Streetlight corruption: ଷ୍ଟ୍ରିଟ୍ଲାଇଟ୍ ଦୁର୍ନୀତି: ବନ୍ଧାହେଲେ ୩ ଠିକାଦାର, ତିନି ମାମଲା ରୁଜୁ କଲା ଭିଜିଲାନ୍ସ
"କଟକ: ଏଲ୍ଇଡି ଷ୍ଟ୍ରିଟ୍ଲାଇଟ୍ ଲଗାଇବା କାର୍ଯ୍ୟରେ ୩ କୋଟି ଟଙ୍କାର ଅର୍ଥ ହେରଫେର୍ ଅଭିଯୋଗରେ ଭିଜିଲାନ୍ସ ୩ ଜଣ ଠିକାଦାରଙ୍କୁ ଗିରଫ କରିଛି।
ଏହି ଠିକାଦାରମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ବାରିପଦା ପ୍ରଫୁଲ୍ଲନଗର "କନ୍ଭେଣ୍ଟର ଟ୍ରାନ୍ସପାୱାର୍"ର ମାଲିକ ଗିରିଜା ଶଙ୍କର ଦାଶ, ଯାଜପୁର ଟାଉନ୍ ଦେବୀଦ୍ବାରର "ବିରଜା ଇଲେକ୍ଟ୍ରିକାଲ୍ ଆଣ୍ଡ କନ୍ଷ୍ଟ୍ରକସନ୍ସ"ର ମାଲିକ ଧରଣୀଧର ସାହୁ ଏବଂ ଭୁବନେଶ୍ବର ଖଣ୍ଡଗିରି ଜୟଦେବବାଟିକା ନିକଟ "ଯୋଗମାୟା ଟ୍ରେଡର୍ସ ପ୍ରୋ"ର ମାଲିକ ବିଭୂତି ରଞ୍ଜନ ବିଶ୍ୱାଳ।
୨୦୨୧-୨୦୨୩ ବର୍ଷରେ ସରକାରୀ ପାଣ୍ଠି ଆତ୍ମସାତ୍ ଅଭିଯୋଗରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।Advertisment Maharashtra Politics: ଏନ୍ସିପି (ଏସ୍ପି) ଦଳରେ ବିଭାଜନ ଖବରକୁ ଖଣ୍ଡନ କଲେ ଶରଦ ପାୱାର ରାଜ୍ୟରେ ୨୦୨୧-୨୨ ଏବଂ ୨୦୨୨-୨୩ ମଧ୍ୟରେ କେନ୍ଦୁଝର, ନୟାଗଡ଼ ଓ ଯାଜପୁର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏଲ୍ଇଡି ଷ୍ଟ୍ରିଟ୍ଲାଇଟ୍ ଲଗାଇବା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିଲା।
ଏହା ଆଧାରରେ ବୁଧବାର ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲେ।
ରାଜ୍ୟ ଅର୍ଥ କମିସନ୍ଙ୍କ ବିକେନ୍ଦ୍ରୀକରଣ ଅନୁଦାନ ଅଧୀନରେ ଆରମ୍ଭ ହୋଇଥିବା ଏଲ୍ଇଡି ଷ୍ଟ୍ରିଟ୍ଲାଇଟ୍ ବ୍ୟବସ୍ଥାରେ ପ୍ରତି ପଞ୍ଚାୟତର ଗୋଟିଏ ଗ୍ରାମରେ ଏପରି ଲାଇଟ୍ ଲଗାଯିବା ସହିତ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଥିଲା।
ତଦନ୍ତ ସମୟରେ ଅନିୟମିତତା ଏବଂ ଟେଣ୍ଡର ନିୟମାବଳୀର ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି।
ଏନର୍ଜି ମିଟର୍, ୫୦୦ ମିଟର୍ କେବୁଲ୍, ଏମ୍ସିସିବି, ଆଇ ହୁକ୍, ସସ୍ପେନସନ୍ କ୍ଲାମ୍ପ, ଡେଡ୍ ଏଣ୍ଡ କ୍ଲାମ୍ପ ଏବଂ ଫଟୋ ସୁଇଚ୍ ଟାଇମର୍ ଆଦି ନ ଲଗାଇ ମିଥ୍ୟା ବିଲ୍ ଅଭିଯୋଗରେ ଭିଜିଲାନ୍ସ ସେଲ୍ ତିନୋଟି ମାମଲା ରୁଜୁ କରିଥିଲା।
ଏହି ମାମଲାରେ ଉପରୋକ୍ତ ୩ ଠିକାଦାର ମୁଖ୍ୟ କାର୍ପଟଦାର ବୋଲି କୁହାଯାଉଛି।
ପ୍ରାଥମିକ ଆକଳନ ଅନୁଯାୟୀ, ଏହି ୩ଟି ଜିଲ୍ଲାରେ ପ୍ରାୟ ୩କୋଟି ଟଙ୍କାର ଅର୍ଥ ହେରଫେର ହୋଇଛି।
୩ଟି ଜିଲ୍ଲାରେ ପ୍ରାୟ ୧୦ଟି ଲେଖାଏଁ ଏଲ୍ଇଡି ଲାଇଟ୍କୁ ନେଇ ଗଠନ ହୋଇଥିବା ୧ ହଜାର କ୍ଲଷ୍ଟର୍ ରହିଛି।
ଯେଉଁଠାରେ ଷ୍ଟ୍ରିଟ୍ଲାଇଟ୍ ଲଗାଯାଇଥିଲା।
ସଂପ୍ରତି ଅନିୟମିତତାର ପ୍ରମାଣ ସଂଗ୍ରହ ପାଇଁ ବୈଷୟିକ ଯାଞ୍ଚ କରାଯାଉଛି।
ଅର୍ଥ ପ୍ରଦାନର ପ୍ରକ୍ରିୟା ଏବଂ ସରକାରୀ କର୍ମଚାରୀଙ୍କ ଅସାଧୁମେଣ୍ଟ ନେଇ ସମ୍ପୃକ୍ତ ଫାଇଲ୍କୁ ଜବତ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
ମିଟର ରିଡର୍ରୁ ଶହ ଶହ କୋଟି ଟଙ୍କାର ମାଲିକ ଧରଣୀଧର ଯାଜପୁର: ଏଲ୍ଇଡି ଲାଇଟ୍ ଦୁର୍ନୀତିରେ ଗିରଫ ବିରଜା ଇଲେକ୍ଟ୍ରିକାଲ୍ସ ମାଲିକ ଧରଣୀଧର ସାହୁଙ୍କ ଉତ୍ଥାନ ଯେତିକି ଚମକ୍ପ୍ରଦ ସେତିକି ରୋଚକ।
ସ୍ଥାନୀୟ ଲୋକଙ୍କ କହିବା କଥା, ୨୦୦୪ରୁ ୨୦୦୯ ମଧ୍ୟରେ ସେ ମିଟର ରିଡିଂ କାମ କରୁଥିଲେ।
ସାଇକଲ୍ରେ ଘରକୁ ଘର ବୁଲି ରିଡିଂ ନେବା ସହ ବିଦ୍ୟୁତ୍ ବିଲ୍ ପ୍ରଦାନ କରୁଥିଲେ।
ଏବେ ତାଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି ଦେଖିଲେ ଆଖି ଟେରା ହୋଇଯିବ।
ଧରଣୀଙ୍କ ଉତ୍ଥାନ ୨୦୦୯ ପରେ ଆରମ୍ଭ ହୋଇଥିଲା।
ସେ ପ୍ରତିଷ୍ଠା କରିଥିବା ବିରଜା ଇଲେକ୍ଟ୍ରିକାଲ୍ସ ଠିକାସଂସ୍ଥା ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ବିଦ୍ୟୁତ୍ ଯୋଗାଣ, ଆଲୋକୀକରଣ କାର୍ଯ୍ୟ କରୁଥିଲା।
ସେତେବେଳର ଜଣେ ଶକ୍ତିମନ୍ତ୍ରୀ ତଥା ଯାଜପୁରର ବିଜେଡି ନେତା ତାଙ୍କୁ ଶକ୍ତି ଯୋଗାଇଥିଲେ।
Crime: ଭଦ୍ରକ ଦିନ ଦ୍ୱିପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ଫଳସ୍ବରୂପ ୨୦୦୯ରୁ ୨୦୧୪ ଭିତରେ ଧରଣୀଙ୍କ ବ୍ୟବସାୟରେ ଶହେ ଗୁଣ ଅଭିବୃଦ୍ଧି ଘଟିଥିଲା।
ସରକାରୀ ଯୋଜନାରେ ସମସ୍ତ ବିଦ୍ୟୁତ୍କରଣ କାର୍ଯ୍ୟର ଠିକା କାମ ତାଙ୍କୁ ହିଁ ମିଳୁଥିଲା।
୨୦୧୬ରେ ଜିଲ୍ଲାରେ ଷ୍ଟ୍ରିଟ୍ ଲାଇଟ୍ (ଗାଁ ଆଲୁଅ) ଲଗାଇବାରେ କୋଟି କୋଟି ଟଙ୍କାର ଘୋଟାଲା ହୋଇଥିଲା।
ସେତେବେଳେ ବିରଜା ଇଲେଟ୍ରିକାଲ୍ସ ବିବାଦୀୟ ହୋଇଥିଲା।
ଜଣେ ସାଧାରଣ ଠିକା କର୍ମଚାରୀରୁ ବିରାଟ ବୈଦ୍ୟୁତିକ ଠିକାସଂସ୍ଥା "ବିରଜା ଇଲେକ୍ଟ୍ରିକାଲ୍ସ" ସ୍ଥାପନ କରିବା ସହ ଧରଣୀ ବର୍ତ୍ତମାନ ଶହ ଶହ କୋଟି ସମ୍ପତ୍ତିର ମାଲିକ।
ତାଙ୍କ ମାଲିକାନାରେ ବିିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲିନିକ୍ ଚାଲିଛି।
ଉଲ୍ଲେଖଥାଉକି, ଭିଜିଲାନ୍ସ ଚଢ଼ଉ ଭୟରେ ଅନ୍ୟ ଦୁଇ ବିଦ୍ୟୁତ୍ ଠିକାଦାର ଫେରାର ହୋଇ ଯାଇଛନ୍ତି।"