Editorial: ଜେସିଣ୍ଟାଙ୍କ କବିତା: ପ୍ରୀତୀଶ ଆଚାର୍ଯ୍ୟଙ୍କ ସମ୍ପାଦକୀୟ କଲମ ସାମାନ୍ୟ କଥନରୁ...
"ଜେସିଣ୍ଟାଙ୍କ କବିତା ପ୍ରୀତୀଶ ଆଚାର୍ଯ୍ୟସାମାନ୍ୟ କଥନ ପ୍ରାଚୀନ ଓ ମଧ୍ୟକାଳୀନ ସାହିତ୍ୟରେ ଆଦିବାସୀକୁ କେନ୍ଦ୍ରରେ ରଖି ଚର୍ଚ୍ଚା ନାହିଁ।
ଆଦିବାସୀ ଗୌଣ ଚରିତ୍ର, "ଆଉ କେହି", "ଅସଭ୍ୟ", "ବର୍ବର"!
ହେଲେ ଆମ ସମୟରେ ଆଦିବାସୀ ଜନଜୀବନକୁ ନେଇ ଅନେକ ରଚନା, ଯହିଁରେ ଆଦିବାସୀଙ୍କ ଜୀବନକୁ ଅତି ଅନ୍ତରଙ୍ଗ ଭାବରେ ଦେଖି, ସେମାନଙ୍କ ଜୀବନ ସଂଘର୍ଷ, ବିସ୍ଥାପନ, ଶୋଷଣ ଓ ଅନ୍ୟାୟ ବିରୋଧରେ ପ୍ରତିବାଦ ଆଦିକୁ ନିଖୁଣ ଭାବେ ଫୁଟାଯାଇଛି।
ଏଭଳି ମହାନ ଲେଖକଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆର ଗୋପୀନାଥ ମହାନ୍ତି, ବଙ୍ଗଳାର ମହାଶ୍ୱେତା ଦେବୀ, ଆଦି।
ହେଲେ ଏମାନେ ନିଜେ ଆଦିବାସୀ ନୁହନ୍ତି।
ସୁତରାଂ, ସେମାନଙ୍କ ସର୍ଜନା "ଗାଈର ଆତ୍ମକାହାଣୀ" ଲେଖିଲା ଭଳି।
ଊନବିଂଶ ଶତାବ୍ଦୀର କବି ଭୀମଭୋଇ ଥିଲେ କନ୍ଧ ଆଦିବାସୀ।
ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ବ୍ୟକ୍ତିର ତ୍ୟାଗ ଓ ସମର୍ପଣ ତଥା ସମାଜରେ ସମତା ଓ ସମାନତାର ମୂଲ୍ୟବୋଧ ତାଙ୍କ ସାହିତ୍ୟ ଓ ବ୍ୟକ୍ତିତ୍ୱକୁ "ସନ୍ଥ" ସ୍ତରକୁ ନେଇଯାଏ।
ହେଲେ ତାଙ୍କ ଭଜନାବଳୀରେ ସିଧାସଲଖ ଭାବେ ଆଦିବାସୀ ଜୀବନର ଚର୍ଚ୍ଚା ଦେଖିବାକୁ ମିଳେନା।
ତଥାପି, ଜଣେ ସାଧାରଣ ଆଦିବାସୀଙ୍କ ଗଭୀର ଦର୍ଶନ ଓ ସର୍ଜନା ସାମର୍ଥ୍ୟର ପ୍ରମାଣ ମିଳିଥାଏ।
Advertisment ଦେଖାଯାଏ ଯେ ଆଦିବାସୀମାନେ ଲିଖିତ ସାହିତ୍ୟ ଆଡ଼କୁ ଶୀଘ୍ର ଆକର୍ଷିତ ହୁଅନ୍ତି ନାହିଁ; ସେମାନେ ଗାଇ ପାରନ୍ତି, କହି ପାରନ୍ତି, ହେଲେ ଲେଖନ୍ତି ନାହିଁ।
ସେମାନେ ସମସ୍ୟାଗୁଡ଼ିକୁ ବୁଝନ୍ତି; ଅନ୍ୟାୟର ଉଗ୍ର ପ୍ରତିବାଦ କରନ୍ତି; ସେମାନଙ୍କର ଗୀତିଗାଥା, ଲୋକକଥା, କିଂବଦନ୍ତି ଆଦି ରହିଛି; କିନ୍ତୁ ମୌଖିକ ପରମ୍ପରାରେ।
ଏହାର କାରଣ ମୋର ସ୍ଥୂଳ ବିଚାରରେ, ମାତୃଭାଷାରେ ଲେଖି ନ ପାରିବା, ସେମାନଙ୍କ ମାତୃଭାଷାର ଅନ୍ୟ ଭାଷା ତଳେ ଚାପି ହୋଇ ରହିଯିବା।
ଦେଶରେ ମୋଟ ୭୦୦ଟି ଜନଜାତି, ହେଲେ ସେମାନେ ଜନସଂଖ୍ୟାରେ ମାତ୍ର ୮.୬ ପ୍ରତିଶତ।
ପ୍ରତ୍ୟେକ ଜନଜାତିର ସ୍ୱତନ୍ତ୍ର ଭାଷା ଅଛି।
କିନ୍ତୁ ଅଧିକାଂଶ ଆଦିବାସୀ ଭାଷାର ଲିପି ନାହିଁ; ନିଜ ସଂପ୍ରଦାୟ ବାହାରେ ତାକୁ ବୁଝିବା-ପଢ଼ିବା ଲୋକ ନାହାନ୍ତି।
ତେଣୁ ସେମାନେ ଅନ୍ୟର ଭାଷାକୁ ଶିଖନ୍ତି।
ଅନ୍ୟ ଭାଷାକୁ ହୁଏତ ଆୟତ୍ତ କରନ୍ତି; କିନ୍ତୁ ତହିଁରେ ସୃଜନାତ୍ମକତାର ଅଭିବ୍ୟକ୍ତି କାଠିକର ହୁଏ।
ଆହୁରି ପଢ଼ନ୍ତୁ-IvaGrover: ୧୮ ଦିନର ପ୍ରେମ ସମ୍ପର୍କ ପରେ ବିବାହ ଆଉ ଏହା ସାଜିଥିଲା ଯନ୍ତ୍ରଣାର କାରଣ: ଇଭା ଗ୍ରୋଭର ଅରୁଣାଚଳ ହେଲା ଜନସଂଖ୍ୟା ଦୃଷ୍ଟିରୁ ଏକ ସାନ ପ୍ରଦେଶ; କିନ୍ତୁ ୨୬ ପ୍ରକାର ଜନଜାତି ରହନ୍ତି ଏବଂ ପ୍ରତି ଜନଜାତି ମଧ୍ୟରେ ରହିଛନ୍ତି ଏକାଧିକ ଉପ-ଜନଜାତି; ଯଦିଓ ସେମାନେ ପ୍ରତ୍ୟେକକୁ ସ୍ୱତନ୍ତ୍ର ମନେକରନ୍ତି।
ଗଛ ଚଢ଼ିବା, ଜଙ୍ଗଲରେ ବୁଲିବା ତୁଳନାରେ ନିୟମିତ ପାଠ ପଢ଼ିବା-ପଢ଼େଇବା ସେମାନଙ୍କ ଲାଗି କେତେ ବିରକ୍ତିକର, ତାହା ଜାଣିଲି, ଯେତେବେଳେ ଆମର ଜଣେ ପରିଚିତ ଅରୁଣାଚଳୀ ବନ୍ଧୁ ବିଶ୍ୱବିଦ୍ୟାଳୟର ଅଧ୍ୟାପନା ଛାଡ଼ି ତଳ ପାହ୍ୟାର ଫରେଷ୍ଟର ପଦରେ ଯୋଗ ଦେଲେ।
ସେ କହିଲେ, "ଜଙ୍ଗଲକୁ ଛାଡ଼ି ଚାକିରି କାଳ ଯାକ କିଏ ବହି ପଢ଼ିବ!" ଅବଶ୍ୟ ଏବେ ସମୟ ବଦଳୁଛି।
ମାମାଙ୍ଗ ଦାଇ, ଦିବାଙ୍ଗ, ୟୋଶେ ଦର୍ଜୀ ଥୋଙ୍ଗଡ଼ି ଆଦିଙ୍କ ଭଳି କିଛି ଅରୁଣାଚଳୀ କବିତା-ଉପନ୍ୟାସ ଆଦି ସର୍ଜନାରେ ମଗ୍ନ।
ସେମାନେ ଦ୍ୱିତୀୟ ବା ତୃତୀୟ ପିଢ଼ିର ପାଠୁଆ।
ସେମାନଙ୍କ ଅଭିବ୍ୟକ୍ତିର ମାଧ୍ୟମ ଇଂରେଜୀ।
ଝାଡ଼ଖଣ୍ଡର ଯୁବ କବି ଜେସିଣ୍ଟା କେରକେଟା।
ପଶ୍ଚିମ ସିଂହଭୂମ ଜିଲ୍ଲାର ଖୁଦାପୋଷ ଗାଁରେ ୧୯୮୩ରେ ଏକ ଓରାମ ଆଦିବାସୀ ପରିବାରରେ ଜନ୍ମିତ ଏହାଙ୍କ ବୃତ୍ତି ସାମ୍ବାଦିକତା; ପ୍ରବୃତ୍ତି ହିନ୍ଦୀରେ କବିତା ଲିଖନ।
ସେ "ଦୈନିକ ଜାଗରଣ", "ପ୍ରଭାତ ଖବର" ଓ "ଦ ୱାୟାର" ପତ୍ରିକା ପାଇଁ ଲେଖୁଛନ୍ତି।
ସ୍କୁଲରେ ପଢ଼ିବା ବେଳୁ କବିତା ଲେଖୁଥିଲେ; ତାକୁ ଜାରି ରଖିଲେ।
ତାଙ୍କର ତିନିଟି କବିତା ସଂକଳନ, "ଆଙ୍ଗୋର", "ଈଶ୍ୱର ଔର ବଜାର" ଓ "ଜଡୋଁ କୀ ଜମିନ" ହିନ୍ଦୀରେ ପ୍ରକାଶିତ ଓ ଜର୍ମାନ୍, ଇଟାଲିଆନ୍, ଇଂରେଜୀ ଓ ଫରାସୀ ଭାଷାରେ ଅନୂଦିତ ଓ ବହୁ ଚର୍ଚ୍ଚିତ।
ଯୁବ ବୟସରେ ପ୍ରେମ କବିତା ଲେଖିବା ଛାଡ଼ି ସେ ଛୋଟନାଗପୁରର ଜଙ୍ଗଲ, ପାହାଡ଼ର ପ୍ରେମରେ ପଡ଼ି ନିରନ୍ତର ଲେଖୁଛନ୍ତି।
ତାଙ୍କ କବିତାରେ ଦିଶେ ଆଦିବାସୀଙ୍କ ଯାତନା, ଔଦ୍ୟୋଗୀକରଣ ଓ ବଜାରୀକରଣ ପରିପ୍ରେକ୍ଷୀରେ ଆଦିବାସୀଙ୍କ କଷଣ। "ମାତୃଭାଷାର ମୃତ୍ୟୁ" କବିତାରେ ଲେଖନ୍ତି- ଆହୁରି ପଢ଼ନ୍ତୁ- IT Employees Federation ଓଡିଶା ଆୟକର କର୍ମଚାରୀ ମହାସଂଘର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ""ମା" ପାଟି ଭିତରେ ମାତୃଭାଷାକୁ ବନ୍ଦୀ କରାଗଲାଆଉ ଛୁଆଏ ତା"ର ମୁକ୍ତି ମାଗି ମାଗି ବୟସ୍କ ହୋଇଗଲେ ମାତୃଭାଷା ନିଜେ ମରି ନ ଥିଲା ତାକୁ ମାରି ଦିଆଗଲା ହେଲେ ମା" ଏତକ ଜାଣିପାରିଲାନି ରୋଟିର ସ୍ୱପ୍ନ ବୁଣୁଥିବା ସମ୍ଭାବନା ଆଗରେ ନିଜ ଛୁଆଙ୍କ ଲାଗି ସେ ଦାନ୍ତ କାମୁଡ଼ିଥିଲା ଆଉ ଗଣ୍ଡାଏ ଭୋଜନର ସ୍ୱପ୍ନ ଲାଗି ଚାପିହେଲା ମାତୃଭାଷା ମା"କୁ ଆଜି ବି ଲାଗେ, ଏକ ଦୁର୍ଘଟଣା ଥିଲା ମାତୃଭାଷାର ମୃତ୍ୟୁ।"" ଜେସିଣ୍ଟା କେରକେଟାଙ୍କ ଭଳି ଆଦିବାସୀର ଲିଖନ ସାହିତ୍ୟ ଆଡ଼କୁ ଢଳିବା, ସୃଜନୀରେ ଆଦିବାସୀ ଜୀବନ ଓ ବିଶ୍ୱ ସମାଜର ଚିନ୍ତା ଦିଶିବା- ଭବିଷ୍ୟତ ପାଇଁ ଏକ ବଡ଼ ସମ୍ଭାବନାର ସୂଚକ। (ମତାମତ ଲେଖକଙ୍କ ନିଜସ୍ବ) pritishacharya63@gmail.com ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।