Horoscope 2026 June 26: ଜାଣନ୍ତୁ ଆଜିର ରାଶିଫଳ...
"୨୬ ଜୁନ୍ ୨୦୨୬, ଶୁକ୍ରବାର।
ତିଥି: ଜ୍ୟେଷ୍ଠ ଶୁକ୍ଳ ଦ୍ବାଦଶୀ।
ନକ୍ଷତ୍ର: ବିଶାଖା।
ଚନ୍ଦ୍ର: ତୁଳା।
ବୈଷ୍ଣବସମ୍ମତ ପକ୍ଷବର୍ଦ୍ଧିନୀ ଏକାଦଶୀ, ଚମ୍ପକ ଦ୍ବାଦଶୀ ଓ ଗୁଆଲି ନୀତି, କୂର୍ମାବତାର ଜୟନ୍ତୀ।
ସୂର୍ଯ୍ୟୋଦୟ: ୫ଟା୧୩, ସୂର୍ଯ୍ୟାସ୍ତ: ୬ଟା୨୫।
ଘାତଚନ୍ଦ୍ର: ନାହିଁ।
ଘାତବାର: ବିଛା, ଧନୁ ଓ ମୀନ।
ଶୁଭବେଳା: ପ୍ରାତଃ ୬ଟା୬ରୁ ୬ଟା୫୯, ଦିବା ୧୨ଟା୧୫ରୁ ୨ଟା୫୪, ସନ୍ଧ୍ୟା ୬ଟା୨୫ରୁ ୮ଟା୩୫, ରାତ୍ରି ୧୨ଟା୫୪ରୁ ୩ଟା୪, ରାତ୍ରି ୩ଟା୪୭ରୁ ୫ଟା୧୩ ପର୍ଯ୍ୟନ୍ତ।Advertisment ମେଷ: ଅଫିସରେ ସହକର୍ମୀ ଆପଣଙ୍କଠାରୁ କିଛି ଶିଖିବାକୁ ଚାହିବେ।
ବେକାରଙ୍କୁ ରୋଜଗାର ମିଳିପାରେ।
ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ସମାପ୍ତ ହେବ।
ଛାତ୍ର କଂପ୍ୟୁଟର ପାଠ୍ୟକ୍ରମ ଶିଖିବାକୁ ମନସ୍ଥ କରିବେ। ବୃଷ: ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ ହେବା ଯୋଗୁଁ ପରିବାର ଲୋକଙ୍କ ସହିତ ଘରେ ସମାରୋହ କରିବେ।
ଚାକିରିଜୀବୀ ସହକର୍ମୀଙ୍କର ପୂରା ସହଯୋଗ ପାଇବେ।
ଶିକ୍ଷକଙ୍କ ଲାଗି ଦିନଟି ଭଲ। ମିଥୁନ: ସମାଜରେ ମାନସମ୍ମାନ ବୃଦ୍ଧି ହେବ।
ଅନଲାଇନ୍ରେ ବେପାର କରିବା ଲାଗି ଯୋଜନା କରିବେ।
ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଉପରେ ଭରସା ବନାଇ ରଖନ୍ତୁ।
ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ: ଦିନଟି ଆପଣଙ୍କ ଲାଗି ବହୁତ ସକ୍ରିୟ ରହିବ।
ଘର କାମରେ ପରିଜନଙ୍କର ସହଯୋଗ ପାଇବେ।
ବନ୍ଧୁ ସହିତ ଯିବାକୁ ଥିବା ଭ୍ରମଣର ଯୋଜନା ବାତିଲ ହେବ।
ଦୋକାନଦାରଙ୍କ ଲାଗି ଦିନଟି ଭଲ।
ସିଂହ: ଦିନଟି ଭଲ ରହିବ।
ଆପଣଙ୍କ କାମରେ ଆପଣଙ୍କୁ ସଫଳତା ମିଳିବ।
ବ୍ୟବସାୟୀଙ୍କୁ ଭଲ ଲାଭ ହେବ।
ଚାକିରିରେ ପଦୋନ୍ନତି ହେବ।
ଦାମ୍ପତ୍ୟ ଜୀବନ ଭଲ ରହିବ।
ରାଜନୀତିରେ ସଫଳତା ପାଇବେ।
କନ୍ୟା: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ।
କାଷ୍ଠ ତିଆରି ଜିନିଷ କିଣିବା ଲାଗି ଦିନଟି ଶୁଭ।
ଭାଗୀଦାରି ସହିତ ବସି ବେପାର ବଢ଼ାଇବା ପାଇଁ ଯୋଜନା କରିବେ।
ପ୍ରେମ ସମ୍ବନ୍ଧ ମଜଭୁତ ହେବ।
ଆହୁରି ପଢ଼ନ୍ତୁ- Mob Violence: ଇନ୍ତାଲିଗୁଡ଼ାରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ଗୁହାରୀ କଲେ ସ୍ଥାନୀୟ ଲୋକେ ତୁଳା: ମନପ୍ରାଣ ଢ଼ାଳି କରିଆସୁଥିବା କାମରେ ସଫଳତା ପାଇବେ।
ଛାତ୍ରଛାତ୍ରୀଙ୍କୁ ନୂଆା ପ୍ରୋଜେକ୍ଟ ଉପରେ କାମ କରିବାର ମଉକା ମିଳିବ।
ବଡ଼ଙ୍କ ସହଯୋଗ ଆପଣଙ୍କ କ୍ୟାରିୟରକୁ ଆଗକୁ ବଢ଼ାଇବ।
ବିଛା: ଆପଣ ନିଜର ଦାୟିତ୍ବ ଭଲଭାବେ ତୁଲାଇବେ।
ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ।
ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ଦାୟିତ୍ବ ମିଳିବ।
ଶିକ୍ଷକ କିଛି ନୂଆ ଶିଖିବାକୁ ପାଇବେ।
ଧନୁ: ଅଧିକ ସମୟ ପରିବାର ଲୋକଙ୍କ ସହିତ ଅତିବାହିତ କରିବେ।
କୌଣସି ନିଷ୍ପତ୍ତି ନେବାରେ ମୁସ୍କିଲ ହେବ।
କୌଣସି କାମରେ ଅନୁମାନଠୁ ଅଧିକ ଲାଭ ହେବ।
ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।
ମକର: ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ।
ଭାବୁକତାରେ ଆସି କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ।
ଭାଗୀଦାରିରେ କୌଣସି ଡିଲ୍ କରିବା ଆପଣଙ୍କ ଲାଗି ଲାଭଦାୟକ ରହିବ।
କୁମ୍ଭ: ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କୌଣସି ସାମାଜିକ ସମାରୋହକୁ ଯିବାର ମଉକା ପାଇବେ।
ଅଫିସରେ କାମକୁ ନେଇ କତୃପକ୍ଷ ପ୍ରଶଂସା କରିବେ।
ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦେବେ।
ମୀନ: ପିଲାଙ୍କଠାରୁ କୌଣସି ଶୁଭ ଖବର ପାଇବେ।
ସୃଜନଶୀଳ କାର୍ଯ୍ୟରେ ଆପଣଙ୍କର ପ୍ରଶଂସା ହେବ।
ଫିଲ୍ମ ଜଗତରେ ଲୋକଙ୍କୁ ବଡ଼ ପ୍ରୋଜେକ୍ଟ ମିଳିବ।
ଘରେ ଖୁସିର ମାହୋଲ ରହିବ।
"