Cross-voting issue: ରାଜ୍ୟସଭା ନିର୍ବାଚନରେ କ୍ରସ୍ଭୋଟିଂ ପ୍ରସଙ୍ଗ: ୧୧ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଆବେଦନ ଖାରଜ
ଭୁବନେଶ୍ବର: ଗତ ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ମତଦାନ ବେଳେ ବିଜେଡିର ୮ଜଣ, କଂଗ୍ରେସର ୩ଜଣ ବିଧାୟକ କ୍ରସ୍ଭୋଟିଂ କରିଥିଲେ। ସେମାନେ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେଇଥିଲେ। ଏହାପରେ ଦଳୀୟ ହୁଇପ୍ ମାନି ନଥିବାରୁ ବିଜେଡିର ୮ଜଣ ବିଧାୟକ, କଂଗ୍ରେସର ୩ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ଦୁଇ ଦଳ ପକ୍ଷରୁ ପୃଥକ୍ ଭାବେ ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ନିକଟରେ ଆବେଦନ କରାଯାଇଥିଲା। ଏହି ଆବେଦନର ଶୁଣାଣି କରି ବାଚସ୍ପତି ଶ୍ରୀମତୀ ପାଢ଼ୀ ବିଜେଡି ଓ କଂଗ୍ରେସର ଆବେଦନକୁ ଖାରଜ କରିଦେଇଛନ୍ତି।
Fire: କୋଚିଂ ସେଣ୍ଟର ଅଗ୍ନିକାଣ୍ଡରୁ ବଞ୍ଚାଇବାକୁ ବାପାଙ୍କୁ ଶେଷ ଫୋନ୍ କଲେ ସୁଖମଣି
ବାଚସ୍ପତି କହିଛନ୍ତି, ସଭ୍ୟପଦ ରଦ୍ଦ ଆବେଦନର ପ୍ରତି ପୃଷ୍ଠାରେ ପିଟିସନର୍ଙ୍କ ଦସ୍ତଖତ ନଥିଲା। ସତ୍ୟପାଠ ବି ଦେଇନାହାନ୍ତି। ସଭ୍ୟପଦ ରଦ୍ଦ ପାଇଁ ଯେଉଁ ନିୟମ ୬ ଓ ୭ ଅଛି ସେଥିରୁ ନିୟମ ୬ର ଉପନିୟମ ୬ ଓ ୭ ଅନୁସାରେ ସେମାନେ ପର୍ଯ୍ୟାପ୍ତ ପ୍ରମାଣ ଦେଇନଥିଲେ। ପିଟିସନ୍ଗୁଡ଼ିକ ସମ୍ପୂର୍ଣ୍ଣ ନଥିବାରୁ ତାଙ୍କ ଆବେଦନ ବିଚାରଯୋଗ୍ୟ ହେଲାନି ଏବଂ ଖାରଜ କରାଗଲା। ସେହିପରି ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ବିଜେଡି ପକ୍ଷରୁ ଦାଏର ହୋଇଥିବା ପିଟିସନ୍ଗୁଡ଼ିକରେ ଆଇନଗତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇନଥିବା କୁହାଯାଇଛି। ଏହାଦ୍ବାରା ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼ଙ୍କ ସମେତ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ରମାକାନ୍ତ ଭୋଇ, ନବ ମଲ୍ଲିକ, ସୁବାସିନୀ ଜେନା, ଚକ୍ରମଣି କହଁର ଏବଂ କଂଗ୍ରେସରୁ ନିଲମ୍ବିତ ହୋଇଥିବା ସୋଫିଆ ଫିର୍ଦ୍ଦୋସ, ଦାଶରଥି ଗମାଙ୍ଗ ଓ ରମେଶ ଜେନା ଏବେ ଆଶ୍ବସ୍ତ ହୋଇଛନ୍ତି।
ପିଟିସନର୍ଙ୍କ ଦସ୍ତଖତ, ସତ୍ୟପାଠ ନଥିବାରୁ ଖାରଜ କରାଗଲା: ବାଚସ୍ପତି
କୋର୍ଟଙ୍କ ଆଶ୍ରୟ ନେବେ ବିଜେଡି ଓ କଂଗ୍ରେସ
ବିରୋଧୀ ଆଇନ ନବୁଝି ଆବେଦନ କରିଥିଲେ, ଖାରଜ ହୋଇଗଲା: ସୁରେଶ
ଅପରପକ୍ଷେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି। ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ ଓ ଅରୁଣ ସାହୁ କହିଲେ, ବାଚସ୍ପତି ଦଳୀୟ ମନୋଭାବ ରଖି ଏହି ନିଷ୍ପତ୍ତି ନେଇଛନ୍ତି। ବାଚସ୍ପତି ନିଜ ପଦବିର ଗରିମା କ୍ଷୁଣ୍ଣ କରିବା ସହ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ଏହା ୫୨ତମ ସମ୍ବିଧାନ ସଂଶୋଧନ ଓ ସମ୍ବିଧାନର ୧୦ମ ପରିଚ୍ଛେଦର ସମ୍ପୂର୍ଣ୍ଣ ପରିପନ୍ଥୀ। ସମ୍ବିଧାନର ୧୦ମ ପରିଚ୍ଛେଦ ଅନୁଯାୟୀ ଜଣେ ବିଧାୟକ ଯେଉଁ ଦଳରୁ ନିର୍ବାଚିତ ହୋଇଥାଏ, ସେହି ଦଳର ନିଷ୍ପତ୍ତି ବିରୋଧରେ ଆଚରଣ ଓ ଉଚ୍ଚାରଣ କରିବା ଦଳର ସଦସ୍ୟତା ପରିତ୍ୟାଗ କରିବା ସହ ସମାନ। ବିଜେଡି ଆବେଦନର ମୂଳ ପ୍ରଶ୍ନ ଥିଲା, ଏହି ୮ ଜଣ ବିଧାୟକ ନିଜ ଆଚରଣ ଦ୍ୱାରା ଦଳର ସଦସ୍ୟତା ସ୍ୱଇଚ୍ଛାରେ ପରିତ୍ୟାଗ କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ କେବଳ ଔପଚାରିକ ଭାବରେ ଦଳ ଛାଡ଼ିବା ନୁହେଁ, ଦଳବିରୋଧୀ ଆଚରଣ ମଧ୍ୟ ସଦସ୍ୟତା ପରିତ୍ୟାଗ ଭାବେ ବିବେଚନା କରାଯିବ। ବାଚସ୍ପତି ଏହାକୁ ଅଣଦେଖା କରିଛନ୍ତି। ଆମେ ଦୃଢ଼ ଆଶାବାଦୀ ନ୍ୟାୟାଳୟ ସମ୍ବିଧାନର ମର୍ଯ୍ୟାଦା, ଜନମତର ପବିତ୍ରତା ଓ ଦଳବିରୋଧୀ ଆଇନର ଉଦ୍ଦେଶ୍ୟକୁ ସୁରକ୍ଷିତ ରଖିବେ।
Abilitysport Youth Games: ବିଶ୍ବ ଆବିଲିଟିସ୍ପୋର୍ଟ ଯୁବ କ୍ରୀଡ଼ା: ଆକାଶ, ବିଭାସିନ୍ଧୁଙ୍କ ଚମକ
ସେହିପରି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଆବେଦନ ଖାରଜ କରିବା ପୂର୍ବରୁ ବାଚସ୍ପତି ଯଦି ଆବଶ୍ୟକ ନଥିପତ୍ର ମାଗିଥାନ୍ତେ, ତେବେ ସମସ୍ତ ଦଲିଲ ପ୍ରଦାନ କରାଯାଇଥାନ୍ତା। ମାତ୍ର ସେଭଳି କୌଣସି ସୁଯୋଗ ଦିଆଯାଇନି। କ୍ରସ୍ଭୋଟିଂ ବାଚସ୍ପତିଙ୍କ ନିଜ ଦଳ ଶାସକ ବିଜେପି ସପକ୍ଷରେ ଯାଇଥିବାରୁ ସେ କେମିତି ତାଙ୍କ ଦଳ ବିରୋଧରେ ନିଷ୍ପତ୍ତି ନେବେ? ଏହି ମାମଲାରେ ଆମେ ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ। ଅପରପକ୍ଷେ ବିରୋଧୀଙ୍କୁ କଟାକ୍ଷ କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସେମାନଙ୍କୁ ଆଉଥରେ ପାଠ ପଢ଼ିବାର ଆବଶ୍ୟକତା ରହିଛି। ହୁଇପ୍ କ’ଣ, ଦଳବଦଳ ବିରୋଧୀ ଆଇନ କ’ଣ ଓ ଏହା କେଉଁମାନଙ୍କ ବିରୋଧରେ ଲାଗୁ ହେବ ସେନେଇ ବିରୋଧୀ ପୁନଃଅଧ୍ୟୟନ ଓ ପୁନଃଚିନ୍ତନ କରନ୍ତୁ। ବିରୋଧୀ ଆଇନ ନବୁଝି ଆବେଦନ କରିଥିଲେ, ଯାହାକୁ ବାଚସ୍ପତି ଖାରଜ କରିଦେଇଛନ୍ତି।