PM Modi Meets Amazon CEO: ଆମାଜନ ୪୮ ବିଲିଅନ ଡଲାର ନିବେଶ କରିବ, ମୋଦୀଙ୍କୁ ଭେଟିଲେ ଆଣ୍ଡି ଜାସି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମାଜନର ସିଇଓ ଆଣ୍ଡି ଜାସି ସାକ୍ଷାତ କରିଛନ୍ତି। ଆସନ୍ତା ପାଞ୍ଚ ବର୍ଷରେ ଆମାଜନ ଭାରତରେ ୪୮ ବିଲିଅନ ଡଲାର ନିବେଶ କରିବାକୁ ଯାଉଛି। ସେଥିରୁ ୨୧ ବିଲିଅନ ଡଲାର କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ କ୍ଲାଉଡ୍ ଭିତ୍ତିଭୂମିରେ ନିବେଶ କରାଯିବ। ଭାରତରେ ଆମାଜନର ରେକର୍ଡ ନିବେଶକୁ ମୋଦୀ ସ୍ବାଗତ କରିଛନ୍ତି। ତାହା ଆମ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ଭାରତରେ ନିବେଶ କରିବାକୁ ସାରା ବିଶ୍ବର ନିବେଶକମାନଙ୍କ ମଧ୍ୟରେ ବିପୁଳ ଆଗ୍ରହ ରହିଥିବା ଏହି ନିବେଶରୁ ଜଣାପଡ଼ୁଛି ବୋଲି ମୋଦୀ କହିଛନ୍ତି। ଶ୍ରୀ ଜାସି କହିଛନ୍ତି ଯେ ୨୦୩୦ ସୁଦ୍ଧା କମ୍ପାନି ୩୮ ନିୟୁତ ନିଯୁକ୍ତିକୁ ସହଯୋଗ କରିବା ଓ ୮୦ ବିଲିଅନ ଡଲାରର ଇ-କମର୍ସ ରପ୍ତାନି ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରିବ। କମ୍ପାନିର ଏଆଇ ପଦକ୍ଷେପ ଦ୍ବାରା ୧୫ ନିୟୁତ କ୍ଷୁଦ୍ର ବ୍ୟବସାୟ ଓ ୪ ନିୟୁତ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ: ଇନ୍ତାଲିଗୁଡ଼ାରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ଗୁହାରୀ କଲେ ସ୍ଥାନୀୟ ଲୋକେ