Avkan, Arnab, Murasu: ମାସକ ମଧ୍ୟରେ ତିନିଟି ବାତ୍ୟା: ଉପଗ୍ରହ ଚିତ୍ରରେ ତିନିଟିର ଭିନ୍ନ ରୂପ

Nov 20, 2026 - 19:31
Avkan, Arnab, Murasu: ମାସକ ମଧ୍ୟରେ ତିନିଟି ବାତ୍ୟା: ଉପଗ୍ରହ ଚିତ୍ରରେ ତିନିଟିର ଭିନ୍ନ ରୂପ

ନୂଆଦିଲ୍ଲୀ: ମାସକ ମଧ୍ୟରେ ବଙ୍ଗୋପସାଗର ରେ ସୃଷ୍ଟି ହୋଇ ଭାରତର ପୂର୍ବ ଉପକୂଳକୁ ପ୍ରଭାବିତ କରିଥିବା ତିନିଟି ବାତ୍ୟା ଅକ୍‌ଭାନ୍‌, ଅର୍ଣ୍ଣବ ଓ ମୁରାସୁର ରୂପ ଓ ପ୍ରଭାବ ଭିନ୍ନ ଥିଲା।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଇନ୍‌ସାଟ୍‌-୩ଡିଏସ୍‌ ଉପଗ୍ରହରୁ ଉଠାଯାଇଥିବା ତାପୀୟ ଅବଲୋହିତ ଚିତ୍ରରେ ଏହି ତିନି ବାତ୍ୟାର ମେଘମାଳା, ଘୂର୍ଣ୍ଣିବଳୟର ଗଠନ ଓ ବିସ୍ତାରରେ ପାର୍ଥକ୍ୟ ସ୍ପଷ୍ଟ ହୋଇଛି।

ଉପଗ୍ରହ ଚିତ୍ର ଅନୁଯାୟୀ, ତିନିଟି ବାତ୍ୟାର ମେଘମାଳାର ଗଠନ ଓ ଘନତ୍ୱ ଅଲଗା ଥିଲା।

ଅର୍ଣ୍ଣବର ମେଘମାଳା ବ୍ୟାପକ ଅଞ୍ଚଳକୁ ଆଚ୍ଛାଦିତ କରିଥିବା ବେଳେ ମୁରାସୁର ମେଘମାଳା ତୁଳନାତ୍ମକ ଭାବେ ଛୋଟ ଅଞ୍ଚଳରେ ଘନୀଭୂତ ହୋଇଥିଲା।

ଅନ୍ୟପକ୍ଷରେ ଅକ୍‌ଭାନ୍‌ ର ମେଘମାଳା ଅସମାନ ଭାବେ ବିସ୍ତାରିତ ହୋଇଥିଲା।

Advertisment ଅକ୍ଟୋବର ୨୮ରେ ଅର୍ଣ୍ଣବ ବାତ୍ୟା ଆନ୍ଧ୍ରପ୍ରଦେଶ ଓ ୟାନମ୍‌ ଉପକୂଳ ଅତିକ୍ରମ କରିଥିଲା।

ଏହା ଏକ ଅତି ଭୀଷଣ ବାତ୍ୟା ଥିଲା।

ସେତେବେଳେ ଏହାର ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ଥିବା ବେଳେ ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା।

ଏହାର ମେଘମାଳା ବଙ୍ଗୋପସାଗରରୁ ଭାରତୀୟ ଉପଦ୍ୱୀପର ଅନେକ ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା।

ବ୍ୟାପକ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା।

ଏହି ବାତ୍ୟାରେ ଅନ୍ୟୂନ ୬ ଜଣଙ୍କ ମୃତ୍ୟୁ ହୋଇଥିଲା।

ନଭେମ୍ବର ୩ ତାରିଖ ଭୋର୍‌ରେ ମୁରାସୁ ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିଲା।

ଏହା ଏକ ବଡ଼ ବାତ୍ୟା ଥିଲା।

ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନର ବେଗ ୧୨୦ କିଲୋମିଟର ରହିଥିଲା।

ଉପଗ୍ରହ ଚିତ୍ରରେ ଏହାର ମଧ୍ୟଭାଗରେ ଘନ ମେଘର ଏକ ସଂକେନ୍ଦ୍ରିତ ଅଞ୍ଚଳ ଦେଖିବାକୁ ମିଳିଥିଲା।

ଏହାର ଚାରିପଟେ ବକ୍ରାକାର ମେଘପଟି ରହିଥିଲା।

ଇସ୍ରୋର ଇନ୍‌ସାଟ୍‌-୩ଡିଏସ୍‌ ଉପଗ୍ରହରୁ ମିଳିଲା ତିନି ବାତ୍ୟାର ଭିନ୍ନ ଚିତ୍ର ଆଜି (ନଭେମ୍ବର ୨୦)ରେ ଅକ୍‌ଭାନ୍‌ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିଲା।

ଏହା ପୂର୍ବରୁ ଏକ ଅତି ଭୀଷଣ ବାତ୍ୟାର ରୂପ ନେଇଥିଲେ ମଧ୍ୟ ସ୍ଥଳଭାଗ ଅତିକ୍ରମ ସମୟରେ ଦୁର୍ବଳ ହୋଇ ସାଧାରଣ ବାତ୍ୟାରେ ପରିଣତ ହୋଇଥିଲା।

ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଏବଂ ଝଟକା ପବନର ବେଗ ୯୦ କିଲୋମିଟର ଥିଲା।

ଏହାର ମେଘମାଳା ଅନ୍ୟ ଦୁଇଟି ବାତ୍ୟା ତୁଳନାରେ ଅଧିକ ଅସମାନ ଥିଲା।

ଏହାର ଘନ ମେଘମାଳା ପୂର୍ବ ଓ ଉତ୍ତର-ପୂର୍ବ ଭାରତର ବ୍ୟାପକ ଅଞ୍ଚଳକୁ ବିସ୍ତାରିତ ହୋଇଥିଲା।

ଇନ୍‌ସାଟ୍‌ ଉପଗ୍ରହର ତାପୀୟ ଅବଲୋହିତ ଚିତ୍ର ମାଧ୍ୟମରେ ମେଘର ଉପରିଭାଗର ତାପମାତ୍ରା ଓ ଘନୀଭୂତ ମେଘ ସୃଷ୍ଟିର ସ୍ଥିତି ଜାଣିହୁଏ।

ଅତ୍ୟନ୍ତ ଥଣ୍ଡା ମେଘ ଶୀର୍ଷ ସାଧାରଣତଃ ଶକ୍ତିଶାଳୀ ବର୍ଷା ସୃଷ୍ଟିକାରୀ ମେଘର ସୂଚନା ଦିଏ।

ତିନିଟି ବାତ୍ୟା ଗୋଟିଏ ସମୁଦ୍ର ଅଞ୍ଚଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲେ ମଧ୍ୟ ସେମାନଙ୍କର ଗଠନ, ତୀବ୍ରତା ଓ ପ୍ରଭାବ କିପରି ଭିନ୍ନ ହୋଇପାରେ, ଇନ୍‌ସାଟ୍‌-୩ଡିଏସ୍‌ର ଏହି ଚିତ୍ର ତାହା ସ୍ପଷ୍ଟ କରିଛି।

ସିଇସି ନିଯୁକ୍ତି ଆଇନ ମାମଲା: ପୁନର୍ବିଚାର ଆବେଦନର ତ୍ୱରିତ ଶୁଣାଣିକୁ ସିଜେଆଇଙ୍କ ନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)