Rahul Gandhi: ନିର୍ବାଚନ ବର୍ଜନ ନୁହେଁ, ବ୍ୟବସ୍ଥା ଭିତରେ ରହି ଅନିୟମିତତାର ପର୍ଦ୍ଦାଫାସ କରିବେ ବିରୋଧୀ
ଚିକାଗୋ/ନୂଆଦିଲ୍ଲୀ: ଦେଶର ନିର୍ବାଚନୀ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆମେରିକା ମାଟିରୁ ପୁଣିଥରେ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛନ୍ତି।
ନିର୍ବାଚନ ବର୍ଜନ କରିବା ପରିବର୍ତ୍ତେ ଗଣତାନ୍ତ୍ରିକ ଢାଞ୍ଚା ଭିତରେ ରହି ଏହି ଅନିୟମିତତାକୁ ଜନସାଧାରଣଙ୍କ ଆଗରେ ପର୍ଦ୍ଦାଫାସ କରିବା ହିଁ ବିରୋଧୀ ଦଳଗୁଡ଼ିକର ମୁଖ୍ୟ ରଣନୀତି ବୋଲି ସେ ସ୍ପଷ୍ଟ କରିଛନ୍ତି।
ଦୁଇ ଦିନିଆ ଆମେରିକା ଗସ୍ତ ଅବସରରେ ବୁଧବାର ଇଲିନୋଇସ୍ ସ୍ଥିତ ଚିକାଗୋ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ପ୍ରଫେସର ରବର୍ଟ ପେପଙ୍କ ସହ ଆଲୋଚନା ବେଳେ ରାହୁଲ ଏହି ବୟାନ ଦେଇଛନ୍ତି।
Advertisment ବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ୱଂସ ହୋଇସାରିଛି ଚିକାଗୋ ବିଶ୍ୱବିଦ୍ୟାଳୟରେ ଆୟୋଜିତ 'ଦି ଇରାନ ୱାର ଆଣ୍ଡ୍ ଇଣ୍ଡିଆଜ୍ ରୋଲ୍ ଇନ୍ ଦି ୱାର୍ଲ୍ଡ' ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯଦି ବିରୋଧୀ ଦଳ ନିର୍ବାଚନ ମଇଦାନରୁ ଓହରିଯିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ସେହି ମୁହୂର୍ତ୍ତରେ ହିଁ ଭାରତୀୟ ଗଣତନ୍ତ୍ରର ମୂଳଦୁଆ ଭୁଶୁଡ଼ି ପଡ଼ିବ।
ସାଧାରଣ ଭୋଟର ଙ୍କ ମନରେ ନିର୍ବାଚନୀ ବ୍ୟବସ୍ଥାର ବୈଧତା ଉପରେ ଯେପରି ପ୍ରଶ୍ନବାଚୀ ସୃଷ୍ଟି ନହୁଏ, ସେଥିପାଇଁ ବିରୋଧୀମାନେ ନିର୍ବାଚନ ଲଢ଼ିବା ଜାରି ରଖିବେ।
ବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ୱଂସ ହୋଇସାରିଛି ବୋଲି ଲୋକେ ଅନୁଭବ କରିବା ପର୍ଯ୍ୟନ୍ତ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଜନତାଙ୍କ ଦରବାରକୁ ନେବେ ବୋଲି ସେ ରୋକଠୋକ୍ ଶୁଣାଇଛନ୍ତି ଜାରି ରହିବ ରାଜନୈତିକ ଲଢ଼େଇ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ଉପରେ ସିଧାସଳଖ ପ୍ରଶ୍ନ ଉଠାଇ ରାହୁଲ ଦାବି କରିଛନ୍ତି ଯେ, ଖୋଦ୍ ନିର୍ବାଚନ ଆୟୋଗଙ୍କ ଭିତରୁ ହିଁ ବର୍ତ୍ତମାନ ବିରୋଧୀଙ୍କ ପାଖକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆସୁଛି।
ଆୟୋଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଭଳି କାର୍ଯ୍ୟକୁ ଆଉ ବରଦାସ୍ତ କରିହେବ ନାହିଁ ବୋଲି ମତ ଦେଲେଣି।
ବିରୋଧୀ ଦଳ କେବେହେଲେ ଏକ ଅଣ-ଗଣତାନ୍ତ୍ରିକ ଭାରତକୁ ସ୍ୱୀକାର କରିବ ନାହିଁ ଏବଂ ଦେଶବାସୀଙ୍କ ନିର୍ଭୟରେ ମତ ପ୍ରକାଶ କରିବାର ଅଧିକାରକୁ ଫେରାଇ ଆଣିବା ପାଇଁ ଏହି ରାଜନୈତିକ ଲଢ଼େଇ ଜାରି ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମବାର୍ଷିକୀ: ଶ୍ରଦ୍ଧାଞ୍ଜଳି ଅର୍ପଣ ଏହି ଅବସରରେ କଂଗ୍ରେସ ନେତା ୨୦୨୪ ସାଧାରଣ ନିର୍ବାଚନର ବୈଧତାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ, ଜଣେ ବ୍ରାଜିଲୀୟ ମହିଳା ଯିଏ କେବେ ଭାରତ ଆସିନାହାନ୍ତି, ସେ ଭାରତର ଏକ ରାଜ୍ୟ ବିଧାନସଭା ନିର୍ବାଚନରେ ୨୩ ଥର ମତଦାନ କରିଛନ୍ତି।
ଯଦି ଭୋଟର ତାଲିକାରେ ନକଲି ଓ ଅବୈଧ ଭୋଟର ରହିଛନ୍ତି, ତେବେ ସେହି ନିର୍ବାଚନ କିପରି ଆଇନସମ୍ମତ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।
୨୦୧୪ ସାଧାରଣ ନିର୍ବାଚନ ସମୟରୁ ହିଁ ଭୋଟ୍ ବ୍ୟବଧାନକୁ ନେଇ ରାଜନୈତିକ ସନ୍ଦେହ ଉପୁଜିଥିଲା, ମାତ୍ର ଭାରତୀୟ ଗଣତନ୍ତ୍ରର ପବିତ୍ରତାକୁ ଦୃଷ୍ଟିରେ ରଖି ସେତେବେଳେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ସର୍ବସାଧାରଣରେ ଏଭଳି ଅଭିଯୋଗ ନଆଣିବାକୁ ପରାମର୍ଶ ଦେଇଥିଲେ ବୋଲି ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
