Rescue: ପାକିସ୍ତାନରୁ ଉଦ୍ଧାର ହେଲେ ଫ୍ରାନ୍ସ ମହିଳା, ତାଙ୍କ ୫ ସନ୍ତାନ
"ଇସଲାମାବାଦ: ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ଚମକପ୍ରଦ ଘଟଣା ସାମ୍ନାକୁ ଆସିଛି।
ଜଣେ ଫ୍ରାନ୍ସ ମହିଳା ଓ ତାଙ୍କର ୫ ଜଣ ସନ୍ତାନଙ୍କୁ ପ୍ରାୟ ୧୨ ବର୍ଷ ଧରି ବନ୍ଦୀ ଅବସ୍ଥାରେ ରଖାଯାଇଥିବା ଅଭିଯୋଗ ପରେ ପାକିସ୍ତାନ ପୁଲିସ ସେମାନଙ୍କୁ ଉଦ୍ଧାର କରିଛି।
ଏହି ମହିଳାଙ୍କ ନାମ ସିଲଭି ୟସ୍ମିନା।
ତାଙ୍କ ବୟସ ୫୪ ବର୍ଷ ବୋଲି ଜଣାପଡ଼ିଛି।Advertisment ପୁଲିସ ସୂଚନା ଅନୁସାରେ, ସିଲଭି ୟସ୍ମିନା ୨୦୧୪ ମସିହାରେ ପାକିସ୍ତାନକୁ ଆସିବା ପରଠାରୁ ସ୍ୱାମୀ ଅହମଦ ଖାନଙ୍କ ନିୟନ୍ତ୍ରଣରେ ରହୁଥିଲେ।
ସେ ଅଭିଯୋଗ କରିଛନ୍ତି ଯେ, ଏହି ସମୟ ମଧ୍ୟରେ ସେ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥିଲେ ଏବଂ ସ୍ୱାଧୀନ ଭାବେ ବଞ୍ଚିବାର ଅଧିକାରରୁ ବଞ୍ଚିତ ହୋଇଥିଲେ।
ଏହି ଘଟଣା ସେତେବେଳେ ପ୍ରକାଶ ପାଇଥିଲା, ଯେତେବେଳେ ତାଙ୍କର ଜଣେ ପୁଅ କୌଶଳକ୍ରମେ ଘରୁ ବାହାରି ପୁଲିସ ନିକଟରେ ପହଞ୍ଚିଥିଲେ।
ଏହାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ଖୈବର ପଖତୁନଖ୍ୱା ପ୍ରଦେଶର ବାରା ଅଞ୍ଚଳର ଏକ ଛୋଟ ଘରୁ ମହିଳା ଓ ତାଙ୍କ ସନ୍ତାନମାନଙ୍କୁ ଉଦ୍ଧାର କରିଥିଲା।
ସେମାନଙ୍କୁ ସୁରକ୍ଷା ପାଇଁ ଏକ ମହିଳା ପୁଲିସ ଥାନାକୁ ନିଆଯାଇଛି।
Flight: ପାକିସ୍ତାନ ବାୟୁସୀମରେ ଭୁଲ୍ରେ ପଶିଗଲା ଏୟାର ଇଣ୍ଡିଆ ପୁଲିସ କହିଛି ଯେ, ଉଦ୍ଧାର ସମୟରେ ସିଲଭିଙ୍କ ମୁହଁରେ ଆଘାତର ଚିହ୍ନ ଥିଲା।
ତାଙ୍କ ପରିବାର ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ବାସ କରୁଥିଲେ।
ସବୁଠାରୁ ଚିନ୍ତାଜନକ କଥା ହେଉଛି, ତାଙ୍କ ୫ ସନ୍ତାନଙ୍କୁ କେବେ ବିଦ୍ୟାଳୟରେ ଭର୍ତ୍ତି କରାଯାଇ ନ ଥିଲା।
ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଅହମଦ ଖାନଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଚାଲିଛି।
ସିଲଭି ୟସ୍ମିନା ନିଜ ସନ୍ତାନମାନଙ୍କ ସହ ଫ୍ରାନ୍ସ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ଏଥିପାଇଁ ପାକିସ୍ତାନ କର୍ତ୍ତୃପକ୍ଷ ଓ ଫ୍ରାନ୍ସ ଦୂତାବାସ ମଧ୍ୟରେ ସମନ୍ୱୟ ଆରମ୍ଭ ହୋଇଛି।
ଏହି ଘଟଣା ପାକିସ୍ତାନରେ ଘରୋଇ ହିଂସା ଓ ମହିଳା ସୁରକ୍ଷା ପ୍ରସଙ୍ଗକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି।
"