FIRE: ଝାରସୁଗୁଡ଼ା ସହରର ଏକ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ
"ଝାରସୁଗୁଡ଼ା: ଝାରସୁଗୁଡ଼ା ସରବାହାଲ ସ୍ଥିତ ଏକ ସପିଂ ମଲ କୋଠାରେ ଭୟାବହ ଅଗ୍ନିକାଣ୍ଡହୋଇଛି।
ଆଜି ସକାଳୁ ମଲ୍ ଖୋଲିବା ପୂର୍ବରୁ ଭିତରୁ ଧୂଆଁ ବାହାରୁଥିବା ଦେଖି ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ତେବେ, ନିଆଁ ଲିଭା କାମ ଜାରି ରହିଛି।
ପ୍ରାପ୍ତ ସୂଚନାମତେ,ଝାରସୁଗୁଡ଼ା ଜିଲ୍ଲା ସହର ଉପକଣ୍ଠ ସରବାହାଲଠାରେ ଥିବା ଶଙ୍କର ଜ୍ବେଲର୍ସ ଏବଂ ଭି ମାର୍ଟ ସପିଙ୍ଗ ମଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି।
ଅଗ୍ନିଶମ ବିଭାଗ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର ପାଞ୍ଚଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ ବି ନିଆଁକୁ ଆୟତ୍ତ କରାଯାଇ ପାରି ନାହିଁ।
ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।Advertisment ଆହୁରି ପଢନ୍ତୁ: Bahuda Yatra Puri Live Update: ବାହୁଡ଼ାଯାତ୍ରା ୨୦୨୬; ରତ୍ନବେଦିକୁ ଫେରିବେ ସାଆନ୍ତ; ନନ୍ଦିଘୋଷ, ତାଳଧ୍ବଜର ଦକ୍ଷିଣ ମୋଡ଼ ଆଜି ଆଜି ଭୋର୍ ସକାଳୁ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ପ୍ରବଳ ଧୂଆଁ ଯୋଗୁଁ ତିନି ମହଲା କୋଠାରେ ନିଆଁ କୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗକୁ କସରତ କରିବାକୁ ପଡ଼ିଥିଲା।
ତେବେ ନିଆଁଟି ତଳ ମହଲାରେ ଲାଗିବା ପରେ ସମ୍ପୂର୍ଣ୍ଣ ମହଲାକୁ ବ୍ୟାପି ଯାଇଥିଲା।
ପାଖରେ ଲାଗିକି ଥିବା ଶଙ୍କର ଜ୍ବେଲର୍ସ ମଧ୍ୟ ଜଳିଯାଇଛି।
କ୍ଷୟକ୍ଷତିର ଆକଳନ କରାଯାଇ ପାରିନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।