Hirakud: ହୀରାକୁଦର ୧୦ ଗେଟ୍ ଖୋଲା
"ସମ୍ବଲପୁର: ଉପରମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ପରେ ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି।
ଆଜି ୨ଟି ପର୍ଯ୍ୟାୟରେ ହୀରାକୁଦ ନଦୀବନ୍ଧର ଆଉ ୬ଟି ଗେଟ୍ ଖୋଲାଯାଇଛି।
ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ମୋଟ ୧୦ଟି ସ୍ଲୁଇସ୍ ଗେଟ୍ (ବାମ ପାର୍ଶ୍ବର ୭ ଓ ଡାହାଣ ପାର୍ଶ୍ବର ୩ଟି) ଦେଇ ବନ୍ୟାପାଣି ମହାନଦୀକୁ ନିଷ୍କାସିତ ହେଉଛି।
ଜଳଭଣ୍ଡାରକୁ ହାରାହାରି ୧ ଲକ୍ଷ ୪୭ ହଜାର ୫୪୬ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ବିଭିନ୍ନ ମାର୍ଗ ଦେଇ ୧ ଲକ୍ଷ ୫୯ ହଜାର ୫୮୧ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା।
Advertisment Judgement: ସୁରେନ୍ଦ୍ର ଗାଡଲିଙ୍ଗଙ୍କ ଜାମିନ ଆବେଦନ ଶୁଣାଣିରୁ ତୃତୀୟ ସୁପ୍ରିମ୍କୋର୍ଟ ବିଚାରପତି ଓହରିଲେ ସନ୍ଧ୍ୟା ୬ଟା ବେଳେ ତଳମୁଣ୍ଡ ଗେଜ୍ ଷ୍ଟେସନ୍ଗୁଡ଼ିକ ମଧ୍ୟରୁ ବେଲଗାଁରେ ୧୩ ହଜାର ୬୦୦ କ୍ୟୁସେକ୍, ପଥର୍ଲାରେ ୩୮ ହଜାର ୮୦୭ କ୍ୟୁସେକ୍, ଖଇରମାଳରେ ୧ ଲକ୍ଷ ୭୦ ହଜାର କ୍ୟୁସେକ୍, ବରମୂଳରେ ୧ ଲକ୍ଷ ୩୫ହଜାର ୭୫୦ କ୍ୟୁସେକ୍ ଓ ମୁଣ୍ଡଳିରେ ୧ଲକ୍ଷ ୫୨ ହଜାର ୩୦୪ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା।
ପୂର୍ବରୁ ୪ଟି ଗେଟ୍ ଖୋଲା ଥିବାବେଳେ ଆଜି ଦିନ ୧୨ଟା ୫୫ ମିନିଟ୍ରେ ଆଉ ୪ଟି ଗେଟ୍ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା।
ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟା ୫ଟା ୩୫ ମିନିଟ୍ ଓ ୫ଟା ୪୦ ମିନିଟ୍ରେ ଆଉ ୨ଟି ଗେଟ୍ ଖୋଲାଯାଇଥିଲା।
ଏହି ସମୟରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୩.୪୭ ଫୁଟ ରହିଥିଲା।
ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୨୫.୦୫ ମିଲିମିଟର୍ ଏବଂ ତଳ ମୁଣ୍ଡରେ ୧୮.୨୭ ମିଲିମିଟର୍ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
UCC Bill: ମଧ୍ୟପ୍ରଦେଶ ବିଧାନସଭାରେ ସମାନ ନାଗରିକ ସଂହିତା ବିଲ୍ ଗୃହୀତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।