Iran America War : ଇରାନର ବିମାନ ହ୍ୟାଙ୍ଗର ଏବଂ ଡ୍ରୋନ୍ ଷ୍ଟୋରେଜ୍ ସାଇଟ୍ ଧ୍ୱଂସ କଲା ଆମେରିକା

Jul 22, 2026 - 08:32
Iran America War : ଇରାନର ବିମାନ ହ୍ୟାଙ୍ଗର ଏବଂ ଡ୍ରୋନ୍ ଷ୍ଟୋରେଜ୍ ସାଇଟ୍ ଧ୍ୱଂସ କଲା ଆମେରିକା

"ତେହେରାନ: ଇରାନ ଉପରେ ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ ।

ବିମାନ ହ୍ୟାଙ୍ଗର ଏବଂ ଡ୍ରୋନ୍ ଷ୍ଟୋରେଜ୍ ସାଇଟ୍ ଧ୍ୱଂସ କଲା ଆମେରିକା ସେନା ।

ଯାହାଦ୍ବାରା  ଇରାନର ବିମାନ ହ୍ୟାଙ୍ଗର ଏବଂ ଡ୍ରୋନ୍ ଷ୍ଟୋରେଜ୍ ସାଇଟ୍ ସମ୍ପୂର୍ଣ୍ଣ  ଧ୍ୱଂସ ହୋଇଛି।

ଆମେରିକୀୟ ବାୟୁସେନା ଇରାନର ସାମରିକ ଶକ୍ତିକୁ ଦୁର୍ବଳ କରିବା ପାଇଁ ଏହାର ଏୟାରକ୍ରାଫ୍ଟ ହ୍ୟାଙ୍ଗର ଏବଂ ଡ୍ରୋନ୍ ଷ୍ଟୋରେଜ୍ ସାଇଟ୍‌ଗୁଡ଼ିକୁ ଟାର୍ଗେଟ କରିଥିବା ସୂଚନା ।

ଏହି ଆକ୍ରମଣ ଇରାନ ପାଇଁ ଏକ ବଡ଼ ଆର୍ଥିକ ଓ ସାମରିକ ଝଟକା ବୋଲି ବିବେଚନା କରାଯାଉଛି ।Advertisment ତୀବ୍ର ହେଉଛି ଇରାନ-ଆମେରିକା ଯୁଦ୍ଧ   CENTCOM କହିଛି ଯେ ଗତ ତିନି ମାସ ମଧ୍ୟରେ, ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରୁଥିବା ୩୦ ରୁ ଅଧିକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଛି।

ଯାହାଦ୍ବାରା ଶହ ଶହ ନାବିକଙ୍କ ଜୀବନ ଯାଇଛି।

ଏପଟେ ରାଷ୍ଟ୍ରୂପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଇରାନ ସହିତ ଆଲୋଚନା କରିବାରେ ତାଙ୍କର କୌଣସି ଆଗ୍ରହ ନାହିଁ।

ସେ ଇଙ୍ଗିତ ଦେଇଛନ୍ତି ଯେ ଆମେରିକା ସେନା ଖୁବ୍ ଶୀଘ୍ର ଇରାନର ପ୍ରମୁଖ ସ୍ଥାନରେ ଆକ୍ରମଣ କରିପାରେ ।

ଅଧିକ ପଢନ୍ତୁ: Iran war: ପୂର୍ଣ୍ଣକାଳୀନ ଯୁଦ୍ଧ ପାଇଁ ଇରାନର ଚେତାବନୀ: ଆମେରିକାର ଭୟାବହ ଆକ୍ରମଣ, ଇରାନର ନିଶାଣରେ ଗଲ୍‌ଫ  ତେବେ‌ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ତୀବ୍ର ହେବାର ସମ୍ଭାବନା ଦେଖାଦେଇଛି।

ଆମେରିକା ପ୍ରତିରକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ, ନିଜର ସୈନ୍ୟ ଏବଂ ସ୍ୱାର୍ଥର ରକ୍ଷା ପାଇଁ ସେମାନେ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ।

ଅନ୍ୟପଟେ, ଇରାନ ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଚେତାବନୀ ଦେଇପାରେ, ଯାହା ଫଳରେ ସମଗ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବାଦଲ ଆହୁରି ଘନେଇବାରେ ଲାଗିଛି।

ବର୍ତ୍ତମାନ ସାରା ବିଶ୍ୱର ନଜର ଏହି ଦୁଇ ଦେଶର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।