Judgement: କନିକା ତହସିଲଦାରଙ୍କ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Oct 31, 2026 - 08:33
Judgement: କନିକା ତହସିଲଦାରଙ୍କ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : କେନ୍ଦ୍ରାପଡ଼ା ଜିଲ୍ଲା କନିକା ତହସିଲଦାରଙ୍କୁ ନଭେମ୍ବର ୫ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସରକାରୀ ଜମିରୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଜବରଦଖଲ ଉଚ୍ଛେଦ ପାଇଁ କନିକା ତହସିଲଦାରଙ୍କୁ ଅପିଲ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହା ପାଳନ କରାଯାଇ ନଥିବା ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ଜଣା ପଡ଼ିଥିଲା।

Advertisment କନିକା ତହସିଲଦାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ତଥ୍ୟ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶୁଣାଣି ବେଳେ ଉପସ୍ଥାପନ କରିଥିଲେ।

ବର୍ଷା ଋତୁ ଓ ବହୁ ସଂଖ୍ୟକ ଅମିନଙ୍କ ଏକକାଳୀନ ବଦଳି କାରଣରୁ ଏହି କାର୍ଯ୍ୟଟି କରାଯାଇ ପାରିଲା ନାହିଁ ବୋଲି ତହସିଲଦାରଙ୍କ ତରଫରୁ ଦାଖଲ ତଥ୍ୟରେ ଉଲ୍ଲେଖ କରାଯାଇଥିଲା।

ହାଇକୋର୍ଟ ଏଭଳି ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

High Court Judges: ଜମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟରେ ବିଚାରପତି ପାଇଁ ୯ ଆଇନଜୀବୀ ନାମ ସୁପାରିସ ତହସିଲଦାରଙ୍କ ଦ୍ଵାରା ଦିଆଯାଇଥିବା ଏଭଳି ଏକ ଦୁର୍ବଳ ବାହାନା ପାଇଁ ସରକାରଙ୍କ କାର୍ଯ୍ୟକାରିତାର ଏକ ଗଭୀର ଆତ୍ମସମୀକ୍ଷା ଓ ଯାଞ୍ଚରର ଆବଶ୍ୟକତା ରହିଛି ବୋଲି ହାଇକୋର୍ଟ କହିଛନ୍ତି।

ପରବର୍ତ୍ତୀ ଶୁଣାଣି ସମୟରେ ତହସିଲଦାର ବ୍ୟକ୍ତିଗତ ଭାବେ ହାଜର ହୋଇ ଏହି ପ୍ରସଂଗରେ ଜବାବ ରଖିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନ.କେ.ପୃଷ୍ଟିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)