Shakira: ଫିଫା ବିଶ୍ବକପ୍ ଉଦ୍ଘାଟନୀରେ ସାକିରା ଦେଖାଇବେ ଜଲୱା
"ନୂଆଦିଲ୍ଲୀ: ଫିଫାପୁରୁଷ ବିଶ୍ବକପ୍ ଚଳିତ ମାସ ୧୧ ତାରିଖରୁ ୩ ଦେଶ ଆମେରିକା, ମେକ୍ସିକୋ ଓ କାନାଡ଼ାରେ ଖେଳାଯିବ।
ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମୁକାବିଲାରେ ସହଆୟୋଜକ ମେକ୍ସେିକୋ ଭେଟିବ ଦକ୍ଷିଣ ଆଫ୍ରିକାକୁ।
ଏହା ଭାରତୀୟ ସମୟ ୧୨ ତାରିଖ ରାତି ୧୨.୩୦ରେ ଖେଳାଯିବ।
ମେକ୍ସିକୋ ସିଟିରେ ଆୟୋଜିତ ଏହି ମ୍ୟାଚ୍ର ୯୦ ମିନିଟ୍ ପୂର୍ବରୁ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ ପରେ ଖେଳ ଆରମ୍ଭ ହେବ।Advertisment ଫିଫା ପୁରୁଷ ବିଶ୍ବକପ୍ ଚଳିତ ମାସ ୧୧ ତାରିଖରୁ ଏଥିରେ ଅନ୍ତର୍ଜାତୀୟ ତାରକା ସାକିରାଙ୍କ ଜଲୱା ଦେଖିବାକୁ ମିଳିବ।
ସାକିରା ବିଶ୍ବକପ୍ର ଅଫିସିଆଲ୍ ଗୀତ "ଡାଇ ଡାଇ" ପରିବେଷଣ କରିବେ।
ଡାଇ ଡାଇ ଇଟାଲି ଭାଷାରୁ ଆସିଥିଲା ବେଳେ ଏହାର ଅର୍ଥ ହେଲା "ଚାଲ ଯିବା"।ତାଙ୍କ ସହ କଲିମ୍ବିଆ ଷ୍ଟାର୍ ଜେ ବାଲ୍ଭିନ୍, ଦକ୍ଷିଣ ଆଫ୍ରିକାର ଗାୟିକା ତାଇଲା ଓ ନାଇଜେରିଆ ଗାୟକ ବର୍ଣ୍ଣା ବୟ ମଧ୍ୟ ଦର୍ଶକଙ୍କୁ ନିଜ ନିଜର ଜଲୱା ଦେଖାଇବେ।
ସାକିରା ମଧ୍ୟ ପ୍ରଥମ ଥର ବିଶ୍ବକପ୍ ଫାଇନାଲ୍ରେ ମଧ୍ୟ ପ୍ରଦର୍ଶନ କରିବେ।
ନ୍ୟୁ ଜର୍ସିର ମେଟଲାଇଫ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲ୍ ମଧ୍ୟାନ୍ତର ଶୋ"ରେ ସେ ପ୍ରଦର୍ଶନ କରିବାକୁ ସହମତି ପ୍ରକାଶ ଦେଇଛନ୍ତି।
ଆହୁରି ପଢ଼ନ୍ତୁ:Disappointment: ସଚିନଙ୍କ ଡାଇମଣ୍ଡ ଲିଗ୍ ପଦାର୍ପଣ ଫିକା ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।