Pramod Bhagat Questions Odisha Government: ୯ କୋଟି ପରେ ମିଳିବନି ପୁରସ୍କାର! ଓଡ଼ିଶା କ୍ରୀଡ଼ା ବିଭାଗର ନିୟମକୁ ନେଇ ଅସନ୍ତୋଷ

Nov 26, 2026 - 21:53
Pramod Bhagat Questions Odisha Government: ୯ କୋଟି ପରେ ମିଳିବନି ପୁରସ୍କାର! ଓଡ଼ିଶା କ୍ରୀଡ଼ା ବିଭାଗର ନିୟମକୁ ନେଇ ଅସନ୍ତୋଷ

ରାଜ୍ୟ କ୍ରୀଡ଼ା ବିଭାଗର ୯ କୋଟିର କ୍ୟାପିଂକୁ ନେଇ ମେଡାଲ୍ ବିଜେତାଙ୍କ ମନରେ କ୍ଷୋଭ।

ନିୟମ ଅନୁସାରେ ଜଣେ ଖେଳାଳି ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟ୍ 9 କୋଟି ଟଙ୍କା ପ୍ରୋତ୍ସାହନ ରାଶି ପାଇଯିବା ପରେ ଆଉ ଯେତେ ମେଡାଲ୍ ଜିତିଲେ ବି କୌଣସି ରାଶି ପାଇବେ ନାହିଁ।

ଯାହାକି ଦେଶ ପାଇଁ ବାରମ୍ବାର ମେଡାଲ୍ ଜିତୁଥିବା ପ୍ରମୋଦ ଭଗତ୍ ଓ ଅମିତ୍ ରୋହିଦାସଙ୍କ ପରି ଖେଳାଳିଙ୍କୁ ଦେଇଛି ଶକ୍ତ ଝଟ୍କା।

ତେବେ କ୍ରୀଡ଼ା ବିଭାଗ କହିଛି, ମେଡାଲ୍ ମୂଲ୍ୟକୁ ଟଙ୍କାରେ ତୁଳନା କରାଯାଇ ପାରିବ ନାହିଁ।

Advertisment ଏ କ୍ଷୋଭ ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କର।

ଗତମାସରେ ଜାପାନରେ ଆୟୋଜିତ ଏସିଆନ୍ ପାରା ଗେମ୍ସରେ ଦେଶ ପାଇଁ ସିଲ୍ଭର ମେଡାଲ୍ ଜିଣିଛନ୍ତି ଭଗତ।

ମେଡାଲ୍ ଜିତିବା ପରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ରାଶି ଦିଆଯାଇନଥିବାରୁ ଏପରି କ୍ଷୋଭ ପ୍ରକାଶ କରିଛନ୍ତି ୨୦୨୦ ଟୋକିଓ ପାରା ଅଲିଂପିକ୍ସର ଏହି ଗୋଲ୍ଡ ମେଡାଲିଷ୍ଟ।..

ଏସିଆନ୍ ଗେମ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସ୍ବର୍ଣ୍ଣ ପଦକ ଜିଣିଥିଲା।

ଉଭୟ ଦଳରେ ମୋଟ୍ ୩ ଜଣ ଓଡ଼ିଆ, ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଓ ସୁନେଲିତା ଟପ୍ପୋ ପ୍ରତିନିଧିତ୍ବ କରିଥିଲେ।

ସେହିପରି ଏସିଆନ ପାରା ଗେମ୍ସରେ ପ୍ରମୋଦ ଭଗତଙ୍କ ବ୍ୟତୀତ ପାୟଲ୍ ନାଗ ଓ ଜୟନ୍ତୀ ବେହେରା ମଧ୍ୟ ପଦକ ଜିଣିଥିଲେ।

ଏମାନଙ୍କ ମଧ୍ୟରୁ କେବଳ ପାୟଲ୍ ନାଗଙ୍କୁ କ୍ରୀଡ଼ା ବିଭାଗ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛି।

ଅନ୍ୟ କୌଣସି ଖେଳାଳିଙ୍କୁ ପ୍ରୋତ୍ସାହନ ରାଶି ମିଳିନାହିଁ।

ତେବେ ପ୍ରମୋଦ ଭଗତଙ୍କ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି କ୍ରୀଡ଼ା ବିଭାଗର ଗାଇଡ୍ ଲାଇନ୍।

ଜଣେ ଖେଳାଳି ତାର କ୍ୟାରିୟର୍ ଭିତରେ ସର୍ବାଧିକ ମୋଟ୍ ୯ କୋଟି ଟଙ୍କାର କ୍ୟାସ୍ ଆୱାର୍ଡ ପାଇପାରିବ ବୋଲି ଉଲ୍ଲେଖ ରହିଛି।

ତେବେ ୯ କୋଟି ଟଙ୍କା ପରେ ଖେଳାଳି ଜିଣୁଥିବା ପଦକର ମୂଲ୍ୟ ନଥାଏ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରମୋଦ।

ସେହିପରି ୯ କୋଟି ଟଙ୍କାର କ୍ୟାପିଂ ନିୟମକୁ ନେଇ ଅନ୍ୟ କ୍ରୀଡାବିତ୍ ବି ନିରାଶ।

ନଜର ପକାନ୍ତୁ କେଉଁ କ୍ରୀଡାବିତ୍ ରାଜ୍ୟ ସରକାରଙ୍କଠାରୁ କେତେ ଟଙ୍କାର ପ୍ରତ୍ସାହନ ରାଶି ପାଇଛନ୍ତି।

ଅନ୍ତର୍ଜାତୀୟ ହକି ଖେଳାଳି ଅମିତ ରୋହିଦାସଙ୍କୁ ବିଭିନ୍ନ ଅନ୍ତର୍ଜାତୀୟ ପଦକ ବିଜୟ ପାଇଁ ମୋଟ୍ ୮ କୋଟି ୩୪ ଲକ୍ଷ ୭୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଯା ଭିତରେ ୨୦୨୬ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ପାଇଁ ରହିଛି ୩୧ ଲକ୍ଷ ଟଙ୍କା।

ସେହିପରି ହକି ଖେଳାଳି ଶିଳାନନ୍ଦ ଲାକ୍ରାଙ୍କୁ ମଧ୍ୟ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜୟ ପାଇଁ ରାଜ୍ୟ ସରକାର ମୋଟ୍ ୩୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ସୁନେଲିତା ଟପ୍ପୋଙ୍କୁ ୨୦୨୬ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ପାଇଁ ରାଜ୍ୟ ସରକାର ୧୧ ଲକ୍ଷ ଟଙ୍କା ଏବଂ ସୁନ୍ଦରଗଡ଼ର ଖେଳାଳି ଭାବେ ସ୍ୱତନ୍ତ୍ର ୨୦ ଲକ୍ଷ ଟଙ୍କା ପୁରସ୍କାର ମିଳିଛି।

ପାରା ତୀରନ୍ଦାଜ ପାୟଲ ନାଗଙ୍କୁ କ୍ରୀଡ଼ା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ମୋଟ୍ ୧୯ ଲକ୍ଷ ୬୯ ହଜାର ଟଙ୍କାର ନଗଦ ପୁରସ୍କାର ଓ ଆର୍ଥିକ ସହାୟତା ଦିଆଯାଇଛି।

ତେବେ ୯ କୋଟି ଟଙ୍କା କ୍ୟାପିଂ ନିୟମ ଉପରେ କ୍ରୀଡ଼ା ବିଭାଗ କହିଛି ଯେ, ୯ କୋଟି ଟଙ୍କା ପରେ ବି ସବୁ ମେଡାଲର ମୂଲ୍ୟ ରହିଛି।

ମେଡାଲ ମୂଲ୍ୟକୁ ଟଙ୍କାରେ ତୁଳନା କରାଯାଇ ପାରିବ ନାହିଁ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)