PM Modi's Big Message to Ministers: ଭାରତୀୟଙ୍କ ପରିଚୟ ହେଉ 'ସଞ୍ଚୟ', ‘ଖାଅ ପିଅ ମଉଜ କର’ ମାନସିକତା ଠିକ୍ ନୁହେଁ: ମୋଦି
ଦେଶରେ ଆର୍ଥିକ ଶୃଙ୍ଖଳା ଓ ସଞ୍ଚୟ ଅଭ୍ୟାସକୁ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଗୁରୁବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ କେନ୍ଦ୍ରୀୟ ମନ୍ତ୍ରିପରିଷଦ ବୈଠକରେ ମନ୍ତ୍ରୀମାନଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ଭାରତୀୟ ସଂସ୍କୃତି ସଞ୍ଚୟ ଉପରେ ବିଶ୍ୱାସ କରେ, କେବଳ ଖାଅ, ପିଅ ଓ ମଉଜ କର ମାନସିକତା ଉପରେ ନୁହେଁ।
Advertisment ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ଲୋକେ ଯେପରି ପୁଣିଥରେ ଦାରିଦ୍ର୍ୟ ଭିତରକୁ ଫେରି ନଯାଆନ୍ତି, ସେଥିପାଇଁ ଆର୍ଥିକ ଶୃଙ୍ଖଳା ଅତ୍ୟନ୍ତ ଜରୁରୀ।
ଲୋକଙ୍କ ମଧ୍ୟରେ ସଞ୍ଚୟର ଅଭ୍ୟାସ ବୃଦ୍ଧି କରିବା ସହ ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ବୋଲି ମୋଦି କହିଛନ୍ତି।
ବୈଠକରେ ଦେଶର ଦାରିଦ୍ର୍ୟ ହ୍ରାସ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।
୨୦୧୧ରୁ ୨୦୨୩ ମଧ୍ୟରେ ଭାରତର ପ୍ରାୟ ୫୦ କୋଟି ଲୋକ ଦାରିଦ୍ର୍ୟରୁ ବାହାରିଥିବା ଉପଲବ୍ଧିକୁ ଏକ ବଡ଼ ସଫଳତା।
ଏହି ସଫଳତାକୁ ଜାତୀୟ ସ୍ତରରେ ଉତ୍ସବ ଭାବେ ପାଳନ କରିବା ଉଚିତ।
କିନ୍ତୁ ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କୁ ପୁଣି ଦାରିଦ୍ର୍ୟର ଶିକାର ହେବାରୁ ରୋକିବା ମଧ୍ୟ ସେତିକି ଜରୁରୀ ବୋଲି ସେ କହିଛନ୍ତି।
Advertisment ଦେଶର ଯୁବପିଢ଼ିଙ୍କୁ ନିଶାର କବଳରୁ ରକ୍ଷା କରିବା ଉପରେ ମଧ୍ୟ ମୋଦି ଗୁରୁତ୍ୱ ଦେଇଥିଲେ।
ନିଶାଦ୍ରବ୍ୟ ସମସ୍ୟାର ମୂଳୋତ୍ପାଟନ ପାଇଁ ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ କାମ କରିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ।
ଦେଶରେ ନକ୍ସଲବାଦ ନିୟନ୍ତ୍ରଣକୁ ନେଇ ମଧ୍ୟ ମନ୍ତ୍ରୀମାନଙ୍କୁ ସତର୍କ କରିଥିଲେ ମୋଦୀ।
ଏହି ସଫଳତା ପରେ ଆତ୍ମସନ୍ତୋଷରେ ରହିବା ଉଚିତ ନୁହେଁ।
ନକ୍ସଲବାଦ ଯେପରି ପୁନର୍ବାର ମୁଣ୍ଡ ନଟେକେ, ସେଥିପାଇଁ ନିରନ୍ତର ପ୍ରୟାସ ଜାରି ରଖିବାକୁ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
