Vedanta:ବେଦାନ୍ତ ଆଲୁମିନିୟମ ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ

Jun 22, 2026 - 23:09
Vedanta:ବେଦାନ୍ତ ଆଲୁମିନିୟମ ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ

"ଭୁବନେଶ୍ବର: ବେଦାନ୍ତ ଗ୍ରୁପ୍‌ର ସଂସ୍ଥା‌ ବେଦାନ୍ତ ଆଲୁମିନିୟମ ଏକ ପୃଥକ କମ୍ପାନି ଭାବେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଛି।

ଡିମର୍ଜର ପରେ ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ ତାଲିକାଭୁକ୍ତ ଅବସରରେ ଯୋଗଦେଇଥିଲେ।Advertisment ଆହୁରି ପଢନ୍ତୁ: Maharastra: ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନ: ୧୭ରୁ ୧୬ଟି ଆସନରେ ମହାୟୁତି ମେଣ୍ଟ ବିଜୟୀ ଏହାକୁ ବେଦାନ୍ତ ଆଲୁମିନିୟମ ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କମ୍ପାନିର ସିଇଓ ରାଜେଶ କୁମାର କହିଛନ୍ତି।

କମ୍ପାନି ଭାରତର ଆଲୁମିନିୟମ ଉତ୍ପାଦନରେ ୫୦ ପ୍ରତିଶତ ଯୋଗଦାନ କରୁଛି ଓ ବିଶ୍ବବ୍ୟାପୀ ଏହାର ୬୦ରୁ ଅଧିକ ଦେଶରେ ଗ୍ରାହକ ରହିଛନ୍ତି।

କମ୍ପାନି ଓଡ଼ିଶା ସରକାରଙ୍କ ସହଭାଗିତାରେ ବେଦାନ୍ତ ଆଲୁମିନିୟମ ପାର୍କ ଉପରେ କାର୍ଯ୍ୟ କରୁଛି।

ଏହାଦ୍ବାରା ଏମ୍‌ଏସ୍‌ଏମ୍‌ଇ ଓ ଆନୁଷଙ୍ଗିକ ଉତ୍ପାଦ ନିର୍ମାତାମାନେ ଉପକୃତ ହେବେ।"