Scam: ଦୁର୍ନୀତିର ଗନ୍ତାଘର ପାଲଟିଛି ହାଟବାଦଡ଼ା ପଞ୍ଚାୟତ
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଭାରତର ଦ୍ୱିତୀୟ ବୃହତ୍ତମ ହାଟରେ ଦୁର୍ନୀତି, ଲକ୍ଷାଧିକ ଟଙ୍କା ହରିଲୁଟ କରିଥିବା ଅଭିଯୋଗ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ତଦନ୍ତ ମନ୍ଥର ଗତିରେ ଚଳାଇଥିବା ନେଇ ଅଭିଯୋଗ ହୋଇଛି। ଦେଶର ଦ୍ୱିତୀୟ ବୃହତ୍ତମ ହାଟ ହେଉଛି ମୟୂରଭଞ୍ଜଜିଲ୍ଲା ବାମନଘାଟି ଉପଖଣ୍ଡ କୁସୁମୀ ବ୍ଲକ୍ ହାଟବାଦଡା ହାଟ। ଉକ୍ତ ହାଟ ଗତ ୨୦୨୫ ମସିହାରେ ଜାତୀୟ ସ୍ତରରେ ୭୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଥିଲେ। ଚଳିତ ବର୍ଷ ଉକ୍ତ ହାଟଟି ସମସ୍ତ ରେକର୍ଡ ଭାଙ୍ଗି ୧ କୋଟି ୩୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି।
ତେବେ ଏହି ପଞ୍ଚାୟତରେ ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହାଟବାଦଡ଼ା ନେଇ ଶୁଭୁମ ସାହୁ ନାମକ ଯୁବକ ବାରମ୍ବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଥିବା ବେଳେ ଜିଲ୍ଲାପାଳ ମଧ୍ୟ ଏକ ରିପୋର୍ଟ ରେ ସରକାରଙ୍କ ନିୟମକୁ ସେକ୍ସନ ୯୮ ଓଜିପି ଆକ୍ଟ ୧୯୬୪ ଉଲଂଘନ, ଗ୍ରାମସଭାରେ ହସ୍ତାକ୍ଷର ମିଶୁନଥିବା ସରକାରଙ୍କୁ ଜିଏସଟି ବିଲ ପୈଠ ନକରି ୩ ଲକ୍ଷରୁ ଟଙ୍କାର ବିଦ୍ୟୁତ୍ ୱାରିଙ୍ଗ, ସିସିଟିଭିର ପ୍ରକୃତ ମୂଲ୍ୟ ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରି ସିସିଟିଭି କ୍ୟାମେରା ଭଡ଼ାରେ ଲଗା ଯାଇଛି, ମେଜରମେଣ୍ଟ ନକରି ବିଭିନ୍ନ କାର୍ଯରେ ବିଲ କରିବା, ତଥା ୨୦୨୩-୨୪ରୁ ୨୦୨୪-୨୫ ଦୁଇ ବର୍ଷରେ ମୋଟ ୧ କୋଟି ୫୫ ଲକ୍ଷ ୭୯ ହଜାର ୨୭୮ ଟଙ୍କାରେ ନିଲାମ ହୋଇଥିବା ହାଟରୁ କୌଣସି ଯୁକ୍ତିଯୁକ୍ତ ଦସ୍ତାବିଜ କାଗଜପତ୍ର ଦାଖଲ ନକରି ପୂର୍ବତନ ପଟାଦାରଙ୍କୁ ୩୩ ଲକ୍ଷ ୬୩ ହଜାର ୭୯୧ ଟଙ୍କା ରିଫୋଣ୍ଡ କରାଯାଇଛି ବୋଲି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିର ଅନଲାଇନ ୱେବ୍ ସାଇଡରେ ଉପଲବ୍ଧ ରହିଛି।
ଏହା ବ୍ୟତୀତ ଉକ୍ତ ହାଟରେ ଲକ୍ଷାଧିକ ଟଙ୍କାର ଅଟକଳ ମୂଲ୍ୟ ବ୍ୟୟରେ ଶୌଚାଳୟ ନିର୍ମାଣ କରାଯାଇ ବିଲ୍ ମଧ୍ୟ ଉଠାଯାଇଛି। କିନ୍ତୁ ଶୌଚାଳୟ ବ୍ୟବହାର ଯୋଗ୍ୟ ହୋଇ ପାରୁନି। ଶୌଚାଳୟରେ ବର୍ତ୍ତମାନ୍ ତାଲା ପଡ଼ିଛି। ଏହା ଛଡା ସବୁଠାରୁ ଗୁରୁତ୍ଵ ହେଉଛି ପାନୀୟ ଜଳ। ପାନୀୟ ଜଳ ପାଇଁ ଲକ୍ଷାଧିକ ଟଙ୍କା ବ୍ୟାୟରେ ପାନୀୟ ଜଳ ପାଇଁ ବୋରୱେଲ ଖଳାଯାଇ ପାଇପ୍ ଯୋଗେ ଜଳ ଯୋଗାଣ ହେଉଥିଲା କିନ୍ତୁ ବର୍ତ୍ତମାନ ତାହା ମଧ୍ୟ ଅଚଳ।
The Palasuni market: ଅବ୍ୟବସ୍ଥା ଭିତରେ ଚାଲିଛି ପଳାଶୁଣୀ ହାଟ: ଭିଡ଼ରେ ପଶି ହେଉନି
ବିଡ଼ମ୍ବନାର ବିଷୟ ଯେ ଉକ୍ତ ବିଭିନ୍ନ ଦୁର୍ନୀତି ଉପରେ ଦୀର୍ଘ ଚାରି ମାସ ବିତି ଯାଇଥିଲେ ଥିଲେ ସୁଦ୍ଧା ଆଜି ପର୍ଯନ୍ତ ଉକ୍ତ ଦୁର୍ନୀତି ଉପରେ ଆଖି ପଡିଲା ଭଳି ତଦନ୍ତ ଗ୍ରହଣ କରାଯାଇନି ବୋଲି ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ ଆଣିଛନ୍ତି ଶ୍ରୀ ସାହୁ। ସେ ସମ୍ବନ୍ଧରେ ହାଟବାଦଡା ସରପଞ୍ଚ ସବିତା ସୋରେନ୍ଙ୍କ ସହିତ ଯୋଗାଯୋଗ କରିବାରୁ ହାଟରେ ଶୌଚାଳୟର ବ୍ୟବସ୍ଥା ଦୁଇଦିନ ମଧ୍ୟରେ ହୋଇଯିବ ଏବଂ ଅନ୍ଯ ଯେଉଁ ସବୁ ଅଭିଯୋଗ ହୋଇଛି ସେନେଇ ସତନ୍ତ୍ର ତଦନ୍ତ କରାଯାଉ। ଏନେଇ ପିଇଓ ଜନ୍ମେଜୟ ସେଠୀଙ୍କ ସହିତ ଯୋଗାଯୋଗ କରିବାରୁ ଯେଉଁ ସବୁ ଅଭିଯୋଗ ହୋଇଛି ତାହା ନିୟମ ଅନୁଯାୟୀ ହୋଇଛି। ସେନେଇ ସତନ୍ତ୍ର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି ବୋଲି ନିଜ ମତ ରଖିଛନ୍ତି।