Mob Violence: ଇନ୍ତାଲିଗୁଡ଼ାରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ଗୁହାରୀ କଲେ ସ୍ଥାନୀୟ ଲୋକେ

Jun 25, 2026 - 16:11
Mob Violence: ଇନ୍ତାଲିଗୁଡ଼ାରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ଗୁହାରୀ କଲେ ସ୍ଥାନୀୟ ଲୋକେ

"କଲ୍ୟାଣସିଂହପୁର: ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦେଶ କ୍ରମେ ରାୟଗଡ଼ା ଜିଲ୍ଲା ସଭାପତି ଆପୁଲ ସ୍ୱାମୀ କାଡ୍ରାକାଙ୍କ ଚିଠି ସଂଖ୍ୟା ୩୨/ଡିସି ପ୍ରକାରେ ରାୟଗଡ଼ା ଜିଲ୍ଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ଏକ ୮ଜଣିଆ ଟିମ୍ ଗତ ୧୬ ତାରିଖ ଦିନ କଲ୍ୟାଣସିଂହପୁର ବ୍ଲକ ଇନ୍ତାଲିଗୁଡା ଗ୍ରାମରେ ଘଟି ଯାଇଥିବା ଭିଡ଼ ହିଂସାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଏଥିରେ ଟିମ୍‌ର ଅଧକ୍ଷ କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା, ବିଷମକଟକ ବିଧାୟକ ନୀଳମାଧଵ ହିକକା, ଉପଦେଷ୍ଟା ଶଙ୍କର୍ଷଣ ମଙ୍ଗରାଜ, ନନ୍ଦୀ ଗୌରୀ ଜିଲ୍ଲା କଂଗ୍ରେସ ସଭନେତ୍ରୀ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଏସ୍‌ ଜିଭିଟେଶ୍ୱର ରାଓ, ସାଂସଦ ପ୍ରତିନିଧି କଲ୍ୟାଣସିଂହପୁର ଓ କାଶିପୁର ବିଧାୟକ ପ୍ରତିନିଧି କଲ୍ୟାଣସିଂହପୁର ଓ କାଶିପୁର ଉପସ୍ଥିତ ରହିଥିଲେ।Advertisment ଇନ୍ତାଲିଗୁଡା ଗ୍ରାମରେ ପହଞ୍ଚି ଥିବା ଚଞ୍ଚଡା ସାହି, କାଟିକିନାଳର ମହିଳାମାନେ ବିନା ଦୋଷରେ ଆମ ସ୍ୱାମୀ, ଶୁଶୁର ଓ ଦିଅରମାନଙ୍କୁ ପୁଲିସ କୋର୍ଟ ଚାଲଣ କରିଛି।

ତୁରନ୍ତ ଛାଡିବାକୁ ନେଇ ସାଂସଦଙ୍କ ଆଗରେ ସେମାନେ ଗୁହାରୀ କରିଥିଲେ।

ପ୍ରତିତୁରରେ ସାଂସଦ ଯଥା ଶୀଘ୍ର କାର୍ଯ୍ୟନୁଷ୍ଠାନ ନେଇ ପ୍ରକୃତ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି କହିଥିଲେ।

ଏଥି ସହ ସାହସ ଜୁଟାଇ ପୀଡିତାଙ୍କୁ ଉଦ୍ଧାର କରିଥିବା ଯୁବକମାନଙ୍କୁ ସରକାରଙ୍କ ଦ୍ୱାରା ପୁରସ୍କୃତ କରିବା ଦିଗରେ ସୋହଯାଗ କରାଯିବା ନେଇ ମନ୍ତବ୍ୟ ଦେଇଥିଲେ।

Kalyansinghpur Violence: ପିଲା ଚୋରି ଗୁଜବ ଭିଡ଼ ହିଂସା ପରେ କଲ୍ୟାଣସିଂହପୁର ପୁଲିସର ଫ୍ଲାଗ ମାର୍ଚ୍ଚ ସୂଚନାଯୋଗ୍ୟ, ଗତ ୧୬ ତାରିଖ ଦିନ କଲ୍ୟାଣସିଂହପୁର ବ୍ଲକ ଇନ୍ତାଲିଗୁଡା ଗ୍ରାମରେ ଏକ ଭିଡ଼ ହିଂସା ଘଟିଥିଲା।

ରାଜ୍ୟ ବାହାର ଜଣେ ଯୁବତୀଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିଲେ।

ଏହି ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି।

ଏପର୍ଯ୍ୟନ୍ତ ପୁଲିସ ପ୍ରାୟ ୨୦ଜଣଙ୍କୁ ଗିରଫ କରିସାରିଛି।

ପୁଲିସ ଫ୍ଲାଗ ମାର୍ଚ୍ଚ କରିଛି।

ପୁଲିସ ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ଲୋକଙ୍କୁ କୌଣସି ଗୁଜବରେ ବିଶ୍ୱାସ ନ କରିବା, ଅପ୍ରମାଣିତ ସୂଚନା ପ୍ରଚାର ନ କରିବା ଏବଂ ଆଇନକୁ ନିଜ ହାତକୁ ନ ନେବା ପାଇଁ ସଚେତନ କରିଛନ୍ତି।

ସେହିପରି ଯେକୌଣସି ସନ୍ଦେହଜନକ ଘଟଣା ସମ୍ପର୍କରେ ତୁରନ୍ତ ପୁଲିସକୁ ଅବଗତ କରିବାକୁ ଅନୁରୋଧ କରାଯାଇଥିଲା ।

"