ISRO: ମହାକାଶ ବୈଜ୍ଞାନିକଙ୍କ ନିଷ୍ଠା, ପ୍ରତିଭା ଆମ ଦେଶକୁ ନିରନ୍ତର ଗର୍ବିତ କରୁଛି: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: NVS-03କୁ ବହନ କରି GSLV-F18ର ସଫଳ ଉତ୍କ୍ଷେପଣ ପାଇଁ ISRO (ଇସ୍ରୋ)ର ଆମ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଲେଖିଛନ୍ତି, ଏହି ମିସନ୍ ଆମର ସ୍ୱଦେଶୀ ଉପଗ୍ରହ ନାଭିଗେସନ୍ ସିଷ୍ଟମ୍ 'NavIC' (ନାଭିକ)କୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଉନ୍ନତ କ୍ଷମତା ସମ୍ପନ୍ନ NVS-03, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଆମର ଲକ୍ଷ୍ୟକୁ ଆଗକୁ ବଢ଼ାଇବ ଏବଂ ଏପରି ନାଭିଗେସନ୍ ସେବା ଯୋଗାଇବାରେ ସହାୟକ ହେବ ଯାହା ଆମ ଦେଶବାସୀଙ୍କ ପାଇଁ ଲାଭଦାୟକ ହେବ।
ମହାକାଶ ବୈଜ୍ଞାନିକମାନଙ୍କ ନିଷ୍ଠା ଏବଂ ପ୍ରତିଭା ଆମ ଦେଶକୁ ନିରନ୍ତର ଗର୍ବିତ କରିଆସୁଛି।
Advertisment ସୂଚନାଯୋଗ୍ୟ, ଭାରତର ନେଭିଗେସନ୍ ଉପଗ୍ରହ ବ୍ୟବସ୍ଥା 'ନାଭିକ୍'କୁ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏନ୍ଭିଏସ୍-୦୩ ଉପଗ୍ରହର ସଫଳ ଉତ୍କ୍ଷେପଣ କରିଛି।
ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ନିଜର ଶକ୍ତିଶାଳୀ ରକେଟ୍ 'ଜିଏସ୍ଏଲ୍ଭି-ଏଫ୍୧୮'ର ସଫଳ ଉଡ଼ାଣ ଦ୍ବାରା ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି।
ଶୁକ୍ରବାର ବିଳମ୍ବିତ ରାତି ୧୧:୫୧ ମିନିଟ୍ ସମୟରେ ଏହି ତିନିସ୍ତରୀୟ ରକେଟ୍ ସ୍ୱଦେଶୀ ନେଭିଗେସନ୍ ଉପଗ୍ରହ 'ଏନ୍ଭିଏସ୍-୦୩'କୁ ନେଇ ସଫଳତାର ସହ ଆକାଶକୁ ଗତି କରିଥିଲା।
ନିର୍ଦ୍ଧାରିତ କକ୍ଷପଥରେ ଏହି ଉପଗ୍ରହର ସଫଳ ସ୍ଥାପନ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ସହ ଭାରତର ନେଭିଗେସନ୍ ବ୍ୟବସ୍ଥାକୁ ବଡ଼ ଶକ୍ତି ମିଳିଛି।
GSLV-F18: 'ଜିଏସ୍ଏଲ୍ଭି-ଏଫ୍୧୮'ର ସଫଳ ଉତ୍କ୍ଷେପଣ: କକ୍ଷପଥରେ 'ଏନ୍ଭିଏସ୍-୦୩'
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
