Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

Jun 10, 2026 - 19:12
Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

"ଅଧିମୋକ୍ଷ ଲେଖକ: ଗୌରହରି ଦାସପ୍ରକାଶକ: ବନଫୁଲଭି.ଏସ୍‌.ଏସ୍‌ ନଗର, ଭୁବନେଶ୍ବରମୂଲ୍ୟ: ୧୪୦ ଟଙ୍କା, ପୃ‌ଷ୍ଠା: ୯୧Advertisment ଗୌତମବୁଦ୍ଧ ରାଜପ୍ରାସାଦ ତ୍ୟାଗ କରି ସିଦ୍ଧି ଲାଭ କରିବା ପରେ ବହୁବାର ତାଙ୍କର ପିତା ଶୁଦ୍ଧୋଦନ ଚାହିଛନ୍ତି ସେ ରାଜପ୍ରାସାଦକୁ ଫେରିଆସନ୍ତୁ।

ସିଦ୍ଧାର୍ଥ ଆସିଛନ୍ତି।

ଭିକ୍ଷା କରିଛନ୍ତି।

ଶୁଦ୍ଧୋଦନ ଆଶା କରିଛନ୍ତି ପୁତ୍ର ସିଦ୍ଧାର୍ଥ ତାଙ୍କୁ ଶାନ୍ତି ଓ ଆନନ୍ଦ ପ୍ରଦାନ କରିବେ।

ମାତ୍ର ସେ ଦେଖିଛନ୍ତି ବୁଦ୍ଧଙ୍କ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇ ତାଙ୍କ ପରିବାରର ସମସ୍ତ ସଦସ୍ୟ ସଂଘରେ ଯୋଗଦେବା ପାଇଁ ଚାଲିଯାଉଛନ୍ତି।

କଥା ଏତିକିରେ ସରିନାହିଁ, ସିଦ୍ଧାର୍ଥ ପିତା ଶୁଦ୍ଧୋଦନଙ୍କୁ ମଧ୍ୟ ସଂଘରେ ଯୋଗଦେବା ଲାଗି ଆମନ୍ତ୍ରଣ ଜଣାଇଛନ୍ତି।

ଶୁଦ୍ଧୋଦନ କହୁଛନ୍ତି, ""ନିର୍ବାଣ ନୁହେଁ, ମୁଁ ଜୀବନ ଚାହେ।"" ସିଦ୍ଧାର୍ଥ ବୁଝାଉଛନ୍ତି, ""ନିର୍ବାଣ ହିଁ ସମସ୍ତ ଯନ୍ତ୍ରଣାରୁ ମୁକ୍ତିର ମାର୍ଗ।"" ଯୁକ୍ତିତର୍କ ଚାଲିଛି ଶେଷରେ ଶୁଦ୍ଧୋଦନ ନିଜର ଶେଷ ସିଦ୍ଧାନ୍ତ ଶୁଣାଇଛନ୍ତି, ""ଯେତେ‌ ଯେତେ ଥର ସନ୍ନ୍ୟ‌ାସୀ ସିଦ୍ଧାର୍ଥ କପିଳବାସ୍ତୁରୁ ଏହି ଗୃହସ୍ଥ ଶୁଦ୍ଧୋଦନକୁ ନେବା ପାଇଁ ଆସିବେ ସେତେ ସେତେ ଥର ତାଙ୍କୁ ରିକ୍ତ ହସ୍ତରେ ଫେରିବାକୁ ପଡ଼ିବ।

ଶୁଦ୍ଧୋଦନ କଦାପି ତୁମର ସେ ସଂଘରେ ଯୋଗଦେ‌ବ ନାହିଁ।

ଏହା ମୋର ଦୃଢ଼ ନିଷ୍ପତ୍ତି, ଏହା ମୋର ଅଧିମୋକ୍ଷ।"" ଗୌତମ ବୁଦ୍ଧଙ୍କ ଜୀବନର କିୟଦଂଶକୁ ନେଇ ରଚିତ ଏହି ନାଟକଟିରେ ପାତ୍ରୋପଯୋଗୀ ସଂଳାପ ଓ ନାଟକୀୟ ଉତ୍କଣ୍ଠା ଏହି ନାଟକ ପୁସ୍ତକଟିକୁ ସୁଖପାଠ୍ୟ କରିଛି।

ଆହୁରି ପଢ଼ନ୍ତୁ- IT Employees Federation ଓଡିଶା ଆୟକର କର୍ମଚାରୀ ମହାସଂଘର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଗୁଣୁଗୁଣୁ ସୂର୍ଯ୍ୟାଣୁ କବି: ସୂର୍ଯ୍ୟ ମିଶ୍ରପ୍ରକାଶକ: ସୃଜନଉତ୍ତରା ଶାସନ, ଭୁବନେଶ୍ବରମୂଲ୍ୟ: ୨୧୯ ଟଙ୍କା, ପୃଷ୍ଠା: ୧୩୭ ""ଜୀବନ ଭୋଗିବା ଲାଗି ବିନା ପ୍ରମାଦରେ/ ନିଃଶବ୍ଦ କରିବାକୁ ପ୍ରତିଧ୍ବନି ଅୟୁତ ଗର୍ବର/ ଯାହା କିଛି ମୋ ସାହସ ଓ ସାମର୍ଥ୍ୟ ବାହାରେ/ ସେସବୁ ଅର୍ପଣ କରେ/ ଅଦୃଶ୍ୟର ପାଦତଳେ ପୃଥକ୍‌ ଭାଷାରେ"" (ପ୍ରାର୍ଥନା)।

ଜୀବନକୁ ପ୍ରଚୁର ଭଲପାଇବାରେ ଏହା ହୁଏତ ଏକ ବ୍ୟାକରଣ।

ତେବେ ଏହି ବ୍ୟାକରଣରେ ସହଜପଣକୁ କବି ବେଶ୍‌ ଗୁରୁତ୍ବ ଦେଇଥିବା ମନେହୁଏ। "ଆସ୍ଥା" ଦୂରରେ ଠିଆହେଇ ପାରେନାହିଁ, କାରଣ ଆସ୍ଥାରେ ଜଟିଳତା ନଥାଏ। "ଆସ୍ଥା" କବିତାରେ କବି କହନ୍ତି, ""ତାକୁ ମାଗ, ଅଧିଆ ପଡ଼, ଗାଳିଦିଅ, ଗେଲକର/ ନାଁ ଧରି ଡାକ, ଓଜାଡ଼ି ଦିଅ ଗାଳି ଆଉ ଅଧିକାର/ ହାତ ପତାଇ ଲୋଡ଼ ବରାଭୟ/ ଯେମିତି ସେ ଆମ କୁଟୁମ୍ବର।"" ଏସବୁ ସତ୍ତ୍ବେ ସବୁକିଛି ଠିକ୍‌ଠାକ ଚାଲିନାହିଁ ବୋଲି କବିତାର ନାୟକ ଅନୁଭବ କରେ।

ସେ ପଛକୁ ଫେରିଚାହେଁ ତ ଅନେକ କିଛି ହଜେଇ ଦେଇଥିବା ଅନୁଭବ କରେ।

ବର୍ତ୍ତମାନକୁୂ ଦେଖେ ତ ତାକୁ ଯାହା ଦିଶିଯାଏ- ""ଏବେ ନପୁଂସକ ଆଭିଜାତ୍ୟ, ନିର୍ଲଜ୍ଜ କ୍ଷମତା/ ଉପହାର ଦେଇଥିବା ଆସ୍ଫାଳନର ଖଣ୍ଡାଚୋଟରେ/ ହିତୋପଦେଶଗୁଡ଼ିକୁ ଲହୁଲୁହାଣ କରିସାରିବା ପରେ/ ବିବେକ ଛିଟିକିପଡ଼ିଛି ଦୂରତମ ପ୍ରହେଳିକା ହେଇ/ ଅବାଂଛିତ ଅପାଂକ୍ତେୟ ବାଟରେ"" (ଅପାସୋରା)।

ସଂକଳନସ୍ଥ କବିତାଗୁଡ଼ିକରେ କବିଙ୍କ ଜୀବନବୋଧ, ସୂକ୍ଷ୍ମ ଦର୍ଶନ ଓ ଚିହ୍ନା ଚିହ୍ନା ଆତ୍ମୀୟଭାବକୁ ଭେଟିହୁଏ।

ଶବ୍ଦର ସାବଲୀଳତା, ରୂପକର ଯଥାର୍ଥ ପ୍ରୟୋଗ କବିତାଗୁଡ଼ିକୁ ଆତ୍ମିକ ଓ କଳାତ୍ମକ ଭାବେ ସୁନ୍ଦର କରିଛି।

ପ୍ରତିଟି କବିତା ସହ ଥିବା ରେଖାଚିତ୍ର ସଂକଳନଟିକୁ ସୁଦୃଶ୍ୟ କରିଛି।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।