Pole vault: ପୋଲ୍ ଭଲ୍ଟର୍ ସିନ୍ଧୁଶ୍ରୀ କଲେ ଜାତୀୟ ରେକର୍ଡ
ସିନ୍ଧୁଶ୍ରୀଙ୍କୁ ସୁନା ପଦକ
୨୬ ବର୍ଷୀୟା ସିନ୍ଧୁଶ୍ରୀ ମହିଳା ପୋଲ୍ ପୋଲ୍ ଭଲ୍ଟରେ ସୁନା ପଦକ ଜିତିବା ସହ ୪.୨୫ ମିଟର ଉଚ୍ଚତା ଡେଇଁ ଏକ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ସୀମା ୪.୧୦ ମିଟର ରହିଥିଲା। ଏହା ପୂର୍ବରୁ ବାରନିକା ୪.୨୩ ମିଟରର ଜାତୀୟ ରେକର୍ଡ କରିଥିଲେ, ଯିଏ କି ଏହି ପ୍ରତିଯୋଗିତାରେ ୪.୨୦ ମିଟର ଡେଇଁ ରୁପା ପଦକ ପାଇଛନ୍ତି।
/sambad/media/media_files/2026/06/25/pole-vault1-2026-06-25-22-33-14.jpeg)
ମାନସିକ ସ୍ତରରେ ପ୍ରସ୍ତୁତ
ସିନ୍ଧୁଶ୍ରୀ ୨୦୨୩ ମସିହାରେ ପବିତ୍ରା ଭେଙ୍କଟେଶଙ୍କ ଦ୍ୱାରା କରାଯାଇଥିବା ୪.୧୦ ମିଟରର ମିଟ୍ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି। ଏହି ସଫଳତାରେ ଖୁସି ପ୍ରକାଶ କରି ସିନ୍ଧୁଶ୍ରୀ କହିଛନ୍ତି ଯେ ସେ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ପାଇବାକୁ ମାନସିକ ସ୍ତରରେ ପ୍ରସ୍ତୁତ ଥିଲେ, କିନ୍ତୁ ଜାତୀୟ ରେକର୍ଡ ହେବା ତାଙ୍କ ପାଇଁ ଏକ ବଡ଼ ଉପହାର ଭଳି। ମଧ୍ୟପ୍ରଦେଶର ନିତିକା ଆକାରେ ୪.୧୦ ମିଟର ଡେଇଁ ବ୍ରୋଞ୍ଜ ପଦକ ଜିତିବା ସହ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିବାରେ ତୃତୀୟ ଖେଳାଳି ହୋଇଛନ୍ତି।
/sambad/media/media_files/2026/06/25/pole-vault2-2026-06-25-22-34-33.jpeg)
ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା
ଟ୍ରାକ୍ ଇଭେଣ୍ଟ: ମହିଳାମାନଙ୍କ ୨୦୦ ମିଟର ଏବଂ ୮୦୦ ମିଟର ଦୌଡ଼ରେ ପ୍ରଥମ ତିନି ସ୍ଥାନରେ ଥିବା ସମସ୍ତ ଖେଳାଳି ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ପାଇଛନ୍ତି। ସେହିପରି ମହିଳା ଶଟ୍ପୁଟ୍ ରେ ମଧ୍ୟ ସମସ୍ତ ତିନି ପଦକ ବିଜେତା ଯୋଗ୍ୟତା ହାସଲ କରିଛନ୍ତି।
/sambad/media/media_files/2026/06/25/pole-vault3-2026-06-25-22-35-14.jpeg)
ଓଡ଼ିଶାର ତାରକା ଧାବକ ଅନିମେଶ
ଓଡ଼ିଶାର ତାରକା ଧାବକ ଅନିମେଶ କୁଜୁର ପୁରୁଷ ୨୦୦ ମିଟର ଦୌଡ଼ରେ ଏସୀୟ କ୍ରୀଡ଼ା ଯୋଗ୍ୟତା ପାଇଥିବା ଏକମାତ୍ର ଆଥଲେଟ୍ ବନିଛନ୍ତି। ସେ ୨୦.୭୪ ସେକେଣ୍ଡରେ ଦୌଡ଼ ପୂରା କରି ସୁନା ପଦକ ଜିତିଛନ୍ତି (ଯୋଗ୍ୟତା ସମୟ ୨୦.୮୮ ସେକେଣ୍ଡ ଥିଲା)।
/sambad/media/media_files/2026/06/25/pole-vault4-2026-06-25-22-35-44.jpeg)
କେରଳର ମହମ୍ମଦ ଆଫସଲ୍
ପୁରୁଷ ୮୦୦ ମିଟର: କେରଳର ମହମ୍ମଦ ଆଫସଲ୍ (୧:୪୮.୫୭ ସେକେଣ୍ଡ) ପ୍ରଥମ ଏବଂ ହରିୟାଣାର କ୍ରିଷନ୍ କୁମାର (୧:୪୮.୮୨ ସେକେଣ୍ଡ) ଦ୍ୱିତୀୟ ସ୍ଥାନରେ ରହି ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ପାଇଛନ୍ତି।
/sambad/media/media_files/2026/06/25/pole-vault6-2026-06-25-22-36-09.jpeg)