Akash Deep :ଜୀବନର ନୂଆ ପାଳି ଆରମ୍ଭ କଲେ ଦ୍ରୁତ ବୋଲର ଆକାଶ ଦୀପ
"ବାରାଣାସୀ: ଭାରତୀୟ ଦ୍ରୁତ ବୋଲର ଆକାଶ ଦୀପ ଜୀବନର ନୂଆ ପାଳି ଆରମ୍ଭ କରିଛନ୍ତି।
ବୁଧବାର ବାରାଣାସୀଠାରେ ସେ ଅକ୍ଷିତା ରାଜଙ୍କ ସହ ବିବାହବନ୍ଧନରେ ବାନ୍ଧି ହୋଇଛନ୍ତି।
୨୦୨୪ରେ ଫେବ୍ରୁଆରିରେ ପଦାର୍ପଣ କରିଥିବା ଆକାଶ, ଭାରତ ପକ୍ଷରୁ ୧୦ ଟେଷ୍ଟ୍ ଖେଳିଛନ୍ତି।Advertisment ଘର ବଗିଚାରେ ପରିବା ଚାଷ କରନ୍ତି ଜୁହି- ବିହାରର ରୋହତକ ଜିଲ୍ଲାର ମାଣିକପୁର ଗାଁର ଝିଅ ଅକ୍ଷିତାଙ୍କ ହାତ ଧରିବା ପରେ ଏହି ବେଙ୍ଗଲ ଦ୍ରୁତ ବୋଲର ଇନ୍ଷ୍ଟାଗ୍ରାମ୍ରେ ଫଟୋ ପୋଷ୍ଟ କରି ପ୍ରଶଂସକମାନଙ୍କୁ ନିଜ ବିବାହ ବିଷୟରେ ଅବଗତ କରିଛନ୍ତି।
ପୋଷ୍ଟ କରିଥିବା ଫଟୋର ଶିରୋନାମରେ ସେ ଲେଖିଛନ୍ତି ଯେ, ""ଆମେ ଏକାଠି ସବୁଠାରୁ ଲମ୍ବା ଓ ସୁନ୍ଦର ପାଳି ଖେଳିବାକୁ ପ୍ରସ୍ତୁତ।
ଏବେ ଆମେ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛେ।
ମୁଁ ଜାଣେ ସାଥୀ ଭାବେ ତୁମ ସହିତ ରହିଲେ, ପ୍ରତ୍ୟେକ ଦିନ ବିଜୟ ପରି ଅନୁଭବ ହେବ""।
ପିଠି ଯନ୍ତ୍ରଣା ଯୋଗୁଁ ୨୦୨୬ ଆଇପିଏଲ୍ ଖେଳି ନଥିବା ଆକାଶ ଦୀପ ସୁସ୍ଥ ହୋଇ ଚଳିତ ବର୍ଷ ଭାରତୀୟ ଦଳକୁ ଫେରିବାର ଲକ୍ଷ୍ୟ ରଖିଛନ୍ତି।
"