ ଭଳି ଜଣେ ସାଂସଦ କାଶ୍ମୀରରେ ଉପେକ୍ଷିତଙ୍କ ସ୍ବର ନ ଶୁଣିବା ଅତ୍ୟନ୍ତ ନିରାଶାଜନକ।
କାଶ୍ମୀର ପ୍ରତୀକାତ୍ମକ ଗସ୍ତ ଓ ସତର୍କତାର ସହିତ ସଂଯୋଜିତ ଆଲୋଚନା ଅପେକ୍ଷା ଅଧିକ କିଛି ପାଇବାକୁ ଯୋଗ୍ୟ।
QUAD coffin: ଆମେରିକା "ଇଣ୍ଡୋ"କୁ ହଟାଇବା ନେଇ କହିଲେ ଶଶି ଥରୁର ଥରୁର୍ଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ କଂଗ୍ରେସ ବାରମ୍ବାର କେନ୍ଦ୍ର ସରକାରଙ୍କ ଉପରେ ଜମ୍ମୁ-କାଶ୍ମୀରର ପରିସ୍ଥିତିକୁ ସ୍ୱାଭାବିକ କରିବାରେ ବିଫଳ ହେବାର ଅଭିଯୋଗ କରିଆସୁଛି।
କଂଗ୍ରେସ ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଓ ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠନକୁ ମଧ୍ୟ ବିରୋଧ କରୁଛି।
ଅନ୍ୟପକ୍ଷରେ ବିଜେପି ଥରୁରଙ୍କ ବୟାନକୁ ସମର୍ଥନ କରିବା ସହିତ କଂଗ୍ରେସକୁ ଟାର୍ଗେଟ କରିଛି।
ବିଜେପିର ମୁଖପାତ୍ର ଅଭିଜିତ ଜସରୋଟିଆ କହିଛନ୍ତି ଯେ, ଧାରା ୩୭୦ ଉଚ୍ଛେଦ ହେବା ପରେ ପଥର ଫିଙ୍ଗା ଘଟଣା ପ୍ରାୟତଃ ସମାପ୍ତ ହୋଇଛି ଓ ସରକାରୀ ତଥ୍ୟ ଅନୁଯାୟୀ, ଗତ ୧୮ ମାସ ମଧ୍ୟରେ କୌଣସି କାଶ୍ମୀର ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇନାହାନ୍ତି।
ଥରୁର ଜୁନ୍ ୨୦ ତାରିଖରେ ଶ୍ରୀନଗର ନାଳନ୍ଦା ଡାଏଲଗ୍ ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। "ଏକ୍ସ" ରେ ଫଟୋ ସେୟାର କରି ସେ କହିଛନ୍ତି ଯେ, ପର୍ଯ୍ୟଟନ କ୍ଷେତ୍ର ନିଯୁକ୍ତି ଓ ଆର୍ଥିକ ଅଭିବୃଦ୍ଧିର ସମ୍ଭାବନା ରହିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପହଲଗାମ୍ ଦୁର୍ଘଟଣାର ଗୋଟିଏ ବର୍ଷ ପରେ କାଶ୍ମୀରରେ ପର୍ଯ୍ୟଟନକୁ ପୁନର୍ଜୀବିତ କରିବାର ସମୟ ଆସିଛି।
"