Sensex : ସେନ୍ସେକ୍ସରେ ୮୯୭ ପଏଣ୍ଟ ବୃଦ୍ଧି
ମୁମ୍ବାଇ: ନିବେଶକମାନେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକର ସେୟାରରେ ନିବେଶ କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ଶୁକ୍ରବାର ୮୯୭ ପଏଣ୍ଟ ବୃଦ୍ଧି ପାଇ ୮୩,୯୧୯.୭୧ ପଏଣ୍ଟରେ ବନ୍ଦ ହୋଇଛି।
ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୨୮୬ ପଏଣ୍ଟ ବୃଦ୍ଧି ପାଇ ୨୫,୮୦୦ ପଏଣ୍ଟରେ ବନ୍ଦ ହୋଇଛି।
ଡଲାର ତୁଳନାରେ ଟଙ୍କା ଦୃଢ଼ ହେବା, ବିଦେଶୀ ନିବେଶକମାନେ ଭାରତୀୟ ଇକ୍ବିଟିରେ ନିବେଶ ଜାରି ରଖିବା ଭଳି କାରଣ ପାଇଁ ନିବେଶକମାନେ ବିଭିନ୍ନ ସେୟାରରେ ନିବେଶ କରିଥିଲେ।
ତେବେ ଆଜିର କାରବାର ବେଳେ ନିବେଶକମାନେ କେବଳ ବଡ଼ କମ୍ପାନିଗୁଡ଼ିକର ସେୟାରରେ ନିବେଶ କରୁଥିବା ଦେଖିବାକୁ ମିଳିଥିଲା।
ଏହାର ପ୍ରଭାବରେ ଏଚ୍ଡିଏଫ୍ସି ବ୍ୟାଙ୍କ ସେୟାରରେ ୩.୪୭%, କୋଟକ୍ ମହିନ୍ଦ୍ରା ବ୍ୟାଙ୍କରେ ୨.୫୯%, ଆଇସିଆଇସିଆଇ ବ୍ୟାଙ୍କରେ ୨.୧୬%, ଆକ୍ସିସ୍ ବ୍ୟାଭ୍କରେ ୨.୧୨%, ବଜାଜ ଫାଇନାନ୍ସରେ ୨.୨୯%, ମାରୁତି ସୁଜୁକିରେ ୨.୮୪% ଓ ଅଲ୍ଟ୍ରାଟେକ୍ ସିମେଣ୍ଟ ସେୟାରରେ ୨.୩୬% ବୃଦ୍ଧି ହୋଇଛି।
ଏଥି ସହିତ ପାୱାରଗ୍ରିଡ୍, ଟିସିଏସ୍, ଟେକ୍ ମହିନ୍ଦ୍ରା, ଷ୍ଟେଟ୍ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଇନ୍ଫୋସିିସ୍ ସେୟାର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଥିଲା।
କିନ୍ତୁ ଟାଇଟାନ୍, ଟାଟା ଷ୍ଟିଲ୍, ଏନ୍ଟିପିସି, ଇଟରନାଲ୍, ହିନ୍ଦୁସ୍ତାନ ୟୁନିଲିଭର୍, ଆଇଟିସି, ସନ୍ଫାର୍ମା ଓ ବିଇଏଲ୍ ସେୟାର ମୂଲ୍ୟରେ ହ୍ରାସ ଘଟିଥିଲା।
Advertisment ସିଇସି ନିଯୁକ୍ତି ଆଇନ ମାମଲା: ପୁନର୍ବିଚାର ଆବେଦନର ତ୍ୱରିତ ଶୁଣାଣିକୁ ସିଜେଆଇଙ୍କ ନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
