Maharashtra Politics: ଏନ୍‌ସିପି (ଏସ୍‌ପି) ଦଳରେ ବିଭାଜନ ଖବରକୁ ଖଣ୍ଡନ କ‌ଲେ ଶରଦ ପାୱାର

Jun 25, 2026 - 23:21
Maharashtra Politics: ଏନ୍‌ସିପି (ଏସ୍‌ପି) ଦଳରେ ବିଭାଜନ ଖବରକୁ ଖଣ୍ଡନ କ‌ଲେ ଶରଦ ପାୱାର

"ମୁମ୍ବାଇ: ଏନ୍‌ସିପି (ଏସ୍‌ପି) ସାଂସଦ ଏବଂ ବିଧାୟକମାନେ ଏନ୍‌ସିପି ସହ ଯୋଗାଯୋଗରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଏହି ସମୟ‌ରେ ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାର ତାଙ୍କ ଦଳରେ ଏକତା ଥିବା ନେଇ ଦୃଢ଼ୋକ୍ତି ବାଢ଼ିଛନ୍ତି।

ଶରଦ ପାୱାର ଗୁରୁବାର ତାଙ୍କ ଦଳରେ ଏକତାକୁ ନେଇ ଦୃଢ଼ ବିଶ୍ବାସ ଦେଖାଇଛନ୍ତି।Advertisment ସାମ୍ବାଦିକଙ୍କୁ ଟିପ୍ପଣୀ ଦେଇ ଶରଦ ପାୱାର କହିଛନ୍ତି, ଶିବସେନା‌ (ୟୁବିଟି)ର ସାଂସଦ ମାନେ ଦଳ ଛାଡ଼ିଦେଲେ କିନ୍ତୁ ତାଙ୍କ ଦଳର କୌଣସି ବି ସାଂସଦ ଦଳ ଛାଡ଼ିବେନି।

ଉଲ୍ଲେଖଯୋଗ୍ୟ ଶିବସେନା (ୟୁବିଟି)ର ୬ ଜଣ ସାଂସଦ ସିନ୍ଦେ ସେନା ଗୋଷ୍ଠୀରେ ଯୋଗ ଦେବାପରେ ଏବେ ପୁଣି ଏନ୍‌ସିପି (ଏସ୍‌ପି)କୁ ନେଇ ସମାନ ଚର୍ଚ୍ଚା ହେଉଛି।

Shiv Sena:ଓମ୍‌ ବିର୍ଲାଙ୍କୁ ‌ଭେଟିଲେ ଶିବସେନା (ୟୁବିଟି) ସାଂସଦ ଶିବସେନା (ୟୁବିଟି)ର ୬ ଜଣ ସାଂସଦଙ୍କୁ ଜୁନ୍ ୨୨ ତାରିଖରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାରେ ସାମିଲ କରାଯାଇଥିଲା।

ଏକନାଥ ସିନ୍ଦେ ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଥିଲେ ଯେ ସେ କୌଣସି କାମ ଅଧାରେ ଛାଡ଼ନ୍ତିନି। "ଅପରେସନ୍‌ ଟାଇଗର୍‌ ସଫଳପ୍ରଦ" ହେଲା ବୋଲି ସେ କହିଛନ୍ତି।

"