Mango: ହଜିଯାଉଛି ଦେଶୀ ଆମ୍ୱର ଅସ୍ତିତ୍ୱ: ‘ହାମିଲ୍ଟନ୍ ସୁନ୍ଦରୀ’ ଓ ‘ବଳଦେବ’ ଆମ୍ୱକୁ ବ୍ରାଣ୍ଡିଂ କରିବାକୁ ପ୍ରୟାସ
"ଭୁବନେଶ୍ୱର: ଭାରତରେ ସବୁଠୁ ଲୋକପ୍ରିୟ ଫଳ ହେଉଛି ମଧୁର, ରସାଳ ଓ ସୁସ୍ବାଦୁ ଆମ୍ବ।
ଏହାର ସ୍ୱତନ୍ତ୍ର ସ୍ୱାଦ, ସୁଗନ୍ଧ ଓ ବହୁଳମାତ୍ରାରେ ଉତ୍ପାଦନ ପାଇଁ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଆମ୍ୱ ଖାଇବାକୁ ଭଲ ପାଆନ୍ତି।
ସମଗ୍ର ବିଶ୍ବରେ ଯେତେ ପରିମାଣର ଆମ୍ବ ଉତ୍ପାଦିତ ହୁଏ, ତା"ର ଅର୍ଦ୍ଧେକ ଫଳେ ଭାରତରେ।
ସେହିପରି ଓଡ଼ିଶାର ୨.୫ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଆମ୍ବ ଚାଷ ହେଉଛି।
ହେଲେ ବଜାରରେ ବଡ଼ ବାଇଗଣପଲେଇ ସହ ଦାମୀ ଆମ୍ରପଲ୍ଲୀ, ଆଲ୍ଫନ୍ସୋ, ଲଙ୍ଗଡ଼ା, ଦସେରି ଓ ଚଉସା ଭଳି ଆମ୍ବ ଭିଡ଼ରେ ଦେଶୀ ଆମ୍ବର ଅସ୍ତିତ୍ବ ହଜିଯାଇଛି।
ଓଡ଼ିଶାର ବଳଦେବ, ପଞ୍ଚାସ୍ୱାଦୀ, କାଳିଆଗଜା, ହାମିଲ୍ଟନ୍ ସୁନ୍ଦରୀ, ଶିମିଳିପାଳ ସୁନ୍ଦରୀ, ଦହିପାଖୁଡ଼ି ଭଳି ଆମ୍ୱର ନାମ ମଧ୍ୟ ଅନେକ ଭୁଲିଗଲେଣି।
ରାଜ୍ୟର ନିଜସ୍ବ କିସମର ଆମ୍ବ ସ୍ବାଦ ଓ ଗୁଣରେ ଉତ୍କୃଷ୍ଟ ହୋଇଥିଲେ ମଧ୍ୟ ପ୍ରଚାରପ୍ରସାର ଅଭାବରୁ ସେସବୁ ବଜାରରେ ଲୋକପ୍ରିୟ ହୋଇପାରୁନାହିଁ।
ଉପଯୁକ୍ତ ସଂରକ୍ଷଣର ଅଭାବରୁ ପ୍ରତିବର୍ଷ ଟନ୍ଟନ୍ ଆମ୍ୱ ନଷ୍ଟ ମଧ୍ୟ ହେଉଛି।
Advertisment Support: ବାପା ମାଆ ଛେଉଣ୍ଡ ୪ ଅସହାୟ ଶିଶୁଙ୍କ ପାଖରେ ସ୍ୱାକ୍ ଯଦିଓ ଓଡ଼ିଶାର ସବୁ ଜିଲ୍ଲାରେ ଆମ୍ବଚାଷ ହୁଏ, କିନ୍ତୁ ବିଶେଷକରି ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ସୋନପୁର, ଦେବଗଡ଼, କୋରାପୁଟ, ପୁରୀ, ଗଞ୍ଜାମ ଆଦି ଜିଲ୍ଲାରେ ବହୁଳ ଆମ୍ୱ ଉତ୍ପାଦନ ହୁଏ।
ହେଲେ ବ୍ୟବସାୟିକ ଦୃଷ୍ଟିକୋଣରୁ ଉତ୍କୃଷ୍ଟ ଥିବାରୁ ଉତ୍ତର ଭାରତରୁ ଆସିଥିବା "ଆମ୍ରପଲ୍ଲୀ" କିସମର ବହୁଳ ଭାବରେ ଚାଷ କରାଯାଏ।
ଏହା ପଛକୁ ମଲ୍ଲିକା, କେଶର, ଦସେରି, ହିମସାଗର, ସୁନ୍ଦରୀ, ବାଇଗଣପଲେଇ, ସୁନ୍ଦରୀ ଆଦି ଚାଷ ହେଉଛି।
ବର୍ତ୍ତମାନ ଓଡ଼ିଶାର ଆମ୍ରପଲ୍ଲୀ, ଦସେରୀ, ମଲ୍ଲିକା ଆମ୍ୱ ବିଦେଶରେ ମଧ୍ୟ ପହଞ୍ଚିଲାଣି।
ହେଲେ ବିଦେଶୀ ଓ ଶଙ୍କର ଜାତୀୟ ଏହି ଆମ୍ୱ ପରିବର୍ତ୍ତେ ଓଡ଼ିଶାର ନିଜସ୍ବ ଆମ୍ବର ପ୍ରସାର କରିବାର ଆବଶ୍ୟକତା ରହିଛି।
ଗତ ମାସ କେନ୍ଦ୍ରୀୟ ଉଦ୍ୟାନକୃଷି ପରୀକ୍ଷଣ କେନ୍ଦ୍ର ପରିସରରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଚାଷୀଙ୍କ ଆୟ ବୃଦ୍ଧି କରିବା ଓ କୃଷି ରପ୍ତାନିକୁ ବଢ଼ାଇବା ପାଇଁ ଓଡ଼ିଶା ଆମ୍ବର ଏକ ସ୍ୱତନ୍ତ୍ର "ବ୍ରାଣ୍ଡିଂ" କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।
Neglect: ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ କେନ୍ଦ୍ରୀୟ ଉଦ୍ୟାନକୃଷି ପରୀକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି ଯେ ବର୍ତ୍ତମାନ ପରୀକ୍ଷଣ କେନ୍ଦ୍ର, ଓୟୁଏଟି ଓ କୃଷି ବିଭାଗର ମିଳିତ ପ୍ରୟାସରେ ରାଜ୍ୟର "ହାମିଲ୍ଟନ୍ ସୁନ୍ଦରୀ" ଓ "ବଳଦେବ" ଆମ୍ୱକୁ ବ୍ରାଣ୍ଡିଂ କରିବା ପାଇଁ ପ୍ରୟାସ କରାଯାଉଛି।
ଏହାର ବହୁଳ ଚାଷ ସହିତ ଫସଲକୁ ରୋଗପୋକରୁ ରକ୍ଷା କରିବା ପାଇଁ ମଧ୍ୟ ସଚେତନତା ଶିକ୍ଷା ଦିଆଯିବ।
ଏନେଇ ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ପ୍ରଭୁ ଚରଣ ଲେଙ୍କା କହିଛନ୍ତି ଯେ ଓଡ଼ିଶାରେ ସମୁଦାୟ ଆମ୍ୱଚାଷର ୬୦ ପ୍ରତିଶତ କେବଳ "ଆମ୍ରପଲ୍ଲୀ" ଚାଷ ଦେଉଛି, ଯାହାକି ଉତ୍ତର ଭାରତରୁ ଆସିଛି।
ଆମ ରାଜ୍ୟରେ ଯଦି କୌଣସି ଆମ୍ୱକୁ ବ୍ରାଣ୍ଡିଂ କରିହେବ ତାହା ହେଉଛି ହାମିଲ୍ଟନ୍ ସୁନ୍ଦରୀ ଓ ସୁବର୍ଣ୍ଣରେଖା।
ଏହାର ଚାଷ ପାଇଁ ଆବଶ୍ୟକ ଜାଗା ଓ ବିକ୍ରୟର ଭିତ୍ତିଭୂମି ସୃଷ୍ଟି କରିବାକୁ ହେବ।
ସେହିପରି ଆମ୍ୱର ପ୍ରକ୍ରିୟାକରଣ କରିବା ପାଇଁ ଫାର୍ମର୍ ପ୍ରଡ୍ୟୁସର ଅର୍ଗାନାଇଜେସନ ମଧ୍ୟ ସକ୍ରିୟ ହେବା ଆବଶ୍ୟକ।
ଏହା ଦ୍ୱାରା ଉତ୍ପାଦନ ପରେ ମଧ୍ୟ ପ୍ରକ୍ରିୟାକରଣ କରି ନୂତନ ଉତ୍ପାଦ ସୃଷ୍ଟି କରିହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।