Rayagada: ରାୟଗଡ଼ା ରେଳମଣ୍ଡଳର ଦନ୍ତେୱାଡ଼ା–କୋରାପୁଟ ରେଳ ସେକ୍ସନ ନିରୀକ୍ଷଣ କଲେ ଡିଆରଏମ୍
ରାୟଗଡା: ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍) ଅମିତାଭ ସିଂହଲ ଦାନ୍ତେୱାଡ଼ା– କୋରାପୁଟ ରେଳ ସେକ୍ସନର ନିରୀକ୍ଷଣ କରି ରେଳ ସୁରକ୍ଷା, ପରିଚାଳନାଗତ ଦକ୍ଷତା, ଷ୍ଟେସନ ଭିତ୍ତିଭୂମି, ଯାତ୍ରୀ ସୁବିଧା, କର୍ମଚାରୀ କଲ୍ୟାଣ ତଥା ବିଭିନ୍ନ ଚାଲୁ ରହିଥିବା ଓ ପ୍ରସ୍ତାବିତ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।
Advertisment ଆହୁରି ପଢନ୍ତୁ : Tulasi Ganantya: ତୁଳସୀ ଗଣନାଟ୍ୟର ଅପେରାବେଳେ ଦର୍ଶକଙ୍କର ଚାଲିଗଲା ଜୀବନ ଦନ୍ତେୱାଡ଼ା ରେଳ ଷ୍ଟେସନ ପରିଦର୍ଶନ ସମୟରେ ଡିଆରଏମ୍ ଷ୍ଟେସନର ବିଭିନ୍ନ ସୁବିଧା ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।
ଏହି ଅବସରରେ ଷ୍ଟେସନ ୱାର୍କିଂ ରୁଲ୍ସ ଏବଂ ଭିଜୁଆଲ୍ ଡିସପ୍ଲେ ୟୁନିଟ୍ ଯାଞ୍ଚ କରିବା ସହ ରେଳ ସେକ୍ସନର ବିଭିନ୍ନ ସୁରକ୍ଷା ସମ୍ବନ୍ଧୀୟ ବିଷୟଗୁଡ଼ିକର ସମୀକ୍ଷା କରିଥିଲେ।
ବିଭିନ୍ନ ସ୍ଥାନରେ ଚାଲୁଥିବା ଲିମିଟେଡ୍ ହାଇଟ୍ ସବ୍ୱେ ଅଥବା ରେଳମାର୍ଗ ତଳେ ଦେଇ ଯାଉଥିବା ଉପମାର୍ଗ (ଏଲଏଚଏସ୍) ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହାର ସମାପ୍ତି ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଏଥିସହ ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟର ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ।
ଆହୁରି ପଢନ୍ତୁ : Emergency Landing: ଫିଲିପାଇନ୍ସରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳିଲା: ଜରୁରୀକାଳୀନ ଅବତରଣ କଲା ଏୟାର ନିଉଗିନି ବୋଡ଼ିଆରପୁର ଠାରେ ନୂତନ ଷ୍ଟେସନ ଭବନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଡିଆରଏମ୍ ଅନୁଧ୍ୟାନ କରିଥିଲେ।
ଏହାପରେ ଟୋକାପାଲ ରେଳବାଇ କଲୋନୀ ପରିଦର୍ଶନ କରି କର୍ମଚାରୀଙ୍କ ଆବାସିକ ସୁବିଧା ଓ ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମୀକ୍ଷା କରିଥିଲେ।
ନିର୍ମାଣ ସଂଗଠନର ଅଧିକାରୀମାନେ ଏହି ପରିଦର୍ଶନ ସମୟରେ ଡିଆରଏମ୍ଙ୍କ ସହ ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ହାସଲ ହୋଇଥିବା ସଫଳତା ଏବଂ ଚାଲୁଥିବା କାର୍ଯ୍ୟର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।
ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବା ସହ ରେଳ ସୁରକ୍ଷା ମାନଦଣ୍ଡ ଓ ନିର୍ଦ୍ଧାରିତ ଗୁଣବତ୍ତା ବଜାୟ ରଖିବାକୁ ଡିଆରଏମ୍ ଗୁରୁତ୍ୱାରୋପ କରିଥିଲେ।
ଜଗଦଲପୁର ରେଳ ଷ୍ଟେସନରେ ଶ୍ରୀ ସିଂଘଲ ଲବି ଓ ରନିଂ ରୁମ୍ ପରିଦର୍ଶନ କରିବା ସହ ସେଠାରେ ଚାଲୁଥିବା ଏବଂ ପ୍ରସ୍ତାବିତ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।
ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶ, ଭିତ୍ତିଭୂମି ଉନ୍ନତିକରଣ ଓ ଯାତ୍ରୀ ସୁବିଧାର ଅଗ୍ରଗତି ମଧ୍ୟ ଅନୁଧ୍ୟାନ କରିଥିଲେ।
ବିଶେଷକରି ରେଳ କର୍ମଚାରୀଙ୍କ ପାଇଁ ଉପଲବ୍ଧ ରନିଂ ରୁମ୍ ଓ କ୍ରୁ ଲବିର ସୁବିଧାଗୁଡ଼ିକର ମଧ୍ୟ ସମୀକ୍ଷା କରିଥିଲେ।
ଆହୁରି ପଢନ୍ତୁ : Congress Protest: ହାଇଦ୍ରାବାଦ ସ୍ଥିତ 'ମେଟା' କାର୍ଯ୍ୟାଳୟରେ ଯୁବ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା ସେହିପରି ଜୟପୁର ରେଳ ଷ୍ଟେସନ ପରିଦର୍ଶନ କରି ନୂତନ ଯାତ୍ରୀ ସୁବିଧା ଯଥା ଲିଫ୍ଟ, ଫୁଟ୍ ଓଭର ବ୍ରିଜ୍ ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ମଣ୍ଡଳ ରେଳ ପ୍ରବନ୍ଧକ ।
କୋରାପୁଟ ଷ୍ଟେସନରେ କ୍ରୁ ଲବି ପରିଦର୍ଶନ କରିବା ସହ ବିଭିନ୍ନ ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ମଧ୍ୟ କରିଥିଲେ।
ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ସହ ସମସ୍ତ ସୁବିଧାର ଗୁଣବତ୍ତା ଓ କାର୍ଯ୍ୟକ୍ଷମତା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ପରିଦର୍ଶନ ସମୟରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଗୌରୀ ଶଙ୍କର ରାଓଙ୍କ ସମେତ ରାୟଗଡ଼ା ରେଳମଣ୍ଡଳର ସମସ୍ତ ଶାଖା ଅଧିକାରୀ ଡିଆରଏମ୍ଙ୍କ ସହ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
