Convention Centre ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

Jun 25, 2026 - 19:46
Convention Centre ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

"ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀରେ  ୧୦୦୦ ଆସନ ବିଶିଷ୍ଟ ଏକ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର  ନିର୍ମାଣ କରାଯିବ ।

ଏହା ଦ୍ବାରା ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଏହି ଭିତ୍ତିଭୂମି ସହାୟକ ହେବ।

Advertisment ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ "ବିକଶିତ ଓଡ଼ିଶା ପାଇଁ ଜନ ଭାଗିଦାରୀ: ସଶକ୍ତ ନାଗରିକ - ସମାବେଶୀ ସହର - ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ" ଆଭିମୁଖ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ  ଅବସରରେ ମନ୍ତ୍ରୀ ମନ୍ତ୍ରୀ ଡ.

କୃଷ୍ଣ ଚନ୍ଦ୍ର ମହାପାତ୍ର ଏହା ଘୋଷଣା କରିଛନ୍ତି।

ମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପର ଶୀଘ୍ର ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଏବଂ ପ୍ରାଥମିକ ପ୍ରସ୍ତୁତି କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଆରମ୍ଭ କରିବାକୁ ମନ୍ତ୍ରୀ, ପୁରୀ ମହାନଗର ନିଗମର କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେବଳ ପୁରୀ ନୁହେଁ, ଓଡ଼ିଶାର ବିଭିନ୍ନ ପୌରସଂସ୍ଥା  ଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏଭଳି ବହୁମୁଖୀ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ।

ଏହି ପଦକ୍ଷେପ ସହରାଞ୍ଚଳର ସୁବିଧା ସୁଯୋଗକୁ ସୁଦୃଢ଼ କରିବ, ଗୋଷ୍ଠୀ ସହଭାଗିତାକୁ ପ୍ରୋତ୍ସାହିତ କରିବ ଏବଂ ଦ୍ରୁତ ଗତିରେ ବଢ଼ୁଥିବା ସହରାଞ୍ଚଳ ଜନସଂଖ୍ୟାର ଆବଶ୍ୟକତାକୁ ପୂରଣ କରିବ ।

ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏକ ପ୍ରମୁଖ ଜନ କଲ୍ୟାଣକାରୀ ଭିତ୍ତିଭୂମି ଭାବେ ଉଭା ହେବ, ଯାହା ପୁରୀର ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ପର୍ଯ୍ୟଟନ ଗୌରବକୁ ଆହୁରି ବଢ଼ାଇବ।

ଏହାସହ ଓଡ଼ିଶାର ସ୍ଥାୟୀ, ସମାବେଶୀ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ବିକାଶର ପରିକଳ୍ପନାକୁ ସାକାର କରିବାରେ ବିଶେଷ ସହାୟକ ହେବ।

"