India-Pakistan: ଲଣ୍ଡନରେ ଭାରତ-ପାକିସ୍ତାନ ଡବଲ୍‌ ହେଡର୍‌

Jun 23, 2026 - 06:23
India-Pakistan: ଲଣ୍ଡନରେ ଭାରତ-ପାକିସ୍ତାନ ଡବଲ୍‌ ହେଡର୍‌

"ଲଣ୍ଡନ: ଭାରତୀୟ ହକି ଦଳ ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି ପ୍ରତିଯୋଗିତା ଅନ୍ତର୍ଗତ ଲଣ୍ଡନରେ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଖେଳିବ।

ଏହି ୬ ଦିନ ଭିତରେ ଭାରତୀୟ ହକି ଦଳ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଘରୋଇ ଇଂଲଣ୍ଡ ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବ।

ତେବେ ସବୁ ନଜର ଭାରତ ଓ ପାକିସ୍ତାନ ଡବଲ୍‌ ହେଡର୍‌ ଉପରେ ରହିବ।

କାରଣ ଦୁଇବର୍ଷ ପରେ ପ୍ରଥମ ଥର ପାଇଁ ଏହି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ମୁହାଁମୁହିଁ ହେବେ।

ଶେଷ ଥର ଲାଗି ଭାରତ ଓ ପାକିସ୍ତାନ ହକି ଦଳ ୨୦୨୪ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ପରସ୍ପରକୁ ଭେଟିଥିଲେ।

ସେହି ମୁକାବିଲାକୁ ଭାରତ ୨-୧ରେ ଜିତି ନେଇଥିଲା।

ସେହିଭଳି ବିଗତ ୧୦ବର୍ଷ ଭିତରେ ମଧ୍ୟ ଭାରତୀୟ ହକି ଦଳ ଅଧିକାଂଶ ସମୟ ପାକିସ୍ତାନ ଉପରେ ଆଧିପତ୍ୟ ବିସ୍ତାର କରି ଆସିଛି।

Advertisment Hockey: ସୁନେଲିତାଙ୍କ ଗୋଲ୍‌ରେ ନ୍ୟୁଜିଲାଣ୍ଡ ହାରିଲା ଗତ ଦଶନ୍ଧିରେ ଉଭୟ ଦଳ ୧୭ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୧୫ଟି ମ୍ୟାଚ୍‌ ଜିତିଥିଲା ବେଳେ ଦୁଇଟିକୁ ଡ୍ର" କରି ପାକିସ୍ତାନ ବିପକ୍ଷରେ ଅପରାଜୟ ରହିଛି।

ଏହା ପୂର୍ବରୁ ଭାରତୀୟ ଦଳ ନେଦରଲାଣ୍ଡ୍‌ସରେ ଚାରିଟି ମ୍ୟାଚ୍‌ ‌ଖେଳି ଦୁଇଟିରେ ବିଜୟୀ ‌ହୋଇ ପାରିଛି।

ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସଠୁ ହାରିବା ପରେ ଦ୍ବିତୀୟରେ ବିଶ୍ବବିଜେତା ଜର୍ମାନୀକୁ ହରାଇ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା ଭାରତ।

ଏହା ପରେ ଅବଶ୍ୟ ପାଲଟା ମୁକାବିଲାକୁ ହରମନପ୍ରୀତ୍‌ ସିଂହଙ୍କ ଦଳ ହାରି ଯାଇଥଇଲା।

ତେବେ ଶେଷ ମୁକାବିଲରେ ନେଦରଲାଣ୍ଡ୍‌ସକୁ ହରାଇ ବିଜୟ ଧାରାକୁ ଫେରିଥିଲା।

ଭାରତ ସଂପ୍ରତି ୧୦ ପଏଣ୍ଟ୍‌ ପାଇ ଏଫ୍‌ଆଇଏଚ୍ ପ୍ରେ ଲିଗ୍‌ ପଏଣ୍ଟ୍‌ ତାଲିକାର ଅଷ୍ଟମ ସ୍ଥାନରେ ରହିଛି।

ଇଂଲଣ୍ଡ ୨୬ ପଏଣ୍ଟ୍‌ ପାଇ ଦ୍ବିତୀୟ ସ୍ଥାନରେ ଥିଲା ବେଳେ ପାକିସ୍ତାନ ନବମ ସ୍ଥାନରେ ରହିଛି।

ଏହି ଦଳ ଏବେସୁଦ୍ଧା କିନ୍ତୁ ଗୋଟିଏ ବି ପଏଣ୍ଟ୍‌ ଅର୍ଜନ କରି ପାରିନି।

Hockey: ଭଲ ଖେଳିଲୁ, କିନ୍ତୁ ସ୍ବର୍ଣ୍ଣ ସ୍ବପ୍ନ ଅଧୁରା ରହିଗଲା: ସ୍ବିଟି"