Severe Water scarcity ତଳପଡା ସିନ୍ଧିରି ଆମ୍ବପଡ଼ାରେ ଜଳ ସଙ୍କଟ

Jun 10, 2026 - 19:12
Severe Water scarcity ତଳପଡା ସିନ୍ଧିରି ଆମ୍ବପଡ଼ାରେ ଜଳ ସଙ୍କଟ

"ବାଲିଶଙ୍କରା:  ବାଲିଶଙ୍କରା ବ୍ଲକ୍‌ ରାମପୁର ପଂଚାୟତର ଧୁଡିନୂଆଗାଁ ଅଧୀନ ତଳପଡାସିନ୍ଧିରି ଆମ୍ବପଡ଼ାରେ ବ୍ୟାପକ ଜଳସଙ୍କଟ  ସୃଷ୍ଟି ହୋଇଛି।

ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନଥିବାରୁ ଗ୍ରାମବାସୀ ଶେଷରେ ଜଳ ନିମନ୍ତେ ବର୍ଷାକୁ ଭରସା କରି ବସିଛନ୍ତି।Advertisment  ୩ଟି ୱାର୍ଡ ବିଶିଷ୍ଟ ଏହି ପଡାରେ ୨୫ ପରିବାରର ୧୨୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି।

ଗାଁରେ ନାମକୁ ମାତ୍ର ନଳକୂଅ ଅଛି,  ତେବେ ଏହା ୨ ବର୍ଷ ହେବ ଅଚଳ ହୋଇପଡିଛି।

ଦୈନିନ୍ଦିନ ବ୍ୟବହାର ଓ ପାନୀୟ ଜଳ ନିମନ୍ତେ ଅନେକ କଷ୍ଟ କରିବାକୁ ପଡ଼ିଥାଏ।

ଉକ୍ତ ପଡ଼ାର ଲୋକମାନଙ୍କୁ ଗାଧୋଇବା ପାଇଁ ୧ କି.ମି.

ଦୂର ଯିବାକୁ ପଡ଼ୁଛି।

ଏହି ପଡ଼ାର ଜନସାଧାରଣଙ୍କୁ ବିଲର କୂଅ ଉପରେ ନିର୍ଭର କରି ଚଳିଥାନ୍ତି।

ତେବେ ସେଥିରେ ମଧ୍ୟ ଜଳସ୍ତର ହ୍ରାସ ପାଇବା ସହ ଦୂଷିତ ହେଉଛି।

ଏହାଦ୍ବାରା ଅନେକଙ୍କୁ ଚର୍ମ ସଂକ୍ରମଣ ହେଉଛି।

ଆର୍‌ଡବ୍ଲୁଏସ୍‌ଏସ୍‌ ଯନ୍ତ୍ରୀ ପ୍ରଶାନ୍ତ ଭୋଇଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି,  ସେ ଏହି ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି।

ସେ ଏଠାରେ କର୍ମକ୍ଷେତ୍ରରେ ଯୋଗ ଦେବା ପୂର୍ବରୁ ଅଚଳ ହୋଇପଡିଛି।

ନିର୍ବାଚନ ସମୟରେ ବଡ଼ବଡ଼ ମିଥ୍ୟା ପ୍ରତିସ୍ମୃତି ଦେଇ ଭୋଟ ନେଇ ଜିତିଗଲା ପରେ ଜନପ୍ରତିନିଧିଙ୍କ ଦେଖା ମିଳୁନାହିଁବୋଲି ଗ୍ରାମବାସୀ ‌କ୍ଷୋଭ ପ୍ରକାଶ କରିଛନ୍ତି।

ତୁରନ୍ତ ଏହି ପଡାରେ ଯୁଦ୍ଧକାଳୀନ ଭିତ୍ତିରେ ନୂତନ ନଳକୂଅ ଖନନ କରି ଜଳସଂକଟରୁ ଉଦ୍ଧାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ତୁରନ୍ତ ଜଳସଙ୍କଟ ଓ ବାସଗୃହ ସମସ୍ୟାର ସମାଧାନ କରାନଯାଏ ତାହେଲେ ଆଗାମୀ ପଂଚାୟତ ନିର୍ବାଚନକୁ ବର୍ଜନ କରିବେ ବୋଲି ପଡାବାସୀ କହିଛନ୍ତି।

ଯଦିଓ ଗାଁର ପ୍ରମୁଖ ସମସ୍ୟା ଜଳ, କିନ୍ତୁ ଅନ୍ୟ ଆନୁସଙ୍ଗିକ ଭିତ୍ତିଭୂମିରୁ ମଧ୍ୟ ଗ୍ରାମବାସୀମାନେ ବଞ୍ଚିତ ହୋଇ ରହିଛନ୍ତି।

ଏହି ପଡାରେ ସରକାରୀ ଯୋଜନା କହିଲେ ଚାଉଳ, ବିଦ୍ୟୁତ ଓ କଂକ୍ରିଟ ରାସ୍ତା।

ଏହି ପଡାବାସୀଙ୍କ ସମସ୍ତଙ୍କର ଚାଲ ଛପର ଘର ଏପର୍ଯ୍ୟନ୍ତ ଏମାନଙ୍କୁ ସରକାରୀ ଯୋଜନାରୁ ଆବାସଗୃହ ଖଣ୍ଡିଏ ମିଳିନାହିଁ।

ଉକ୍ତ ପଡାରେ ଥିବା ୬୫ ବର୍ଷୀୟ ବୃଦ୍ଧା ୨ ବର୍ଷ ହେବ ବିଧବା ହେଲେଣି।

ତା' ପୂର୍ବରୁ ସେ ବାର୍ଦ୍ଧକ୍ୟ ଭତ୍ତାର ଆବେଦନ କରିଥିଲେ।

ହେଲେ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ବା ବିଧବା ଭତ୍ତା କୌଣସି ଭତ୍ତା ପାଇନଥିବା କରିଛନ୍ତି।

ସେହିପରି ଉକ୍ତ ପଡ଼ାର ନିକଟରେ ଥିବା ବଡ଼ପଡାରେ ମଧ୍ୟ କାହାକୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଆବାସଗୃହ ଟିଏ ମିଳିନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।