Kalinga Literary Festival: କଳିଙ୍ଗ ସାହିତ୍ୟ ମହୋତ୍ସବ: ‘ରକ୍ଷଣଶୀଳ ସମାଜକୁ ଭାଙ୍ଗିପାରେ ସାହିତ୍ୟ’
ଭୁବନେଶ୍ବର: ରକ୍ଷଣଶୀଳ ସମାଜକୁ ସାହିତ୍ୟ ହିଁ ଭାଙ୍ଗିପାରେ ଏବଂ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ହୋଇପାରେ।
ଏଣୁ ନୂତନ ଓ ପ୍ରେମଭିତ୍ତିକ ମାନବ ସମାଜ ଗଠନ ପାଇଁ ସାହିତ୍ୟ ହିଁ ପ୍ରଥମେ ପୁରୁଣା ଓ ରକ୍ଷଣଶୀଳ ସମାଜକୁ ଭାଙ୍ଗିଥାଏ।
'ପାନାରୋମା ପ୍ରକାଶନୀ' ଓ 'ଅପୂର୍ବ'ର ମିଳିତ ଆନୁକୂଲ୍ୟରେ ଆୟୋଜିତ କଳିଙ୍ଗ ସାହିତ୍ୟ ମହୋତ୍ସବ 'ବେପଥୁ' ଆଲୋଚନାଚକ୍ରରେ ବକ୍ତାମାନେ ଏଭଳି କହିଛନ୍ତି।
Advertisment Brain Stroke: 'ଷ୍ଟ୍ରୋକ୍କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ' ଅଭିଯାନରେ ସାମିଲ ହେଲେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ହୋଟେଲ ମେ ଫେୟାର୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ତଥା ଗବେଷକ ଶାନ୍ତନୁ କୁମାର ଆଚାର୍ଯ୍ୟ, 'ସମାଜର ପରିବର୍ତ୍ତନରେ ସାହିତ୍ୟର ଭୂମିକା' ପ୍ରସଙ୍ଗ ଉପରେ କହିଥିଲେ।
ସେ କହିଲେ ଯେ ସମାଜ କେବେ ବି ଅସାଧାରଣ ପ୍ରତିଭା ବା ବ୍ୟକ୍ତି ସତ୍ତାକୁ ସହ୍ୟ କରିପାରେନାହିଁ।
ଗୋପବନ୍ଧୁ ଦାସଙ୍କ 'ଧର୍ମପଦ' କବିତାର ଉଦାହରଣ ଦେଇ ସେ କହିଲେ ଯେ ୧୨ବର୍ଷ ବୟସର ପ୍ରତିଭାବାନ ବାଳକ 'ଧର୍ମପଦ'କୁ ବଢ଼େଇ ସମାଜ ନିଜ ସମ୍ମାନ ପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା।
ସମାଜ ପ୍ରତିଭାକୁ ଚିହ୍ନିପାରୁ ନଥିବା ପର୍ଯ୍ୟନ୍ତ ଧର୍ମପଦମାନେ ଆତ୍ମହତ୍ୟା କରୁଥିବେ।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ସାଂପ୍ରତିକ ପରିସ୍ଥିତିରେ ଭାବ ଓ ଅନୁଭବର ଅଭାବ ଯୋଗୁ ସାହିତ୍ୟ ଦୁର୍ବଳ ହେଉଛି।
Protest: ଅନ୍ବେଷାରେ ୧୧ବର୍ଷ କାମ ପରେ ଅଚାନକ ଚାକିରିରୁ ବିଦା ସାହିତ୍ୟିକମାନେ ତଳସ୍ତରର ବାସ୍ତବ ସମସ୍ୟାକୁ ବୁଝିବା ଦରକାର।
ଓଡ଼ିଆ ଭାଷା ଓ ସାହିତ୍ୟକୁ ବଞ୍ଚାଇ ରଖିବାକୁ ହେଲେ ଘରେ ଓଡ଼ିଆ କହିବା ସହ ଓଡ଼ିଆ ଅକ୍ଷର ପ୍ରତି ପ୍ରେମ ସୃଷ୍ଟି କରିବା ନିହାତି ଆବଶ୍ୟକ।
ପାନାରୋମା ପ୍ରକାଶନୀର ଅଧ୍ୟକ୍ଷ ତଥା ପ୍ରାକ୍ତନ ପ୍ରଶାସକ ସଂଗ୍ରାମ ମିଶ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।
ଅତିଥିମାନେ ସଂଗ୍ରାମ ମିଶ୍ରଙ୍କ ରଚିତ 'ଗ୍ରନ୍ଥାବଳି-ମଧ୍ୟପର୍ବ' ଓ କବି ଫନି ମହାନ୍ତିଙ୍କ 'ଷାଠିଏଟି ପ୍ରେମ କବିତା' ପୁସ୍ତକର ଉନ୍ମୋଚନ କରିଥିଲେ।
ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ କବି ହୃଷୀକେଶ ମଲ୍ଲିକ, ଫନି ମହାନ୍ତି, ରକ୍ଷକ ନାୟକ, ସରୋଜ ମହାପାତ୍ର, ପ୍ରଶାନ୍ତ ବିଶ୍ବାଳ, ଅଶୋକ ସିଂହ, ରଂଜନ ଦାସ, ସୁରେଶ ପାଣିଗ୍ରାହୀ, ପ୍ରିୟରଂଜନ ସାହୁ, ଉଷାରାଣୀ ଦାସ, ସରୋଜିନୀ ମିଶ୍ର ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ।
'ଅପୂର୍ବ'ର ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ପତି ଧନ୍ୟବାଦ ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
