Cyber Fraud in Bhadrak: ସାଇବର ଅପରାଧ: ଫୋନ୍ କଲ୍ରେ ଖାଲି କରିଦେଲେ ୧.୭୮ ଲକ୍ଷ ଟଙ୍କା
ଭଦ୍ରକ : ଅଜଣା ଫୋନ୍ କଲ୍ ଓ ନକଲି ପରିଚୟର ଜାଲରେ ଫସି ଭଦ୍ରକ ସହରର ଜଣେ ବ୍ୟକ୍ତି ୧ ଲକ୍ଷ ୭୮ ହଜାର ୧୧୮ ଟଙ୍କା ହରାଇଥିବା ଅଭିଯୋଗ ହୋଇଛି।
ଅପର୍ତ୍ତିବିନ୍ଧା ଅଞ୍ଚଳରେ ଘଟିଥିବା ଏହି ସାଇବର ଠକେଇ ଘଟଣା ସହରରେ ଚର୍ଚ୍ଚା ସୃଷ୍ଟି କରିଛି।
Advertisment Cyber Fraud Case ୨ କୋଟିର ସାଇବର ଠକେଇ ମାମଲା, ଅଭିଯୁକ୍ତକୁ ୩ବର୍ଷ ସଶ୍ରମକାରାଦଣ୍ଡ ଅଭିଯୋଗକାରୀ ପ୍ରହଲ୍ଲାଦ ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ୩ରୁ ୭ ତାରିଖ ମଧ୍ୟରେ ତାଙ୍କୁ ଏକ ଫୋନ୍ କଲ୍ ଆସିଥିଲା।
ଫୋନ୍ କରିଥିବା ବ୍ୟକ୍ତିମାନେ ନିଜକୁ ଅନ୍ୟର ପରିଚୟ ଦେଇଥିଳେ।
ନକଲି ଦସ୍ତାବିଜ ଓ ଇଲେକ୍ଟ୍ରୋନିକ୍ ରେକର୍ଡ ବ୍ୟବହାର କରି ତାଙ୍କଠାରୁ ବିଭିନ୍ନ ସମୟରେ ମୋଟ ୧ ଲକ୍ଷ ୭୮ ହଜାର ୧୧୮ ଟଙ୍କା କ୍ଷତି ହୋଇଥିବା ଜଣାପଡ଼ିଛି।
Cyber Fraud Arrested: ଡିଜିଟାଲ୍ ଆରେଷ୍ଟ ମାଧ୍ୟମରେ ୬ ଲକ୍ଷ ଟଙ୍କା ଠକେଇ: ଜାମ୍ମୁ-କାଶ୍ମୀର ଓ ରାଜସ୍ଥାନରୁ ୨ ସାଇବର ଅପରାଧୀ ଗିରଫ ଏନେଇ ଭଦ୍ରକ ଟାଉନ ଥାନାରେ ୭୦୮/୨୦୨୬ ନମ୍ବରରେ ନଭେମ୍ବର ୨୨ ତାରିଖରେ ମାମଲା ରୁଜୁ ହୋଇଛି।
ବିଏନ୍ଏସ୍ର ଧାରା ୩୧୮(୪) ଏବଂ ଆଇଟି ଆଇନର ଧାରା ୬୬(ଡି) ଅନୁଯାୟୀ ପୁଲିସ ମାମଲା ରୁଜୁ କରିଛି।
ଇନ୍ସପେକ୍ଟର ମନୋହର ପାତ୍ର ଏହି ମାମଲାର ତଦନ୍ତ କରୁଛନ୍ତି।
ଅଭିଯୁକ୍ତମାନଙ୍କ ପରିଚୟ ଏଯାଏ ଜଣାପଡ଼ିନଥିବାବେଳେ ଠକେଇରେ ବ୍ୟବହୃତ ଫୋନ୍ ଓ ଇଲେକ୍ଟ୍ରୋନିକ୍ ତଥ୍ୟକୁ ନେଇ ପୁଲିସ ଯାଞ୍ଚ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
