’Punashcha Pruthibi’ Panchayat କୁଡୁମୁଲୁଗୁମ୍ମାରେ ପରିବେଶ ପଞ୍ଚାୟତ
"ଗଛ ବଞ୍ଚିଲେ ଆମେ ବଞ୍ଚିବା,ଗଛ ମଲେ ଆମେ ମରିବା- ବିଧାୟକ ମାଲକାନଗିରି/କୁଡୁମୁଲୁଗୁମ୍ମା (ପ୍ରେମେନ୍ଦ୍ର ପରିଚ୍ଛା): ଦିନଥିଲା ମାଲାକନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଦିନବେଳା ବାଘ ବୁଲୁଥିଲେ।
ଏହି ଅଂଚଳ ଘଂଚ ଅରଣ୍ୟରେ ପରିପୂର୍ଣ୍ଣଥିଲା।
ଏବେ ଲୋକେ ଗଛ ଲଗାଇବା ପରିବର୍ତ୍ତେ ଗଛକାଟିବା ପାଇଁ ପ୍ରତିଯୋଗିତା କରୁଛନ୍ତି।
ଫଳରେ ସବୁଜ ସୁନ୍ଦର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଏବେ ଜଂଗଲ ଶୂନ୍ୟ ହେବାକୁ ବସିଲାଣି ବୋଲି ପରିବେଶ ପଞ୍ଚାୟତରେ ଉପସ୍ଥିତ ଅତିଥିମାନେ ନିଜ ମତ ରଖିଥିଲେ।
Advertisment ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର କୁଡୁମୁଲୁଗୁମ୍ମା ଡାରଵିନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଉପସ୍ଥିତଥିଲେ।
ନିଜ ବକ୍ତବ୍ୟରେ, ତାଙ୍କର ପିଲା ଦିନେ ଦେଖିଥିବା ଜଂଗଲ ଆଉ ଏବର ଜଂଗଲ ଭିତରେ ଥିବା ପାର୍ଥକ୍ୟକୁ ବଖାଣିଥିଲେ।
ଏବେ ଲୋକେ ଆମ୍ବ,ପଣସ,ନିମ ଗଛ ଛାଡି ନୀଳଗିରି ଗଛ ଲଗାଇ ଲାଭବାନ ହେବାକୁ ଏକ ପ୍ରକାର ପ୍ରତିଯୋଗିତା କଲେଣି।
ଯାହାଫଳରେ ଜଳସ୍ତର ଧିରେ ଧିରେ ତଳକୁ ଯାଉଛି।
ମାଫିଆଙ୍କ କବଳରୁ ଜଂଗଲ ବଞ୍ଚାଇବା କଷ୍ଟକର ହୋଇପଡୁଛି।
ଆମକୁ ଏବେ ଠାରୁ ଚିନ୍ତା କରିବାକୁ ପଡିବ।
ଆଗାମୀ ପିଢି ପାଇଁ ଆମେ କଣ ସବୁ ଛାଡିକେ ଯାଉଛି ସେନେଇ ଉପସ୍ଥିତ ଜନତାଙ୍କୁ ବୁଝାଇଥିଲେ।
ଉପସ୍ଥିତି ସମସ୍ତ ଛାତ୍ରଛାତ୍ରୀ ଏବଂ ଜନତାଙ୍କୁ ଗଛ ଲଗାଇବା ଓ ପରିବେଶକୁ ସବୁଜ ସୁନ୍ଦର କରିବା ନେଇ ଶପଥ କରାଇଥିଲେ।
Punascha Pruthibi conference has begun ସେହିପରି ମୁଖ୍ୟ ବକ୍ତା ଭାବେ ବନପାଳ ମୃତ୍ୟୁଞ୍ଜୟ ସେଠୀ ଯୋଗ ଦେଇ ଗଛର ଉପକାରିତା ସଂପର୍କରେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ କାର୍ତ୍ତିକ ନାୟକ, ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ମାଥିଲି କନକ ଟିଭି ପ୍ରତିନିଧି ବସନ୍ତ ସଗରିଆ ପ୍ରମୁଖ ଉପସ୍ଥିତ ରହିଥିଲେ।
ସମସ୍ତେ ଘରେ ଘରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଶପଥ ନେଇଥିଲେ।
ଏଥିସହ ପ୍ଲାଷ୍ଟକ,ପୋଲିଥିନକୁ ବ୍ୟବହାର ନକରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।
ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ପ୍ରଧାନ ସଭାପତିତ୍ବ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମକୁ ସମ୍ବାଦ ଜିଲ୍ଲା ପ୍ରତିନିଧି ପ୍ରମେନ୍ଦ୍ର ପରିଛା ଓ କୁଡୁମୁଲୁଗୁମ୍ମା ପ୍ରତିନିଧି ଜ୍ୟୋତିରଂଜନ ବେହେରା ପରିଚାଳନା କରିଥିଲେ।
"