Odisha Government Withdraws Termination Decision: ଚାକିରିରୁ ବାଦ୍ ନିଷ୍ପତ୍ତି ପ୍ରତ୍ୟାହାର, ପୁଣି କାମକୁ ଫେରିବେ କର୍ମଚାରୀ

Nov 25, 2026 - 22:25
Odisha Government Withdraws Termination Decision: ଚାକିରିରୁ ବାଦ୍ ନିଷ୍ପତ୍ତି ପ୍ରତ୍ୟାହାର, ପୁଣି କାମକୁ ଫେରିବେ କର୍ମଚାରୀ

ଟାଟା ପାଓ୍ୱାରରେ କାର୍ଯ୍ୟରତ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା।

ଚାକିରିରୁ ବାଦ୍ ଦେବା ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ ସରକାର।

ବିଧାନସଭାରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ନିଷ୍ପତ୍ତି ଉପରେ ମୋହର ମାରିଥିବା ସେ ସୂଚନା ଦେଇଛନ୍ତି।

ଫଳରେ ପୂର୍ବଭଳି ମିଟର ରିଡିଂ, ମେଣ୍ଟେନାନ୍ସ ସମେତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିବେ ଆଉଟ୍ ସୋର୍ସିଂ କର୍ମଚାରୀ।

Advertisment କର୍ମଚାରୀଙ୍କ କମିଟି ପକ୍ଷରୁ ରଖାଯାଇଥିବା ଦାବିକୁ ସରକାର ଗ୍ରହଣ କରିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ତେବେ ଆନ୍ଦୋଳନ ବେଳେ କିଛି କର୍ମଚାରୀ ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢ଼ି ପ୍ରତିବାଦ କରିବା ଘଟଣାକୁ ନାପସନ୍ଦ କରିଛନ୍ତି ସେ।

ଏଭଳି କାର୍ଯ୍ୟ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)