Post offices: ଡାକଘର ହେବ ଆଧୁନିକ: ୨୬୩୨ କୋଟିର ୨ଟି ‌ଯୋଜନା ମଞ୍ଜୁର

Nov 26, 2026 - 06:14
Post offices: ଡାକଘର ହେବ ଆଧୁନିକ: ୨୬୩୨ କୋଟିର ୨ଟି ‌ଯୋଜନା ମଞ୍ଜୁର

ନୂଆଦିଲ୍ଲୀ: ପୁରୁଣା ଢାଞ୍ଚାରୁ ବାହାରିବ ଡାକଘର ।

ଆଧୁନିକ ସୁବିଧା ଓ ସେବାରେ ପରିପୂର୍ଣ୍ଣ ହେବ।

ନୂଆ ରୂପ ନେବା ସହ ଦକ୍ଷତା ମଧ୍ୟ ବଢ଼ିବ।

ଦେଶରେ ୧.୬୫ ଲକ୍ଡାଷ କଘରଗୁଡ଼ିକର ଆଧୁନିକୀକରଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ‌ଷୋଡ଼ଶ ଅର୍ଥ ଆୟୋଗଙ୍କ ପାଞ୍ଚବର୍ଷିଆ ଅବଧିରେ ୨୦୩୦-୩୧ ପର୍ଯ୍ୟନ୍ତ ୨୬୩୨ କୋଟି ଟଙ୍କାର ଅଟକଳ ମଞ୍ଜୁର କରାଯାଇଛି।

୧୪୧୧ କୋଟି ଟଙ୍କାର ଡାକଘର ପରିଚାଳନା ଯୋଜନା ଓ ୧୪୯୧ କୋଟି ଟଙ୍କାର ଇଷ୍ଟେଟ୍‌ସ ମ୍ୟାନେଜମେଣ୍ଟ୍‌ ଯୋଜନାକୁ ବୈଠକରେ ଅନୁମୋଦନ କରାଯାଇଛି।କେନ୍ତ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, ଇଷ୍ଟେଟ୍‌ସ ମ୍ୟାନେଜମେଣ୍ଟ୍‌ ସ୍କିମ୍‌ ଅଧୀନରେ ଭଡ଼ାରେ ଚାଲିଥିବା ଡାକଘରଗୁଡ଼ିକ ପାଇଁ ଡାକ ବିଭାଗ ଅଧୀନରେ ଥିବା ଜମିରେ ନୂତନ କୋଠା ନିର୍ମା‌ଣରେ ୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ।

୫୦ଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କୋଠାକୁ ଭାଙ୍ଗି ତାହାକୁ ପୁଣି ଥରେ ଗଢ଼ିବାରେ ୧୦୮ କୋଟି ଟଙ୍କା ବ୍ୟୟ କରାଯିବ।

୨୨୫୦ଟି ଉପ ଡାକଘରର ଉନ୍ନତୀକରଣ ଓ ଏକ ପ୍ରକାର ବ୍ରାଣ୍ଡିଂରେ ୩୧୮ କୋଟି ଟଙ୍କା ବିନିଯୋଗ କରାଯିବ।

ଭଡ଼ାରେ ଚାଲିଥିବା ଡାକଘରଗୁଡ଼ିକର ଉନ୍ନତିକରଣ ଓ ବ୍ରାଣ୍ଡିଂରେ ୩୭.୫୦ କୋଟି ଟଙ୍କା, ୧୫୦ଟି ଐତିହ୍ୟ ଡାକଘର ର ସୁରକ୍ଷା ଲାଗି ୩୫୭.୫୦ କୋଟି ଟଙ୍କା, କଲୋନି ମରାମତିରେ ୩୫୭.୫୦ କୋଟି ଟଙ୍କା, ସୌର ଶକ୍ତି ଓ ବର୍ଷାଜଳ ସଂରକ୍ଷଣ ଭଳି ବ୍ୟବସ୍ଥା ପାଇଁ ୧୦୦ କୋଟି ଟଙ୍କା ଓ ବେଙ୍ଗାଲୁରୁରେ ଏକ ସମନ୍ବିତ ପ୍ରଯୁକ୍ତି କେନ୍ଦ୍ର ସ୍ଥାପନରେ ୧୦୦ କୋଟି ଟଙ୍କା ବ୍ୟୟ କରାଯିବ।

Advertisment Brain Stroke: 'ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ' ଅଭିଯାନରେ ସାମିଲ ହେଲେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ପୋଷ୍ଟାଲ ଅପରେସନ୍ସ ସ୍କିମ୍‌ ଅଧୀନରେ ଡାକ ଭିତ୍ତିଭୂମିର ସୁଦୃଢ଼ୀକରଣ, ପରିଚାଳନା ଦକ୍ଷତାରେ ଉନ୍ନତି ଅଣାଯିବ ଏବଂ ଲଜିଷ୍ଟିକ୍ସ, ଇ-କମର୍ସ ଓ ଡିଜିଟାଲ ସେବାର ବର୍ଦ୍ଧି ଆବଶ୍ୟକତା ପୂରଣ କରିବାକୁ ସହାୟତା ପ୍ରଦାନ କରାଯିବ।

ଏହି ଯୋଜନା ଅଧୀନରେ ୬ଟି ଉପଯୋଜନା ରହିଛି।

ଗ୍ରାମାଞ୍ଚଳରେ ଥିବା ଡାକଘରଗୁଡ଼ିକର ଉନ୍ନତୀକରଣରେ ୧୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ମେଲ୍‌ ନେଟ୍‌ୱର୍କକୁ ସୁଦୃଢ଼ କରିବାରେ ୫୭୫ କୋଟି ଟଙ୍କା, ପାର୍ସଲ ନେଟ୍‌ୱର୍କ ଉନ୍ନତୀକରଣରେ ୨୭୮ କୋଟି ଟଙ୍କା, ଅନ୍ତର୍ଜାତୀୟ ମେଲ୍‌ର ଭିତ୍ତିଭୂମି ଉନ୍ନତୀକରଣରେ ୮ କୋଟି ଟଙ୍କା, ମାର୍କେଟିଂରେ ୧୦୦ କୋଟି ଟଙ୍କା ଏବଂ ଡାକ ଟିକସ ସଂଗ୍ରହ ଓ ଅଧ୍ୟୟନ କାର୍ଯ୍ୟରେ ୬୦ କୋଟି ଟଙ୍କା ଖର୍ଚ୍ଚ କରିବା ପ୍ରସ୍ତାବ ରହିଛି।

Income Tax: ଆୟକର ବିଭାଗର ଟିକସଦାତା ହବ୍‌-୨୦୨୬ ଆରମ୍ଭ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)