Deadbody: ଅଳିଆ ଗଦା ନିକଟରେ ମୃତଦେହ, ସହରରେ ଚାଞ୍ଚଲ୍ୟ
"ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସୁଇପର କଲୋନୀରେ ଯୁବକଙ୍କ ମୃତଦେହ ମିଳିବାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି | ମିଳିଥିବା ସୂଚନା ମୁତାବକ ସାହି ମଝିରେ ଯୁବକଙ୍କ ମୃତଦେହ ପଡିରହିଥିବାବେଳେ ମୃତକ ରାଜଗୁରୁ ସାହିର ସନ୍ତୋଷ କୁମାର ଭୁକୁତା ହୋଇଥିବା ଜଣାପଡିଛି | ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ମୃତ୍ୟୁକୁ ସନ୍ଦେହ ପ୍ରକାଶ କରିଛନ୍ତି ମୃତକଙ୍କ ପରିବାର ଲୋକ |Advertisment ଆହୁରି ପଢନ୍ତୁ: Mango: ହଜିଯାଉଛି ଦେଶୀ ଆମ୍ୱର ଅସ୍ତିତ୍ୱ: "ହାମିଲ୍ଟନ୍ ସୁନ୍ଦରୀ" ଓ "ବଳଦେବ" ଆମ୍ୱକୁ ବ୍ରାଣ୍ଡିଂ କରିବାକୁ ପ୍ରୟାସ ମୃତକଙ୍କ ସମ୍ପର୍କୀୟଙ୍କ କହିବା କଥା ଯେ ଗତକାଲି ସନ୍ଧ୍ୟାରୁ ଘରୁ ବାହାରକୁ ଯାଇଥିବା ବେଳେ ଘରକୁ ଫେରିନଥିଲେ | ଆଜି ସକାଳୁ ମୃତଦେହ ପଡ଼ିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦେଖିବାବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୋଷାଡି ଘୋଷାଡି ନେଇ ଅଳିଆ ଗଦା ନିକଟରେ ପଡିଥିବାରୁ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।