Pension: ରାୟଗଡା ଜିଲ୍ଲାରେ ୯୪୬୨ ହିତାଧିକାରୀଙ୍କ ଭତ୍ତା ପାଇଁ ଅପେକ୍ଷା
"ରାୟଗଡା: ସ୍ବାଧିନତI ପୂର୍ବରୁ ଜନ୍ମ ହୋଇଛନ୍ତି ହସାଏ ବାଗ ୮୨ ବର୍ଷ,ଘର ଇନ୍ଦ୍ରାପଡା ଅମ୍ବାଦଳା,ଶଯ୍ୟାସାୟି ହେଲେଣି କିନ୍ତୁ ମିଳୁନି ବର୍ଧିତ ଭତ୍ତା, ବିଧବା ବିଷ୍ନୁପ୍ରିୟା ବାଗ, ମୁନି ଖିଲ ରାୟଗଡା ସହର, କଲ୍ୟାଣସିଂହପୁର ବ୍ଲକର ଦିବ୍ୟାଙ୍ଗ କେ ରକ୍ମିଣୀ,ବୋନିତ ମାହାନ୍ତି,ସୁରୁଗାଲି ସୋମେଶ୍ବର ଓ କାରଶିକା ସୁଦର୍ଶନ ଏଭଳି ହଜାର ହଜାର ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷ ବର୍ଷ ଧରି ମିଳୁନି ଭତ୍ତା ।Advertisment ୪୩୪ ଜଣ ଭତ୍ତା ଅପେକ୍ଷାରେ ଦୀର୍ଘ ଦିନ ହେଲା ଅପେକ୍ଷାରେ ରହିଛନ୍ତି ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଗୋଟିଏ ପଟେ ରୋଜଗାର ଅଭାବ ଏବଂ ଅନ୍ୟପଟେ ମହଙ୍ଗା ମାଡରେ ସଂଘର୍ଷ କରୁଥିବା ବେଳେ ଭତ୍ତା ପାଇବା ପାଇଁ ଯୋଗ୍ୟ ହୋଇଥିବା ହିତାଧିକାରୀ ମାନେ ଆବେଦନ କରି ବର୍ଷ ବର୍ଷ ଧରି ଭତ୍ତା ନପାଇ ନାନାପ୍ରକାର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି ।
ହିତାଧିକାରୀମାନେ ଅନ୍ୟ ଉପାୟ ନପାଇ ଅଯଥା ଖର୍ଚ୍ଚାନ୍ତ ହୋଇ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ପ୍ରକୋଷ୍ଠରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଓ ସରପଞ୍ଚମାନଙ୍କ ପାଖକୁ ବୁଲି ବୁଲି ଅକଥନୀୟ ଅସୁବିଧାରୁ ସମ୍ମୁଖିନ ହେଉଛନ୍ତି ।
ମେଡିକାଲ ବୋର୍ଡ ଦ୍ବାରା ଯାଞ୍ଚ ଏବଂ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଯାଞ୍ଚ ପରେ ମଧ୍ୟ ଗତ ଏପ୍ରେଲ ମାସ ଶେଷ ସୁଦ୍ଧା ୯୪୬୨ ଜଣ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ।
ଏଥି ମଧ୍ୟରେ ବାର୍ଧକ୍ୟ ଭତ୍ତା,ବିଧବା ଭତ୍ତା,ଦିବ୍ୟାଙ୍ଗ ଭତ୍ତା ଏବଂ ୮୦ ବର୍ଷ ଉର୍ଧ୍ବର ବୟସ୍କ ବ୍ୟକ୍ତି ମାନେ ମଧ୍ୟ ଭତ୍ତା ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି ।
ସୂଚନାରୁ ଜଣାପଡିଛି ବିଷମକଟକ ବ୍ଲକର ୬୯୭ ଜଣ ବିଭିନ୍ନ ଭତ୍ତା ପାଇବାକୁ ଅପେକ୍ଷାରେ ରହିଥିବା ବେଳେ ଚନ୍ଦ୍ରପୁର ବ୍ଲକରେ ୭୩ ଜଣ,ଗୁଡାରି ବ୍ଲକରେ ୩୫୧ ଜଣ,ଗୁଡାରି ପୌରାଞ୍ଚଳରେ ୧୦ଜଣ,ଗୁଣପୁର ବ୍ଲକରେ ୫୩୮ ଜଣ, ଗୁଣପୁର ପୌରାଞ୍ଚଳରେ ୩୯ ଜଣ,କଲ୍ୟାଣସିଂହପୁର ବ୍ଲକରେ ୫୦୮ ଜଣ,କାଶିପୁର ବ୍ଲକରେ ସର୍ବାଧିକ ୨୬୯୯ ଜଣ,କୋଲନରା ବ୍ଲକରେ ୧୭୦୫ ଜଣ,ମୁନିଗୁଡା ବ୍ଲକରେ ୪୧୨ ଜଣ,ପଦ୍ମପୁର ବ୍ଲକରେ ୨୬୨ ଜଣ,ରାମନାଗୁଡା ବ୍ଲକରେ ୭୮ଜଣ,ରାୟଗଡା ବ୍ଲକରେ ୧୬୫୬ ଜଣ,ରାୟଗଡା ପୌରାଞ୍ଚଳରେ ୪୩୪ ଜଣ ଭତ୍ତା ଅପେକ୍ଷାରେ ଦୀର୍ଘ ଦିନ ହେଲା ଅପେକ୍ଷାରେ ରହିଛନ୍ତି ।
ଗତ ବଜେଟରେ ଭତ୍ତା ପାଇଁ ଅପେକ୍ଷା କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ତରନ୍ତ ଅର୍ଥ ବ୍ୟବସ୍ଥା କରାଯାଇ ଭତ୍ତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଥିଲେ କିନ୍ତୁ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇନାହିଁ ।
ଅପରପକ୍ଷରେ ରାୟଗଡା ଜିଲ୍ଳାରେ ସର୍ବାଧିକ ଭତ୍ତା କଳେଙ୍କାରୀ ହେଉଥିବା ତଥ୍ୟ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ପ୍ରକାଶ କରିଥିଲେ ।
ହଜାର ହଜାର ସଂଖ୍ୟାରେ ମୃତ ବ୍ୟକ୍ତି ଏବଂ ଅଯୋଗ୍ୟ ବ୍ୟକ୍ତି ଜିଲ୍ଲାରେ ଭତ୍ତା ପାଉଥିବା ବେଳେ ଯୋଗ୍ୟ ହିତାଧିକାରୀ ଭତ୍ତାରୁ ବର୍ଷ ବର୍ଷ ଧରି ବଞ୍ଚିତ ହୋଇ ରହିଥିବା ତଥ୍ୟ ଖୋଦ ମନ୍ତ୍ରୀ ସୂଚନା ଦେଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ, କିନ୍ତୁ ଘୋଷଣାର ୬ମାସ ବତିଯାଇଥିଲେ ମଧ୍ୟ ଅଯୋଗ୍ୟ ହିତାଧିକାରୀଙ୍କୁ ଠାବ କରାଯାଇପାରିନାହିଁ ।
ରାୟଗଡା ଜିଲ୍ଲାର ୧୧ଟି ବ୍ଲକ ଓ ୩ଟି ସହରାଞ୍ଚଳରେ ଜାତୀୟ ସାମାଜିକ ସହାୟତା ଯୋଜନାରେ ୭୦ହଜାରରୁ ଊର୍ଧ୍ବ ହିତାଧିକାରୀ ଓ ୮୨ ହଜାରରୁ ଊର୍ଧ୍ବ ମଧୁବାବୁ ପେନସନ ଯୋଜନା(ଏମବିପିୱାଇ)ଯୋଜନାରେ ସାମିଲ ଥିବା ସାମାଜିକ ସୁରକ୍ଷା ବିଭାଗିୟ ତଥ୍ୟରୁ ଜଣାପଡିଛି ।
ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଥିବା ବେଳେ ମଧୁବାବୁ ପେନ୍ସନ୍ ଯୋଜନାରେ ହିତାଧିକାରୀଙ୍କୁ ନଗଦ ଟଙ୍କା ଦିଆଯାଉଛି ।
US Bomber Crash: ଆମେରିକାର ପରମାଣୁ ବୋମା ବିସ୍ଫୋରଣକାରୀ ବିମାନ "B-52" ଦୁର୍ଘଟଣାଗ୍ରସ୍ତ "