Naveen: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ: ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

Jul 22, 2026 - 07:52
Naveen: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ: ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

"ନୂଆଦିଲ୍ଲୀ/ଭୁବନେଶ୍ବର: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲା ଏବଂ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ମୁହଁ ଖୋଲିଛନ୍ତି।

ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି।

ଏହା ସହ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦଳର ପାଞ୍ଚ ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିଛନ୍ତି।

ଆଲୋଚନା ପରେ ଜାତୀୟ ଗଣମାଧ୍ୟମକୁ ନବୀନ କହିଛନ୍ତି, ଦିଲ୍ଲୀର ଘଟଣାବଳୀ ନେଇ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିଛି।

ପରିସ୍ଥିତି ଏବେ ଗମ୍ଭୀର ରହିଛି।

ଛାତ୍ରଛାତ୍ରୀଙ୍କୁ ନିର୍ମମ ଭାବେ ଆକ୍ରମଣ କରାଯାଇଛି।

ଆହତ ଛାତ୍ରଙ୍କୁ ସାଂସଦମାନେ ହସ୍ପିଟାଲରେ ଭେଟିଛନ୍ତି।

ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଅନେକ ଦଳରୁ ଦାବି ଆସୁଛି।

ବର୍ତ୍ତମାନ ସ୍ଥିତିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି ମୁଁ ଭାବୁଛି।Advertisment Judgement: ସୁରେନ୍ଦ୍ର ଗାଡଲିଙ୍ଗଙ୍କ ଜାମିନ ଆବେଦନ ଶୁଣାଣିରୁ ତୃତୀୟ ସୁପ୍ରିମ୍‌କୋର୍ଟ ବିଚାରପତି ଓହରିଲେ ଅପରପକ୍ଷରେ ପୁଲିସ ମାଡ଼ରେ ଆହତ ଛାତ୍ରଛାତ୍ରୀଙ୍କୁ ନୂଆଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲରେ ବିଜେଡି ସାଂସଦମାନେ ଭେଟି ସମବେଦନା ଜଣାଇଛନ୍ତି।

ସଂସଦୀୟ ଦଳ ନେତା ମାନସ ରଞ୍ଜନ ମଙ୍ଗରାଜଙ୍କ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧିମଣ୍ଡଳୀରେ ସାଂସଦ ସଂତୃପ୍ତ ମିଶ୍ର, ସସ୍ମିତ ପାତ୍ର, ସୁଲତା ଦେଓ ଓ ଶୁଭାଶିଷ ଖୁଣ୍ଟିଆ ସାମିଲ ହୋଇଥିଲେ।

ଛାତ୍ରଛାତ୍ରୀଙ୍କ ଏହି ଲଢ଼େଇରେ ବିଜେଡି ସର୍ବଦା ସେମାନଙ୍କ ସହ ରହିବ ବୋଲି ଆଶ୍ବାସନା ଦେଇଥିଲେ।

ବିଜେଡି ସାମ୍ବିଧାନିକ ଓ ଗଣତାନ୍ତ୍ରିକ ପଦ୍ଧତିରେ ଏହି ପ୍ରସଙ୍ଗକୁ ଉଠାଇ ଚାଲିବ ବୋଲି ସାଂସଦମାନେ କହିଥିଲେ।

UCC Bill: ମଧ୍ୟପ୍ରଦେଶ ବିଧାନସଭାରେ ସମାନ ନାଗରିକ ସଂହିତା ବିଲ୍‌ ଗୃହୀତ ଏହା ପୂର୍ବରୁ ଆଜି ପୂର୍ବାହ୍ଣରେ ଶ୍ରୀ ମଙ୍ଗରାଜଙ୍କ ନେତୃତ୍ୱରେ ବିଜେଡିର ସାଂସଦମାନେ ବିଜୟଚୌକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ବର୍ବରୋଚିତ ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ।

ସେହିପରି ସଂସଦରେ ଏହି ଗୁରୁତର ପ୍ରସଙ୍ଗ ଉପରେ ସ୍ବତନ୍ତ୍ର ଆଲୋଚନା ପାଇଁ ସାଂସଦମାନେ ଗୃହରେ ଦାବି କରିଥିଲେ।

ଆହତ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗୃହ ମଧ୍ୟରେ ପ୍ରତିବାଦ କରିଥିଲେ।

ସୂଚନାଯୋଗ୍ୟ ‌ଯେ ସୋନମ ୱାଙ୍ଗଚୁକଙ୍କୁ ହସ୍ପିଟାଲରେ ଭେଟିବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ହୋଇଥିଲା।

କିନ୍ତୁ ରହସ୍ୟଜନକ ଭାବେ ଶେଷ ମୂହୂର୍ତ୍ତରେ ବାତିଲ କରିଦିଆଗଲା।

ଭୁବନେଶ୍ବରରୁ ଡାକରା ପାଇ ନୂଆଦିଲ୍ଲୀ ଯାଇଥିବା ଦଳର ଯୁବ, ଛାତ୍ର ଓ ମହିଳା ଶାଖା ମୁଖିଆଙ୍କୁୁ ଫେରାଇ ଦିଆଗଲା।

ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଜେଡି ଅକଳରେ ପଡ଼ିଯାଇଥିଲା।

ଶାସକ ଦଳ ପ୍ରତି ବିଜେଡିର ନରମ ଆଭିମୁଖ୍ୟକୁ ନେଇ ଆଲୋଚନା ଜୋର୍‌ ଧରିଥିଲା।

ଫଳରେ ଆଜି ସକାଳୁ ହଠାତ ତତ୍ପରତା ପ୍ରକାଶ ପାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।