Sam Pitroda Controversy: ମୋଦୀଙ୍କ ପ୍ରଶଂସା ପରେ କଂଗ୍ରେସରେ ଉଠିଲା ସାମ ପିଟ୍ରୋଡ଼ାଙ୍କ ବହିଷ୍କାର ଦାବି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିବା ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ (ଆଇଓସି) ସଭାପତି ସାମ୍ ପିଟ୍ରୋଡା ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
ପିଟ୍ରୋଡାଙ୍କ ବୟାନକୁ ନେଇ ଦଳରେ ଆଭ୍ୟନ୍ତରୀଣ ବିରୋଧ ଆରମ୍ଭ ହୋଇଯାଇଛି।
ଆଇଓସି ଉପସଭାପତି ଜର୍ଜ ଆବ୍ରାହମ ଓ କାନାଡାର କଂଗ୍ରେସ କର୍ମୀ ଦେବାଂଶୁ ନାରଙ୍ଗ ସାମ୍ ପିଟ୍ରୋଡାଙ୍କୁ ତୀବ୍ର ବିରୋଧ କରିଛନ୍ତି ଓ ତାଙ୍କୁ ପଦରୁ ବହିଷ୍କାର କରିବାକୁ ଦାବି କରିଛନ୍ତି।
Advertisment ନାରଙ୍ଗ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚିଠି ଲେଖି ସାମ୍ ପିଟ୍ରୋଡାଙ୍କ ବୟାନ ଲଜ୍ଜାଜନକ ବୋଲି କହିଛନ୍ତି।
ନାରଙ୍ଗଙ୍କ କହିବା କଥା ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଅନେକ ଦଳୀୟ କର୍ମୀ ଆଶ୍ଚର୍ଯ୍ୟ ଓ ନିରାଶ ହୋଇଛନ୍ତି।
ସେ ଦାବି କରିଛନ୍ତି ଯେ, ଦଳର ହାଇକମାଣ୍ଡ ତୁରନ୍ତ ଓଭରସିଜ୍ କଂଗ୍ରେସ ସଭାପତି ପଦରୁ ସାମ୍ ପିଟ୍ରୋଡାଙ୍କୁ ବହିଷ୍କାର କରନ୍ତୁ।
ସାମ ପିଟ୍ରୋଡାଙ୍କୁ ଇମେଲ୍ ଅନ୍ୟପକ୍ଷରେ ଆଇଓସି ଉପସଭାପତି ଜର୍ଜ ଆବ୍ରାହମ ସାମ ପିଟ୍ରୋଡାଙ୍କୁ ଏକ ଇମେଲ୍ ପଠାଇ ତାଙ୍କର ଆପତ୍ତି ଜଣାଇଛନ୍ତି।
ପିଟ୍ରୋଡା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣେ ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ, ଦୟାଳୁ ଓ ସ୍ନେହୀ ବ୍ୟକ୍ତି ଭାବରେ ବର୍ଣ୍ଣନା କରିବା ଉପରେ ଆବ୍ରାହମ ପ୍ରଶ୍ନ ଉଠାଇଛନ୍ତି।
ସେ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କର ପୂର୍ବରୁ ଭାରତୀୟ ପ୍ରବାସୀମାନଙ୍କ ମଧ୍ୟରେ ଦୃଢ଼ ସମର୍ଥନ ଅଛି ଓ ଯେତେବେଳେ କଂଗ୍ରେସର ବିଦେଶୀ ୟୁନିଟର ମୁଖ୍ୟ ଖୋଲାଖୋଲି ଭାବରେ ତାଙ୍କର ପ୍ରଶଂସା କରିବେ, ସେତେବେଳେ ଜନସାଧାରଣ ବ୍ୟକ୍ତିଗତ ବନ୍ଧୁତା ଓ ରାଜନୈତିକ ସମର୍ଥନ ମଧ୍ୟରେ ପାର୍ଥକ୍ୟ କରିପାରିବେ ନାହିଁ।
ଆବ୍ରାହମ ତାଙ୍କ ଇମେଲରେ ଲେଖିଛନ୍ତି ଯେ, ରାଜନୈତିକ ଶିଷ୍ଟାଚାରର ଏକ ସ୍ଥାନ ଅଛି, କିନ୍ତୁ କ୍ଷମତାର ବ୍ୟବହାର ଓ ସାଧାରଣ ନାଗରିକଙ୍କ ଉପରେ ଏହାର ପ୍ରଭାବକୁ ନେତାଙ୍କ ଚରିତ୍ରଠାରୁ ପୃଥକ୍ ଭାବରେ ଦେଖାଯାଇପାରିବ ନାହିଁ।
ସେ କହିଛନ୍ତି ଯେ, ଇତିହାସ ଜଣେ ନେତା ସେମାନଙ୍କ ବନ୍ଧୁମାନଙ୍କ ପ୍ରତି କେତେ ଭଲ ବ୍ୟବହାର କରନ୍ତି ତାହା ଦ୍ୱାରା ନୁହେଁ, ବରଂ ସେମାନେ ସମାଜର ସବୁଠାରୁ ଦୁର୍ବଳ ଲୋକଙ୍କ ପ୍ରତି କିପରି ବ୍ୟବହାର କରନ୍ତି ତାହା ଦ୍ୱାରା ବିଚାର କରେ।
ବର୍ଣ୍ଣବୈଷମ୍ୟ ବିବାଦ ଭିତରେ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା ଗୁଜୁରାଟ ଦଙ୍ଗା ଓ ମଣିପୁର ହିଂସା ଗୁଜୁରାଟ ଦଙ୍ଗା ଓ ମଣିପୁର ହିଂସା ବିଷୟରେ ଉଲ୍ଲେଖ କରି ଆବ୍ରାହମ ପଚାରିଥିଲେ, ହିଂସା ଆରମ୍ଭ ହେବା ପରେ ମଣିପୁରକୁ ପ୍ରଥମ ଥର ପାଇଁ ଯିବା ପାଇଁ ତାଙ୍କୁ ଦୁଇ ବର୍ଷରୁ ଅଧିକ ସମୟ ଲାଗିଗଲା।
ସେହି ଦୁର୍ଭାଗ୍ୟଗ୍ରସ୍ତଙ୍କ ପ୍ରତି ସେହି ଉଷ୍ମତା, ଦୟା ଓ କରୁଣା କେଉଁଠି ଥିଲା?
ସେ ସଂଖ୍ୟାଲଘୁଙ୍କ ବିରୋଧରେ ବଢ଼ୁଥିବା ଧର୍ମାନ୍ଧତା ଓ ଏଫ୍ସିଆର୍ଏ ନିୟମକୁ କଡ଼ାକଡ଼ି କରିବା ବିଷୟରେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ, ଏହା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଶିକ୍ଷାଗତ ଓ ଦାତବ୍ୟ ପ୍ରତିଷ୍ଠାନଗୁଡ଼ିକୁ ବିପଦରେ ପକାଇଛି।
ଗତ ସପ୍ତାହରେ ସାମ୍ ପିଟ୍ରୋଡା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ପୁରୁଣା ବନ୍ଧୁ ଓ ଜଣେ ପ୍ରିୟ ଗୁଜରାଟୀ ବନ୍ଧୁ ବୋଲି ବର୍ଣ୍ଣନା କରିବା ପରେ ବିବାଦ ଆରମ୍ଭ ହୋଇଥିଲା।
ଏହା ପରେ ଉଭୟଙ୍କ ମଧ୍ୟରେ ଦୀପାବଳିର ଶୁଭେଚ୍ଛା ବିନିମୟ ହୋଇଥିଲା।
ପ୍ରଧାନମନ୍ତ୍ରୀ ପିଟ୍ରୋଡାଙ୍କୁ ସାମ୍ ଭାଇ ବୋଲି ସମ୍ବୋଧନ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
