West Bengal: ନଦିଆରେ ବିଜେପିକର୍ମୀଙ୍କ କାର ଉପରକୁ ପଥର ଏବଂ ଅଣ୍ଡା ମାଡ଼
କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର କାଲିଗଞ୍ଜରେ ଟିଏମସି ସାଂସଦ ମହୁଆ ମୋଇତ୍ରା ଙ୍କ କାର ଉପରେ ଆକ୍ରମଣ ହୋଇଛି।
ମହୁଆ ଅଭିଯୋଗ କରିଛନ୍ତି ଯେ, ବିଜେପି କର୍ମୀମାନେ ତାଙ୍କ କାରକୁ ଠେଲିବା ସହ ଠେଙ୍ଗା ଆକ୍ରମଣ କରି ପଥର ଓ ଅଣ୍ଡା ମାଡ଼ କରିଥିଲେ।
ଘଟଣା ସମୟରେ ପୁଲିସ ନୀରବ ଦ୍ରଷ୍ଟା ସାଜିଥିବା ସେ ଅଭିଯୋଗ ଆଣିଛନ୍ତି।
Advertisment ପୁଲିସକୁ ପୂର୍ବରୁ ମିଳିଥିଲା ସୂଚନା ମହୁଆଙ୍କ ଅନୁଯାୟୀ, ଆକ୍ରମଣକାରୀଙ୍କୁ ହଟାଇବା ପରିବର୍ତ୍ତେ ପୁଲିସ ମହୁଆଙ୍କୁ ସେଠାରୁ ଚାଲିଯିବାକୁ କହୁଥିଲା।
ସେ ଦାବି କରିଛନ୍ତି ଯେ, ଏହି ଘଟଣା ଘଟିବାର ଆଶଙ୍କା ବିଷୟରେ ପୁଲିସକୁ ପୂର୍ବରୁ ସୂଚନା ମିଳିଥିଲା।
କିନ୍ତୁ ଏହା କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା।
ପୁଲିସ ଙ୍କ ଉପସ୍ଥିତିରେ ଅଧଘଣ୍ଟାରୁ ଅଧିକ ସମୟ ଧରି ବିଜେପିକର୍ମୀ ହଙ୍ଗାମା କରିଥିଲେ।
ନିର୍ବାଚନ ଆୟୋଗଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
